ହେଟାବାଘ ଆକ୍ରମଣରେ ଗର୍ଭବତୀ ଗୁରୁତର

ରାଇଘର,୩ା୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ହାତୀଗାଁ ସଂରକ୍ଷିତ ଜଙ୍ଗଲରେ ରବିବାର ହେଟାବାଘ ଆକ୍ରମଣରେ ୩ ଗୁରୁତର ଏବଂ ୫ ଆହତ ହୋଇଛନ୍ତି। ତିମନପୁର ଗ୍ରାମବାସୀ ମହୁଲ ଫୁଲ ଗୋଟାଇବାକୁ ଜଙ୍ଗଲକୁ ଯାଇଥିବାବେଳେ ହେଟାବାଘ ହାବୁଡ଼ରେ ପଡ଼ିଥିଲେ। ୩ ଗୁରୁତରଙ୍କ ମଧ୍ୟରେ ରେଙ୍ଗାଭାଟି ଗାଁର ଗର୍ଭବତୀ ଶାନ୍ତି ଗଣ୍ଡ, ସିଙ୍ଗସାୟ ଗଣ୍ଡ ଏବଂ ତିମନପୁର ଗ୍ରାମର ଜଣେ ରହିଛନ୍ତି।
ସୂଚନା ଅନୁଯାୟୀ, ମହୁଲ ଫୁଲ ଗୋଟାଇବା ବେଳେ ପ୍ରଥମେ ହେଟାବାଘ ତିମନପୁର ଗ୍ରାମର ୩ ଜଣଙ୍କୁ ଆକ୍ରମଣ କରିଥିଲା। ପରେ ନିକଟସ୍ଥ ରେଙ୍ଗାଭାଟି ଗ୍ରାମର ଅନ୍ୟ ୫ ଜଣଙ୍କୁ ଆକ୍ରମଣ କରିଥିଲା। ସମସ୍ତ ଗୁରୁତର ଓ ଆହତଙ୍କୁ ରାଇଘର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ନବରଙ୍ଗପୁର ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଚିକିତ୍ସାବେଳେ ରାଇଘର ବନ ବିଭାଗର କର୍ମଚାରୀ ଉପସ୍ଥିତଥିବା ବେଳେ ହେଟାବାଘ କେଉଁଠାରୁ ଆସିଲା ଏବଂ ଆକ୍ରମଣ ପରେ କୁଆଡ଼େ ଗଲା ତାହା ଜଣାପଡ଼ିନାହିଁ ବୋଲି ବନପାଳ ବିପିନ କୁମାର କହିଛନ୍ତି। ବିଭାଗ ପକ୍ଷରୁ ନଜର ରଖାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

ଭୁବନେଶ୍ବର,୩୦।୧୨: ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’...

ସଲମାନଙ୍କ ଗାଲୱାନ ଟ୍ରେଲର ଦେଖି ରାଗିଗଲା ଚାଇନା, ଏପରି କହିଲା ଭାରତ

ନୂଆଦିଲ୍ଲୀ,୩୦।୧୨: ସଲମାନଙ୍କ ଉପରେ ରାଗିଗଲା ଡ୍ରାଗନ। ‘ବ୍ୟାଟେଲ ଅଫ୍ ଗାଲୱାନ’ର ଟିଜର ମୁକ୍ତିଲାଭ କରିବା ପରେ ଚାଇନା ଏଥିରେ କ୍ଷୁବ୍ଧ ହୋଇଛି। ଚାଇନାର ସରକାରୀ ଗଣମାଧ୍ୟମ...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ...

ସତ ହେବ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ! ବର୍ଷ ଆରମ୍ଭରୁ ୬ରାଶି…

୨୦୨୬ ବର୍ଷ ପାଇଁ ବଡ଼ ଭବିଷ୍ୟବାଣୀ କରିଯାଇଛନ୍ତି ବାବା ଭେଙ୍ଗା । କିଛି ରାଶିରେ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି ବର୍ଷ ୨୦୨୬ । ବୃଷ,...

ବରଗଡ଼ରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, କିଛି ସମୟ ପରେ ଧନୁଯାତ୍ରା ଦେଖିବାକୁ ଯିବେ ରାଜଦରବାର

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ଓହ୍ଲାଇଛନ୍ତି। କିଛି ସମୟ ପରେ ଧନୁଯାତ୍ରା ଦେଖିବାକୁ ରାଜଦରବାର ଯିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri