ଭୁବନେଶ୍ୱରରେ ଡିଜେଲ ୧୦୦ ଟପିଲା

ଭୁବନେଶ୍ୱର,୪।୪: କ୍ରମାଗତ ଦ୍ୱିତୀୟ ଦିନ ଲାଗି ତୈଳଦର ଉଚ୍ଚ ପରିମାଣରେ ବୃଦ୍ଧି ପାଇଛି। ଏପରିକି ଗତ ୧୩ଦିନ ମଧ୍ୟରେ ୧୧ଥର ତୈଳ ଦରରେ ପରିବର୍ତ୍ତନ ଘଟିଲାଣି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମର ସୂଚନା ଅନୁସାରେ ରବିବାର ଭୁବନେଶ୍ୱରରେ ପେଟ୍ରୋଲ ୮୬ ପଇସା ଏବଂ ଡିଜେଲ ୮୫ ପଇସା ବୃଦ୍ଧି ଘଟିଛି। ଏହି ଦର ବୃଦ୍ଧି ଫଳରେ ଏଠାରେ ପେଟ୍ରୋଲ ଲିଟର ପିଛା ୧୧୦.୩୬ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୧୦୦.୧୨ ଟଙ୍କାରେ କାରବାର ହେଉଛି। ୫ ମାସ ପରେ ପୁଣି ଥରେ ଡିଜେଲ ମୂଲ୍ୟ ୧୦୦ ଟପିଛି। ଶେଷ ଥର ପାଇଁ ନଭେମ୍ବର ୨ରେ ଡିଜେଲ ମୂଲ୍ୟ ୧୦୭.୩୫ ଟଙ୍କାରେ ରହିଥିଲା। ସେହିପରି ୧୧ଥର ତୈଳ ଦର ବୃଦ୍ଧି ମଧ୍ୟରେ ପେଟ୍ରୋଲ ୮.୫୫ ଟଙ୍କା ଏବଂ ଡିଜେଲ ୮.୪୫ ଟଙ୍କା ବଢ଼ିସାରିଥିବା ଜଣାପଡିଛି। ଅପରପକ୍ଷରେ ନୂଆଦିଲ୍ଲୀରେ ମଧ୍ୟ ଉଭୟ ପଟ୍ରୋଲ ଓ ଡିଜେଲ ଉପରେ ୮୦ ପଇସା ଲେଖାଏ ବଢ଼ିଛି। ଫଳରେ ସେଠାରେ ପେଟ୍ରୋଲ ଲିଟର ପିଛା ୧୦୩.୪୧ ଟଙ୍କା ଏବଂ ଡିଜେଲ ୯୪.୬୭ ଟଙ୍କାରେ ପହଞ୍ଚତ୍ଛି।

ବିଶେଷକରି ଉପରୋକ୍ତ ସମୟ ମଧ୍ୟରେ ନୂଆଦିଲ୍ଲୀରେ ମଧ୍ୟ ଉଭୟ ପଟ୍ରୋଲ ଓ ଡିଜେଲ ଉପରେ ମୋଟ ୮ ଟଙ୍କା ମୂଲ୍ୟ ବୃଦ୍ଧି ଘଟିଛି। ସେହିଭଳି ଦେଶର ପ୍ରମୁଖ ମହାନଗର ମୁମ୍ବାଇ, କୋଲକାତା ଓ ଚେନ୍ନାଇ ଭଳି ସହରରେ ପେଟ୍ରୋଲ ଲିଟର ପିଛା ଯଥାକ୍ରମେ ୧୧୮.୪୧ ଟଙ୍କା, ୧୧୩.୦୩ ଟଙ୍କା ଏବଂ ୧୦୮.୯୬ ଟଙ୍କାରେ ବିକ୍ରି ହେଉଛି। ସେହିପରି ଉପରୋକ୍ତ ମହାନଗରଗୁଡ଼ିକରେ ଡିଜେଲ ମୂଲ୍ୟ ଲିଟର ପିଛା ୧୦୨.୬୪ ଟଙ୍କା, ୯୭.୮୨ଟଙ୍କା ଏବଂ ୯୯.୦୪ ଟଙ୍କାରେ ପହଞ୍ଚତ୍ଛି।
କୋଭିଡ ପରଠାରୁ ସାରା ଦେଶବାସୀ ବିଭିନ୍ନ ସମସ୍ୟା ଓ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଏଭଳି ସମୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଖାଉଟିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କାରଣ ଖାଉଟି ତୈଳ ପାଇଁ ଅତିରିକ୍ତ ବଜେଟ ବ୍ୟୟବରାଦ କରୁଥିବା ବେଳେ ଡିଜେଲ ମୂଲ୍ୟ ବୃଦ୍ଧି ଯୋଗୁ ପରିବା ହାଟରୁ ପରିବହନ ବ୍ୟବସ୍ଥା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଦର ପରିବର୍ତ୍ତନ ଓ ଅତ୍ୟାବଶ୍ୟକ ସାମଗ୍ରୀ ଉଚ୍ଚା ଦର ଖାଉଟି ପକେଟକୁ ଅଧିକ ପ୍ରଭାବିତ କରୁଛି ବୋଲି ଉଭୟ ଖାଉଟି ଓ ବଜାର ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ସେହିଭଳି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ବିଶେଷକରି ଭାରତ ବଜାର ଉପରେ ପ୍ରଭାବ ପକାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?