ଅଭାବନୀୟ ଘଟଣା: ଶୌଚ ଯାଇଥିବାବେଳେ ପ୍ରସବ କଲେ ମହିଳା, ଜଙ୍ଗଲୀ ଜନ୍ତୁଙ୍କ ଶିକାର ହେଲା ନବଜାତ

ଆଗ୍ରା, ୨୪।୬- ଉତ୍ତର ପ୍ରଦେଶର ଆଗ୍ରା ସହରରୁ ସମସ୍ତଙ୍କୁ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ପିନାହଟ ଥାନା ଅନ୍ତର୍ଗତ ଯୋଧପୁର ଗ୍ରାମରେ ଶିଳ୍ପି ଚୌହାନ ନାମକ ଜଣେ ଗର୍ଭବତୀ ମହିଳା ପଦାକୁ ଶୌଚ ହେବାକୁ ଯାଇଥିବାବେଳେ ହଠାତ୍‌ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏହି ସମୟରେ ସେ ଏକ ସନ୍ତାନ ପ୍ରସବ କରିଥିଲେ ମଧ୍ୟ ସଙ୍ଗେ ସଙ୍ଗେ ଚେତା ହରାଇ ପଡ଼ିଥିଲେ। ତେବେ ମହିଳା ଜଣଙ୍କ ଚେତା ହରାଇଥିବାବେଳେ ସ୍ଥାନୀୟ ଜଙ୍ଗଲୀ ଜନ୍ତୁ ନବଜାତ ଶିଶୁକୁ ଭିଡ଼ି ନେଇଯାଇଥିବା ଜଣାପଡ଼ିଛି। ବହୁ ସମୟ ପର୍ଯ୍ୟନ୍ତ ମହିଳା ଜଣଙ୍କ ଘରକୁ ନ ଫେରିବାରୁ ପରିବାର ସଦସ୍ୟ ଖୋଜିବା ଆରମ୍ଭ କରିଦେଇଥିଲେ। ଦୁଇ ଘଣ୍ଟାପରେ ପରିବାର ଲୋକ ମହିଳାଙ୍କୁ ଶେଷରେ ଠାବ କରିଥିଲେ ଏବଂ ତାଙ୍କ ପ୍ରସବ ହୋଇଯାଇଥିବା ଜାଣିବାକୁ ପାଇଥିଲେ। କିନ୍ତୁ ନବଜାତ ସନ୍ତାନର କୌଣସି ସନ୍ଧାନ ମିଳି ନ ଥିଲା। ଏହାପରେ ସେମାନେ ଅଚେତ ଅବସ୍ଥାରେ ମହିଳାଙ୍କୁ ଘରକୁ ନେଇଆସିଥିଲେ। ମହିଳାଙ୍କର ଏହା ଦ୍ୱିତୀୟ ସନ୍ତାନ ଥିଲା। ମହିଳା ଜଣଙ୍କ କହିଛନ୍ତି, ଶୌଚ ହେବାକୁ ଯାଇଥିବାବେଳେ ଯନ୍ତ୍ରଣା ଅନୁଭବ କରିଥିଲି ଏବଂ ଏକ ସନ୍ତାନ ପ୍ରସବ ହୋଇଥିଲା। କିନ୍ତୁ ଏହାପରେ ମୋତେ ଦୁର୍ବଳ ଲାଗିବା ସହ ଚେତା ବୁଡ଼ିଯାଇଥିଲା। ଏଠାରେ ପ୍ରକାଶଯୋଗ୍ୟ, ଶିଳ୍ପିଙ୍କ ପରିବାରକୁ ଛାଡ଼ିଦେଲେ ଏହି ଗ୍ରାମରେ ସମସ୍ତଙ୍କ ଘରେ ଶୌଚାଳୟ ରହିଛି। କିନ୍ତୁ ଶିଳ୍ପି ଓ ତାଙ୍କ ସ୍ବାମୀ ଏଠାକାର ସ୍ଥାନୀୟ ବାସିନ୍ଦା ହୋଇ ନ ଥିବାରୁ ସରକାରଙ୍କ ମାଗଣା ଶୌଚାଳୟ ଯୋଜନାରୁ ବଞ୍ଚତ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri