ଗର୍ଭବତୀ ନାବାଳିକାଙ୍କ ନାମରେ ରହିଛି ମାଆ ଓ ଶିଶୁ ସୁରକ୍ଷା କାର୍ଡ

ନବରଙ୍ଗପୁର,୨୬ା୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏବେ ୩ ମାସର ଗର୍ଭବତୀ। ତାଙ୍କ ନାମରେ ରହିଛି ମାଆ ଓ ଶିଶୁ ସୁରକ୍ଷା କାର୍ଡ। ଜଣେ ଗର୍ଭବତୀ ନାବାଳିକା ଏହି କାର୍ଡ ପାଇବାକୁ ଯୋଗ୍ୟ ନୁହନ୍ତି। ଏହି ଘଟଣା ଜଣାପଡ଼ିବା ପରେ ନାବାଳିକାଙ୍କୁ ଉଦ୍ଧାର କରି ଶୁକ୍ରବାର ଜିଲା ଶିଶୁ କଲ୍ୟାଣ କମିଟି ନିକଟରେ ହାଜର କରାଯାଇଛି। ଥାନାରେ ମାମଲା ରୁଜୁ ସହ ଘଟଣାର ତଦନ୍ତ କରିବାକୁ ଜିଲା ଶିଶୁ କଲ୍ୟାଣ କମିଟି ନିର୍ଦ୍ଦେଶ ଦେଇଛନ୍ତି। ନାବାଳିକାଙ୍କୁ ଉତ୍ତମ ଚିକିତ୍ସା, ରକ୍ଷଣାବେକ୍ଷଣ ପାଇଁ ସଖୀ ୱାନ ଷ୍ଟପ କେନ୍ଦ୍ରର ସ୍ବଳ୍ପ ରହଣି ପାଇଁ ଚିଠି କରି ଦର୍ଶାଇଛନ୍ତି। ନାବାଳିକାଙ୍କୁ କିଭଳି ମାଆ ଓ ଶିଶୁ ସୁରକ୍ଷା କାର୍ଡ ମିଳିଲା ତାହାର ତଦନ୍ତ କରାଯିବ ବୋଲି ଜିଲା ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷା ଅଜନ୍ତା ଶୁଭପ୍ରିୟଦର୍ଶନୀ କହିଛନ୍ତି।
ସୂଚନାନୁଯାୟୀ, ନବରଙ୍ଗପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ଆଲାମ ଖାନ ନାମକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। ପୂର୍ବର ଯୁବକ ଜଣକ ନାବାଳିକାଙ୍କୁ ଅପହରଣ କରିଥିବା ନେଇ ନବରଙ୍ଗପୁର ଥାନାରେ ୨୦୨୪ ଫେବୃଆରୀ ୯ରେ କେସ୍‌ ନମ୍ବର ୬୯/୨୪ରେ ଏକ ମାମଲା ରୁଜୁ ହୋଇଥିଲା। ସେତେବେଳେ ଏ ସମ୍ପର୍କରେ ପୋଲିସ ଶିଶୁ କଲ୍ୟାଣ କମିଟିକୁ ଜଣାଇ ନ ଥିଲା। କୋର୍ଟରେ ନାବାଳିକା ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିବା ଏବଂ ତାଙ୍କୁ ଅପହରଣ ହୋଇ ନ ଥିବା ନେଇ ବୟାନ ଦେଇଥିଲେ। ପରେ କେସ୍‌ ବନ୍ଦ ହୋଇଯାଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢ଼ିଉଠିଥିଲା। ଏବେ ନାବାଳିକା ଜଣକ ୩ ମାସର ଗର୍ଭବତୀ। ନାବାଳିକାଙ୍କ ନାମରେ ସେଠାକାର ଆଶାକର୍ମୀ ମାଆ ଓ ଶିଶୁ ସୁରକ୍ଷା କାର୍ଡ କରାଇ ଦେଇଥିଲେ। ଏହି ଖବର ଜଣାପଡ଼ିବା ପରେ ଚାଇଲ୍ଡଲାଇନ ସଂଯୋଜକ ଚିନ୍ମୟୀ ନାୟକ ଓ ନମୁଚି ବିଷୋଇ ନାବାଳିକାଙ୍କୁ ଆଣି ଶିଶୁ କଲ୍ୟାଣ କମିଟି ନିକଟରେ ହାଜର କରିଥିଲେ। କମିଟି ଅଧ୍ୟକ୍ଷା ଅଜନ୍ତା ଶୁଭ ପ୍ରିୟଦର୍ଶନୀ, ସଭ୍ୟ ଅନିତା ହୋତା, ବିଜୟଲକ୍ଷ୍ମୀ ସାହୁ, ସନ୍ତୋଷ ଷଡ଼ଙ୍ଗୀ ଓ ରବୀନ୍ଦ୍ର ପଧାନ ନାବାଳିକାଙ୍କ ସହ କଥା ହୋଇ ତାଙ୍କୁ ଥାନାକୁ ପଠାଇଥିଲେ। ଥାନାରେ ପୋକ୍‌ସୋ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଡାକ୍ତରୀ ଚିକିତ୍ସା ଓ ସ୍ବଳ୍ପ ରହଣି ପାଇଁ ୱାନ ଷ୍ଟପରେ ରହିବାକୁ ଚିଠି ନମ୍ବର ୭୦୭-ସିଡବ୍ଲ୍ୟୁସି-୨୦୨୫ରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri