ଟ୍ରଲି ଟାଣୁଛନ୍ତି ଆସନ୍ନ ପ୍ରସବା

ବାରିପଦା ଅଫିସ, ୨୪।୨: ଗର୍ଭରେ ବଢ଼ୁଛି ଭ୍ରୂଣ। କୋଳରେ ବର୍ଷକର ଶିଶୁପୁତ୍ର। ସ୍ବାମୀ ଓ ଶାଶୁଘର ଲୋକେ ଆଡ଼ ଆଖିରେ ନ ଚାହିଁବାରୁ ଗଳିକନ୍ଦିରେ ଘୂରି ବୁଲୁଛନ୍ତି ଜଣେ ଆସନ୍ନ ପ୍ରସବା। ଜରି, ପ୍ଲାଷ୍ଟିକ ଓ କାଚ ଗୋଟାଇ ଅଖାବୁରାରେ ଭର୍ତ୍ତି କରି ଟ୍ରଲି ଟାଣି ପେଟ ପୋଷୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ବାରିପଦା ଷ୍ଟେଶନ ବଜାର ହାଟ ଚାଳିଆରେ ରହୁଥିବା ଲକ୍ଷ୍ମୀପ୍ରିୟା ଦାସ(୧୯)ଙ୍କ କ୍ଷେତ୍ରରେ। ଆଧାରକାର୍ଡ ନ ଥିବାରୁ ଗର୍ଭବତୀଙ୍କ ପାଇଁ ଥିବା ସରକାରୀ ସୁବିଧା ସୁଯୋଗରୁ ସେ ବଞ୍ଚିତ ହୋଇଛନ୍ତି। ଅଙ୍ଗନଓ୍ବାଡି ପକ୍ଷରୁ ତାଙ୍କୁ ଦିଆଯାଉନି ପୁଷ୍ଟିକର ଖାଦ୍ୟ। ମୁହଁ ଫେରାଇ ନେଇଛନ୍ତି ଆଶା କର୍ମୀ। ବିଜୁ ସ୍ବାସ୍ଥ୍ୟ କାର୍ଡ, ଆବାସ ଗୃହ ଓ ମମତା ଯୋଜନାଠାରୁ ବହୁ ଦୂରରେ ରହି ସେ ଜୀବନଯୁଦ୍ଧରେ ସଂଗ୍ରାମ ଜାରି ରଖିଛନ୍ତି।
୩ ବର୍ଷ ତଳେ ଲକ୍ଷ୍ମୀଙ୍କ ସହ ବିକାଶ ବାରିକଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଉଭୟେ ବିବାହ କରି ସୁଖର ସଂସାର କରିଥିଲେ। ବିବାହର ବର୍ଷକ ପରେ ଲକ୍ଷ୍ମୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ବିକାଶ ରଙ୍ଗ ମିସ୍ତ୍ରି ଭାବେ କାର୍ଯ୍ୟ କରୁଥିବା ବେଳେ ସିନ୍ଦୂରଗୌରା ଗ୍ରାମସ୍ଥିତ ପୈତୃକ ଘରେ ରହି ଆସୁଥିଲେ। ତେବେ ସାଙ୍ଗସାଥୀ ମେଳରେ ସମୟ ବିତାଇ ବିକାଶ କାମ କରିବାକୁ ନ ଯାଇ ସ୍ତ୍ରୀ ପିଲାଙ୍କ ପ୍ରତି ଅବହେଳା କରିବାରୁ ଲକ୍ଷ୍ମୀ ତାଙ୍କ ପୁଅକୁ ଧରି ବାପ ଘରକୁ ପଳାଇ ଆସିଥିଲେ। ବାରିପଦା ଷ୍ଟେଶନ ବଜାର ହାଟ ଚାଳିରେ ଥିବା ବାପା ରମାକାନ୍ତ ଦାସଙ୍କ ଘରେ ସେ ଆଶ୍ରୟ ନେଇଛନ୍ତି। ସେହି ଘରେ ଖରା, ବର୍ଷା, ଶୀତ କାକରରେ ଜାକିଜୁକି ହୋଇ ରହୁଥିବା ବେଳେ ଭୋକ ଉପାସରେ ମଧ୍ୟ ଦିନ ବିତାଉଛନ୍ତି। ପେଟରେ ବଢୁଥିବା ଭ୍ରୂଣ ଓ ଦୁଇ ପେଟକୁ ଦୁଇ ଓଳି ଖାଇବା ଯୋଗାଡ଼ କରିବା ପାଇଁ ଛିଣ୍ଡା ଦଦରା ଅଖାବୁରା ଧରି ଘୂରି ବୁଲୁଛନ୍ତି ଏ ଗଳିରୁ ସେ ଗଳିକୁ। ପରିତ୍ୟକ୍ତ ଅଳିଆଗଦାରୁ ଜରି, ପାଣିବୋତଲ, ପ୍ଲାଷ୍ଟିକ ସାମଗ୍ରୀ, କାଗଜ, କାଚ ବୋତଲ ଗୋଟାଉଛନ୍ତି। ଦିନକୁ ୨୦୦ ଟଙ୍କା ରୋଜଗାର କରିବାର ଆବଶ୍ୟକତା ରହୁଥିବା ବେଳେ ବହୁ କଷ୍ଟରେ ୧୫୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇପାରୁ ଥିବା ଓ ଏଥିରୁ କିଛି ଅର୍ଥ ସେ ତାଙ୍କ ପ୍ରସବ ପାଇଁ ସଞ୍ଚୟ କରୁଥିବା କହିଛନ୍ତି। ମୁଣ୍ଡରେ ନୁଖୁରା କେଶ ଓ ତାଙ୍କ ଶରୀରର ଅବସ୍ଥାକୁ ଦେଖି ସହରବାସୀ ମଧ୍ୟ ସହାୟତାର ହାତ ବଢ଼ାଉଛନ୍ତି। ତେବେ ଅସହାୟ ମହିଳାଙ୍କ ସୁରକ୍ଷା, ଆବଶ୍ୟକ ଚିକିତ୍ସା ଓ ସନ୍ତାନର ଥଇଥାନ ପାଇଁ ସରକାରୀସ୍ତରରେ ବ୍ୟବସ୍ଥା କରାଗଲେ ଜନନୀ ଓ ଶିଶୁ ସୁରକ୍ଷାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି। ଲକ୍ଷ୍ମୀଙ୍କ ବିଷୟରେ ଅତିରିକ୍ତ ଜିଲାପାଳ (ସାଧାରଣ) ରୁଦ୍ର ନାରାୟଣ ମହାନ୍ତିଙ୍କୁ ପଚାରିବାରୁ ତାଙ୍କ ପାଇଁ ସରକାରୀ ସ୍ତରରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…

ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

ବସ୍‌ଷ୍ଟାଣ୍ଡ ପାଇଁ ଗଛକଟା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ…

ବାରିପଦା, ୨୧।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଥିବା ଗଛକଟାକୁ ତୀବ୍ର ବିରୋଧ କରାଯାଇଛି। ପରିବେଶବିତ୍‌...

ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଛି ଗଛକଟା: ଉଦ୍‌ବେଗ ପ୍ରକାଶ କଲେ ପରିବେଶବିତ୍‌

ବାରିପଦା,୨୦ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ମୁଖ୍ୟାଳୟ ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନେକ ହଜାର ଗଛ କଟାଯାଉଛି। ଏହାକୁ...

ଧାନ ଚୋରି ରୋକିବାକୁ ସୀମା ସିଲ୍‌, ଏସ୍‌ପିଙ୍କୁ ଚିଠି ଲେଖି ଜିଲାପାଳ କହିଲେ…

ବାରିପଦା,୧୯ା୧୨: ଧାନ ଚୋରି ରୋକିବାକୁ ମୟୂରଭଞ୍ଜ ସୀମାରେ ଚେକ ପୋଷ୍ଟ କରାଯିବ। ଏଠାରେ ଚେକ୍‌ ପୋଷ୍ଟ ଲଗାଇବାକୁ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି ଜିଲାପାଳ। ଉକ୍ତ ଚିଠିରେ...

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri