ରାଜ୍ୟ ହକି ଚାମ୍ପିୟନଶିପ୍‌ରେ ସ୍ଥାନ ପାଇଲେ ପ୍ରୀତି

କୋକସରା,୨୫।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଓଡ଼ିଶା ରାଜ୍ୟ ହକି ଆସୋସିଏଶନ ଆନୁକୂଲ୍ୟରେ ଭୁବନେଶ୍ବରଠାରେ ଆୟୋଜିତ ହେଉଛି ରାଜ୍ୟ ହକି ଚାମ୍ପିୟନଶିପ୍‌। ଟୁର୍ନାମେଣ୍ଟ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ୧୮ ବର୍ଷରୁ କମ୍‌ ବାଳିକା ବର୍ଗରେ କଳାହାଣ୍ଡି ହକି ଦଳ ଭୁବନେଶ୍ବର ଗସ୍ତ କରିଛି।

କଳାହାଣ୍ଡି ଦଳରେ ପ୍ରୀତି ରାଉତ, ଶ୍ରଦ୍ଧାଞ୍ଜଳି ସାହୁ, ବର୍ଷାରାଣୀ ସାହୁ, ଗୀତାଞ୍ଜଳି ବିଶି, ଅନୁପମା ଭୋଇ, ଯଶୋବନ୍ତୀ ମାଝି, ପଲ୍ଲବୀ ସାହୁ, ସୀତା ସାହୁ , ଝାନ୍‌ସୀ ଦୀପ, ସୋହନା ନିଆଲ, ଯଶୋଦା ବଛା, କଳ୍ପନା ମାଝି, ମନୀଷା ଖାତୁନ, ରଞ୍ଜନି ମାହାର, ଟ୍ବିଙ୍କିଲ ନାଏକ, ଅସ୍ମିତା ଭାଟି, ଡଲି ବିଭାର, ରଚନା ବଗର୍ତ୍ତୀ ରହିଥିବା ବେଳେ ହକି କୋଚ ଯୁମର କୁମାର ସାହୁଙ୍କ ସହିତ ମ୍ୟାନେଜର ସବିତା ନାଏକ ଗସ୍ତ କରିଛନ୍ତି। ତେବେ କୋକସରା ବ୍ଲକ ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରୀତି ଦଳରେ ସାମିଲ ହୋଇ କୋକସରା ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ପ୍ରୀତି ଶରତ ଚନ୍ଦ୍ର ରାଉତ ଏବଂ ହେମନ୍ତୀ ରାଉତଙ୍କ ଦ୍ୱିତୀୟ କନ୍ୟା। ତାଙ୍କ ଏହି ସଫଳତାରେ ଆଦର୍ଶବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷକ ତଥା କର୍ମଚାରୀମାନେ ଶୁଭେଚ୍ଛା ଜଣାଇଛନ୍ତି।