ଶ୍ରୋତାଙ୍କୁ ମତୁଆଲା କରେ ପ୍ରୟତାତ୍ମାଙ୍କ ସଙ୍ଗୀତ

ନିଜ କଣ୍ଠର ଯାଦୁକରି ସ୍ପର୍ଶରେ ଓଡ଼ିଶାର ଅଗଣିତ ଶ୍ରୋତାଙ୍କ ହୃଦୟରେ ଘର କରି ସଙ୍ଗୀତ ଦୁନିଆରେ ବର୍ତ୍ତମାନ ଖୁବ୍‌ ଚର୍ଚ୍ଚାର ପରିସରରେ ଅଛନ୍ତି ପ୍ରୟତାତ୍ମା ରଥ। ନୟାଗଡ଼ ଜିଲା ଅନ୍ତର୍ଗତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କର ଜନ୍ମପୀଠ ତଥା ସାଧନାସ୍ଥଳୀ ଭାବରେ ପରିଚିତ ଖଣ୍ଡପଡ଼ା ଗ୍ରାମରେ ରହୁଥିବା ଅନସୂୟା ଏବଂ ଚଣ୍ଡୀ ଚରଣ ରଥଙ୍କର ସେ ଏକମାତ୍ର ପୁଅ। ପ୍ରୟତାତ୍ମା ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂସ୍କୃତ ସମ୍ମାନରେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲେ। ବର୍ତ୍ତମାନ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ କେ.ଜେ. ସୋମାୟା ମୁମ୍ବାଇ ପରିସରରେ ଶିକ୍ଷାଶାସ୍ତ୍ରୀ ଦ୍ବିତୀୟ ବର୍ଷର ଛାତ୍ର ଭାବେ ଅଧ୍ୟୟନରତ ଅଛନ୍ତି। ପିଲାବେଳୁ ସଂସ୍କୃତ ଓ ସଙ୍ଗୀତ ପ୍ରତି ଅନୁରକ୍ତ ପ୍ରୟତାତ୍ମା ୪ର୍ଥଶ୍ରେଣୀରୁ ଗୁରୁ ଶ୍ରୀଯୁକ୍ତ ପ୍ରଭାତ କୁମାର ଦାଶଙ୍କଠାରୁ ଓଡ଼ିଶୀ ସଙ୍ଗୀତ ଶିକ୍ଷା କରି ପ୍ରାଚୀନ କଳାକେନ୍ଦ୍ର ଚଣ୍ଡୀଗଡ଼ ବିଶ୍ବବିଦ୍ୟାଳୟରୁ ସଙ୍ଗୀତ ବିଶାରଦ ଉପାଧି ଲାଭ କରିଛନ୍ତି । ୨୦୧୦, ୨୦୧୧, ୨୦୧୪ ମସିହାରେ ସୁରଭି ସଙ୍ଗୀତ ପ୍ରତିଯୋଗିତାରେ ଜିଲାସ୍ତରରୁ ପ୍ରଥମ ସ୍ଥାନ ଅଧିକାର କରିବା ସହ ରାଜ୍ୟସ୍ତରରୁ ପୁରସ୍କୃତ ହୋଇଛନ୍ତି । ୨୦୧୩ ଓ ୨୦୧୯ ମସିହାରେ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ସନ୍ଦର୍ଭରେ ଶୋଧପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଭୁବନେଶ୍ବର ଜୟଦେବ ଭବନଠାରେ ପଠାଣି ସାମନ୍ତ ସ୍ମୃତି ସମ୍ମାନରେ ମଧ୍ୟ ବିଭୂଷିତ ହୋଇଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ସାମନ୍ତ ଜୟନ୍ତୀ ଅବସରରେ ପଠାଣି ସାମନ୍ତ ମେମୋରିଆଲ୍‌ ପରିଷଦ ତରଫରୁ ୨୦୦୮-୨୦୧୨ ମସିହା ପର୍ଯ୍ୟନ୍ତ ‘ଶିଶୁପଣ୍ଡିତ’ ଉପାଧିରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ଶ୍ଳୋକ ଗାୟନ, ବେଦ ପଠନ, ପ୍ରବନ୍ଧ ଲିଖନ ଓ ସଂସ୍କୃତ ଭାଷାରେ ଭାଷଣ ଦକ୍ଷତା ପାଇଁ ମଧ୍ୟ ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି। ଡି.ଡି. ଓଡ଼ିଆ, ‘ସିନେକ୍ରିଟିକ୍ସ’, ‘ତାଲ୍‌ ମ୍ୟୁଜିକ୍‌’, ସମ୍ବର୍ଦ୍ଧନା ମ୍ୟୁଜିକ୍‌, ସ୍ବାତିଲଗ୍ନା କ୍ରିଏସନ୍‌, ନମସ୍ତେ ଓ୍ବାଲର୍‌ଡ, ମୁଁ ଓଡ଼ିଆ, ଆର୍‌.ପି.ଏଣ୍ଟରଟେନ୍‌ମେଣ୍ଟ, ଇଭେଣ୍ଟ ଓଡ଼ିଶା, ଓଡ଼ିଶା ଇ. ନ୍ୟୁଜ୍‌, ମଙ୍ଗଳ ଆଳତି ଆଦିରେ କଣ୍ଠଦାନ କରୁଛନ୍ତି । ରାଜ୍ୟସ୍ତରୀୟ କଳା ସମ୍ମାନ ମଧ୍ୟ ସେ ପାଇଛନ୍ତି । ଖଣ୍ଡପଡ଼ା ରାଜପରିବାର ପକ୍ଷରୁ ସାମନ୍ତ ଜୟନ୍ତୀ ଅବସରରେ ‘ବଘେଲ ସମ୍ମାନ’ରେ ମଧ୍ୟ ଭୂଷିତ ହୋଇଛନ୍ତି । ଜଣେ କଣ୍ଠଶିଳ୍ପୀ ଭାବରେ ଓଡ଼ିଶାର ବିଭିନ୍ନ ମଞ୍ଚରେ ଆଧୁନିକ ସଙ୍ଗୀତ ଗାଇ ଶ୍ରୋତା ମହଲରୁ ପ୍ରଶଂସିତ ଓ ପୁରସ୍କୃତ ହୋଇଥିବା ପ୍ରୟତାତ୍ମା ଭବିଷ୍ୟତରେ ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସହ ସଂସ୍କୃତ ଅଧ୍ୟାପକ ଭାବେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି।
– ଅଜୟ ମହାରଣା


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri