ଭଞ୍ଜନଗର,୨୮।୬(ବାବୁଲା ପ୍ରଧାନ): ଆସନ୍ତା ଜୁଲାଇ ମାସ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଭଞ୍ଜନଗର ଓମ୍ ଶାନ୍ତି କାର୍ଯ୍ୟାଳୟ ପକ୍ଷରୁ ରାଜଯୋଗ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ରାଜଯୋଗ ଶିକ୍ଷକ ବିକେ ଡକ୍ଟର ଶକ୍ତିରାଜ ସିଂହ ମାଉଣ୍ଟଆବୁରୁ ଆସି ପ୍ରବଚନ ଦେବେ। ମନକୁ ପରିବର୍ତ୍ତନ କରିବା ସହ ଜୀବନକୁ ପରିବର୍ତ୍ତନ କରିବା ଉପରେ ସେ ପ୍ରବଚନ ଦେବେ। ରାଜସ୍ଥାନ ମାଉଣ୍ଟ ଆବୁର ରାଜଯୋଗୀ ଡକ୍ଟର ବିକେ ଶକ୍ତିରାଜ ସିଂହ ଜଣେ ପ୍ରସିଦ୍ଧ ରାଜଯୋଗ ଧ୍ୟାନ ଶିକ୍ଷକ, ପ୍ରେରଣାଦାୟକ ବକ୍ତା ଏବଂ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ମନ ଏବଂ ସ୍ମୃତି ପ୍ରଶିକ୍ଷକ ।
ତାଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ସମସ୍ତଙ୍କୁ ସେମାନଙ୍କର ଆଭ୍ୟନ୍ତରୀଣ ଶକ୍ତିକୁ ଆବିଷ୍କାର କରିବାରେ ଏବଂ ଜୀବନର ସମସ୍ତ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବାରେ ସାହାଯ୍ୟ କରିବା। ତାଙ୍କର ଉଦ୍ଦେଶ୍ୟ ହେଉଛି “ମନକୁ ପରିବର୍ତ୍ତନ କର ଏବଂ ଜୀବନକୁ ପରିବର୍ତ୍ତନ କର”। କାର୍ଯ୍ଯକ୍ରମ କିଭଳି ସଫଳ ହେବ ସେଥିପାଇଁ ରବିବାର ସଂନ୍ଧ୍ୟାରେ ଏକ ସାମ୍ୱାଦିକ ସମ୍ମିଳନୀ ହୋଇଥିଲା।
ଏଥିରେ ଭଞ୍ଜନଗର ଶାଖାର ମୁଖ୍ୟ ରାଜଯୋଗିନୀ ବ୍ରହ୍ମାକୁମାରୀ ସନ୍ତୋଷୀନି ଯୋଗଦେଇ ଆସନ୍ତା ୩ ତାରିଖରେ ଟାଉନ୍ ହଲ୍ ଏବଂ ୪ ଓ ୫ ତାରିଖରେ ଓମ୍ ଶାନ୍ତି କାର୍ଯ୍ୟାଳୟରେ କାର୍ଯ୍ୟକର୍ମ ହେବ ବୋଲି କହିଥିଲେ। ଦୈନନ୍ଦିନ ସକାଳ ଓ ସଂନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ହେବ ବୋଲି ସେ କହିଥିଲେ।