ବାଥ୍‌ରୁମ୍‌ରୁ ମିଳିଲା ସେଲିବ୍ରିଟି ଫ୍ୟାଶନ ଡିଜାଇନର୍‌ ପ୍ରତ୍ୟୁଷାଙ୍କ ମୃତଦେହ

ହାଇଦ୍ରାବାଦ: ଟଲିଉଡ୍‌ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବାଥରୁମ୍‌ରୁ ମିଳିଛି ସେଲିବ୍ରିଟି ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ମୃତଦେହ। ହାଇଦ୍ରାବାଦ ସ୍ଥିତ ବଞ୍ଜାରା ହିଲ୍ସ ଆପାର୍ଟମେଣ୍ଟର ବାଥରୁମ୍‌ରୁ ଶନିବାର ତାଙ୍କ ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏପରିକି ତାଙ୍କ କୋଠରୀରୁ କାର୍ବନ ମନୋକ୍ସାଇଡ ବୋତଲ ଜବତ ହୋଇଛି। ଏହାକୁ ଷ୍ଟିମ୍‌ ସହ ସେ ନେଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ସନ୍ଦେହ କରୁଛି।

ପ୍ରତ୍ୟୁଷାଙ୍କ ପରିବାରଲୋକଙ୍କୁ ତାଙ୍କ ମୃତ୍ୟୁ ନେଇ ଖବର ଦିଆଯାଇଛି। ସେ ମାନସିକ ଚାପରେ ଥିଲେ ବୋଲି କୁହାଯାଉଛି। ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଉସମାନିଆ ହସ୍ପିଟାଲକୁ ପଠାଇଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତାଙ୍କ ଘରୁ ଏକ ଚିଠି ମଧ୍ୟ ଜବତ ହୋଇଛି। ଏଥିରେ ତାଙ୍କ ମୃତ୍ୟୁକୁ ନେଇ କାହାକୁ ମଧ୍ୟ ଦାୟୀ କରାଯାଇ ନାହିଁ। ଏଥିରେ ‘ବେଶ ଏକୁଟିଆ ଅନୁଭବ କରୁଛି। ଡିପ୍ରେସନରେ ଅଛି’ ବୋଲି ଲେଖାଥିବା ପୋଲିସ କହିଛି।

୩୫ ବର୍ଷୀୟ ପ୍ରତ୍ୟୁଷା ହାଇଦ୍ରାବାଦର ବଞ୍ଜାରା ହିଲ୍ସର ଫିଲ୍ମ ନଗରରେ ଥିବା ଏକ ଆପାର୍ଟମେଣ୍ଟରେ ରହୁଥିଲେ। ସେ ଆମେରିକାରେ ଫ୍ୟାଶନ ଡିଜାଇନ୍‌ର ପାଠ ପଢ଼ିବା ପରେ ହାଇଦ୍ରାବାଦରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମେ ସେ ବାପାଙ୍କ ବ୍ୟବସାୟରେ ସାମିଲ ହୋଇଥିଲେ। ହେଲେ ପରେ ସେ ଏହି ବିଜନେସ ଛାଡି ଡ୍ରେସ ଡିଜାଇନ କରିବା ଆରମ୍ଭ କରିଥିଲେ। ୨୦୧୩ରେ ସେ ଏଥିରେ ସଫଳତା ପାଇଥିଲେ। ସେ ଅନେକ ଟଲିଉଡର କଳାକାରଙ୍କ ସହ କାମ କରିଛନ୍ତି। ବଲିଉଡ୍‌ରେ ମଧ୍ୟ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକଦା ପ୍ରେମିକାଙ୍କ ପାଇଁ ସୁନିଲଙ୍କ ଆଗରେ ହାତ ଯୋଡ଼ିଥିଲେ ସଲମାନ୍‌; ଜାଣନ୍ତୁ ପୁରା ଘଟଣା

ବମ୍ବେ: ବଲିଉଡ୍‌ ଅଭିନେତା ସୁନିଲ ସେଟ୍ଟୀଙ୍କୁ ଇଣ୍ଡଷ୍ଟ୍ରୀର ଅନ୍ନା ବୋଲି କୁହାଯାଏ। ହେଲେ ଯଦି ତାଙ୍କର ବିତୃଷ୍ଣା ଭାବ ଆସେ ତେବେ ସେ ତାଙ୍କ ସହ...

ଚୁଜି ହେଲେଣି କିଆରା

କିଆରା ଆଡଭାନୀ ଏବେ ଚୁଜି ହେଲେଣି। ଦେଖୁନାହାନ୍ତି, କାହାଣୀ ପସନ୍ଦ ହେଲାନାହିଁ ବୋଲି କେମିତି ତିନୋଟି ଅଫରକୁ ହାତଛଡ଼ା କରିଦେଲେ। ଏଣିକି ସେ କୁଆଡେ ତରତର...

ବୁଢ଼ା କହିଥିବା ୟୁଜରଙ୍କ ଦୀର୍ଘାୟୁ କାମନା କଲେ ବିଗ୍‌ ବି

ମୁମ୍ବାଇ:ବଲିଉଡ୍‌ ଇଣ୍ଡଷ୍ଟିର କିଛି କଳାକାର ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ସେମାନଙ୍କ ମଧ୍ୟରୁ ବିଗ୍‌ ବି ଅମିତାଭ ବଚ୍ଚନ ହେଉଛନ୍ତି ଜଣେ। ଯିଏ ପ୍ରତ୍ୟେକ ଦିନ...

ସ୍ବାମୀଙ୍କ ସହ ଗଲ୍ଫ ଖେଳୁଛନ୍ତି ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍‌ ଜୋନାସଙ୍କ ସହ ଆଜିକାଲି ହଲିଉଡ୍‌ର କିଛି ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ। ଏତେ ବ୍ୟସ୍ତତା ସତ୍ତ୍ୱେ ପ୍ରିୟଙ୍କା...

ପୂରଣ ହେଲା ଆଶା

ପୂଜା ହେଗେଡ୍‌ ଯାହା ଚାହୁଁଥିଲେ ତାହା ପୂରଣ ହୋଇଛି। ‘ହାଉସ୍‌ଫୁଲ-୪’ ପରେ ସାଦିଦ୍‌ ନାଦିଓ୍ବାଦଓ୍ବାଲାଙ୍କ ପରବର୍ତ୍ତୀ ଫିଲ୍ମରେ ସେ ଅଭିନୟ କରିବାକୁ ଯାଉଛନ୍ତି। କଥା କ’ଣ...

ପ୍ରଭାସଙ୍କ ପାଇଁ ସୁଇସାଇଡ୍‌ ନୋଟ୍‌

ହାଇଦ୍ରାବାଦ: ସୁପରଷ୍ଟାର ପ୍ରଭାସଙ୍କ ପାଇଁ ପ୍ରଶଂସକ ଲେଖିଲେ ସୁଇସାଇଡ୍‌ ନୋଟ୍‌। ସେ ବି ତାଙ୍କ ଆଗାମୀ ଫିଲ୍ମ ‘ରାଧେ ଶ୍ୟାମ’ ସହ ଜଡିତ ଅପ୍‌ଡେଟ୍‌ ଶେୟାର...

ସାମ୍ନାକୁ ଆସିଲା ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ପଛର ସତ !

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଇତି ମଧ୍ୟରେ ଏକ ମାସ ବିତିଲାଣି। ହେଲେ ପ୍ରଶଂସକମାନେ ତାଙ୍କ ମୃତ୍ୟୁକୁ ଗ୍ରହଣ କରିବାକୁ ନାରାଜ। ଅପରପକ୍ଷେ...

ରିଲିଜ ହେଲା ଫିଲ୍ମ ଅନ୍ତିମ୍‌ର ପ୍ରଥମ ଗୀତ

ମୁମ୍ବାଇ : ବଲିଉଡ ଅଭିନେତା ତଥା ଦବଙ୍ଗ ଖାନ ସଲମାନଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ’ର ପ୍ରଥମ ଗୀତ ବିଘ୍ନହର୍ତ୍ତା ରିଲିଜ୍‌ ହୋଇଛି।...

Advertisement
Archives

Model This Week