ପ୍ରତାପଙ୍କୁ ମିଳିଲା ପିପିଲି ଦାୟିତ୍ୱ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ଶାସକ ବିଜେଡି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗୁରୁବାର ବିଧାୟକ ତଥା ଦଳୀୟ ମୁଖପାତ୍ର ପ୍ରତାପ କେଶରୀ ଦେବଙ୍କୁ ଦଳ ପକ୍ଷରୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଦାୟିତ୍ୱ ମିଳିବା ପରେ ପ୍ରତାପ ପିପିଲି ନିର୍ବାଚନମଣ୍ଡଳୀ ଯାଇ ସମୀକ୍ଷା କରି ସୁପ୍ରିମୋଙ୍କୁ ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି।

ପ୍ରକାଶ ଯେ, ପିପିଲି ଆସନରୁ ପ୍ରଦୀପ ମହାରଥୀ ବିଧାୟକ ଥିଲେ। ହେଲେ ଗତ ଅକ୍ଟୋବରରେ ତାଙ୍କର ମୃତ୍ୟୁ ହେବା ପରଠାରୁ ଉକ୍ତ ଆସନ ଖାଲି ପଡ଼ିଛି। ଏଠାରେ ଉପନିର୍ବାଚନ ହେବା ନେଇ ରାଜ୍ୟର ୩ ମୁଖ୍ୟ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଉଛି। ଏହି ଆସନରୁ ବିଜେଡି ପ୍ରଦୀପଙ୍କ ସ୍ତ୍ରୀ ପ୍ରତିଭା ନଚେତ ତାଙ୍କ ପୁଅ ରୁଦ୍ର ପ୍ରତାପଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।