Posted inଖେଳ

ଜଣେ କ୍ରିକେଟର ଆହତ ହେବାରୁ ବଦଳି ଯାଇଥିଲା ପ୍ରସିଦ୍ଧଙ୍କ ଭାଗ୍ୟ

ଅହମଦାବାଦ,୨୪।୩: କର୍ନାଟକର ଯୁବ ପେସର ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ବପ୍ନ ଶେଷରେ ପୂରଣ ହୋଇଛି। ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ର୍‌ଥମ ଏକଦିବସୀୟରେ କ୍ରିଷ୍ଣାଙ୍କୁ ଅନ୍ତର୍ଜାତୀୟ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା। ଡେବ୍ୟୁ ମ୍ୟାଚ୍‌ରେ ସେ ୮.୧ ଓଭର ବୋଲିଂ କରି ୫୫ ରନ୍‌ ଦେଇ ୪ଟି ଉଇକେଟ୍‌ ନେଇଥିଲେ। ଡେବ୍ୟୁ ମ୍ୟାଚ୍‌ରେ ୪ ଉଇକେଟ୍‌ ନେବାରେ ପ୍ରଥମ ଭାରତୀୟ ହେବାସହ ସେ ୨୪ ବର୍ଷର ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ୧୯୯୭ରେ ନୋଏଲ ଡେଭିଡ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଡେବ୍ୟୁ ମ୍ୟାଚ୍‌ରେ ୨୧ ରନ୍‌ ଦେଇ ୩ଟି ଉଇକେଟ୍‌ ନେଇଥିଲେ। ଗୋଟିଏ ଦିନ ପୂର୍ବରୁ ସେ ଟିମ ଇଣ୍ଡିଆ ଜର୍ସି ପିନ୍ଧିଥିବା ଏକ ଫଟୋ ପୋଷ୍ଟ କରି ଏହାକୁ ସ୍ମରଣୀୟ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଥିଲେ।

କିନ୍ତୁ ଏଠାରେ ପହଞ୍ଚିବା ପାଇଁ ପ୍ରସିଦ୍ଧଙ୍କର ଯାତ୍ରା ସହଜ ହୋଇନାହିଁ। ଘରେ ପ୍ରସିଦ୍ଧ ପିଲାଦିନରୁ ଖେଳର ପରିବେଶ ପାଇଥିଲେ। ବାପା କ୍ରିକେଟ ଖେଳୁଥିଲେ। ମା’ ଜଣେ ଭଲିବଲ ଖେଳାଳି ଥିଲେ। ୬ ଫୁଟ ୨ ଇଞ୍ଚ ଉଚ୍ଚତାର କ୍ରିଷ୍ଣା ଆଇପିଏଲରେ ଅନେକ ଦଳ ପାଇଁ ନେଟ ବୋଲିଂ କରୁଥିଲେ। ୨୦୧୮ରେ, କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ୧୯ ବର୍ଷରୁ କମ ଭାରତୀୟ ଦଳ ବୋଲର କମଲେଶ ନାଗେରକୋଟିଙ୍କ ଆଘାତ ପରେ କ୍ରିଷ୍ଣାଙ୍କୁ ଦଳରେ ନିଆଯାଇଥିଲା। ଏହା ପରେ ସେ ଟି -୨୦ଲିଗରେ ଅବତରଣ କରି ନିଜକୁ ପ୍ରମାଣିତ କରିଥିଲେ। ସେପ୍ଟେମ୍ବର ୨୦୧୫ରେ ବାଂଲାଦେଶ ବିପକ୍ଷ ତିନି ଦିନିଆ ୱାର୍ମ ଅପ ମ୍ୟାଚରେ ପ୍ରଥମ ଥର ପାଇଁ ସିନିୟର ସ୍ତରରେ ଚମତ୍କାର ପ୍ରଦର୍ଶନ କରି ପ୍ରସିଦ୍ଧ କ୍ରିଷ୍ଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ସେ ୪୯ରନ ଦେଇ ୫ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri