ପ୍ରଶାନ୍ତ ଜଗଦ୍ଦେବ ଘଟଣାରେ ଧରାପଡ଼ିଛି କେନ୍ଦ୍ରମନ୍ତ୍ରୀଙ୍କ ଦୋମୁହାଁ ନୀତି: ବିଜେଡି

ଭୁବନେଶ୍ୱର,୨୯ା୮(ଅନିଲଦାସ):ବିଜେଡି ସାଧାରଣ ଜୀବନରେ କୌଣସି ପ୍ରକାର ହିଂସା କିମ୍ବା ବାଧା ସୃଷ୍ଟି କରିବା ଉପରେ ବିଶ୍ୱାସ କରେ ନାହିଁ। ଆମ ସୂଚନା ଅନୁଯାୟୀ ସେଭଳି କୌଣସି ଅଘଟଣ ଘଟି ନ ଥିଲା ା ଯଦି ଏହା ଘଟିଥାନ୍ତା ତେବେ ବିଜେଡି ପ୍ରଥମେ ଏହାକୁ ନିନ୍ଦା କରିଥାନ୍ତା । ଭୁବନେଶ୍ୱର ଏମ୍‌ପି ଅପରାଜିତାଙ୍କ ଉପରେ ଆକ୍ରମଣକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟ ଉପରେ ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ସୋମବାର ଗଣମାଧ୍ୟମକୁ ଏହା କହିଛନ୍ତି। ଉଦାହରଣ ଦେଇ ସେ କହିଛନ୍ତି, ଚିଲିକାର ତତ୍କାଳୀନ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଭାଜପାର ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ୨୦୨୧ ସେପ୍ଟେମ୍ବର ୮ରେ ବାଲୁଗାଁଠାରେ ଆକ୍ରମଣ କରିଥିଲେ ା ଜଗଦ୍ଦେବଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ତୁରନ୍ତ ଦଳରୁ ନିଲମ୍ବିତ କରିଥିଲେ ା ପରେ ତାଙ୍କୁ ବିଜେଡି ସଭାପତି ଦଳରୁ ବହିଷ୍କାର କରିଥିଲେ । ମୁଖ୍ୟମନ୍ତ୍ରୀ ଗୁଣ୍ଡାଗର୍ଦ୍ଦି ଉପରେ ବିଶ୍ୱାସ କରନ୍ତି ନାହିଁ ା ତେବେ ସେହି ଜଗଦ୍ଦେବଙ୍କୁ ଫୁଲମାଳ ପିନ୍ଧାଯିବା ସହିତ ଧର୍ମେନ୍ଦ୍ରଙ୍କ ଆଶୀର୍ବାଦ ଏବଂ ନିୟମିତ ବୈଠକ ଯୋଗୁ ଭାଜପାରେ ଯୋଗ ଦେବାକୁ ପ୍ରସ୍ତୁତ ଅଛନ୍ତି ା ଆପଣ ଓଡ଼ିଶାର ଲୋକମାନଙ୍କ ପାଇଁ କେଉଁ ଉଦାହରଣ ସୃଷ୍ଟି କରୁଛନ୍ତି। ଓଡ଼ିଶାର ଲୋକଙ୍କୁ କି ବାର୍ତ୍ତା ଦେବାକୁ ଚାହାନ୍ତି। ଜଣେ ବ୍ୟକ୍ତି ଯିଏ ଗୁଣ୍ଡାଗିରି ଏବଂ ଗୁଣ୍ଡାଗର୍ଦ୍ଦି ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିଲେ, କେବଳ ରାଜନୈତିକ ଫାଇଦା ପାଇଁ ତାଙ୍କୁ ଗ୍ରହଣ କରୁଛି କି। ଏଥିରେ ଆପଣ ଓଡ଼ିଶାର ଲୋକଙ୍କୁ କିପରି ସାମ୍ନା କରିବେ। ଗଣତନ୍ତ୍ର ବିଷୟରେ ଆପଣଙ୍କର ସମସ୍ତ କଥା କେବଳ ଲୋକ ଦେଖାଣିଆ ବୋଲି ଓଡ଼ିଶାବାସୀ ଜାଣିଥିବା ସସ୍ମିତ କହିଛନ୍ତି ା