Categories: ଖେଳ

ଜିମ୍ନାଷ୍ଟିକ୍ସ: ଫାଇନାଲରେ ପ୍ରଣତି

ନୂଆଦିଲ୍ଳୀ,୨୬।୯: ଏସିଆନ୍‌ ଗେମ୍ସ ଜିମ୍ନାଷ୍ଟିକ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ପ୍ରଣତି ନାୟକ। ସୋମବାର ଭଲ୍ଟ ଓ ଅଲରାଉଣ୍ଡ ଜିମ୍ନାଷ୍ଟିକ ପ୍ରତିଯୋଗିତାର ଯୋଗ୍ୟତା ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ଏଏମ୍‌/ଏନ୍‌ଏସ୍‌ ଜିମ୍ନାଷ୍ଟିକ୍ସ ହାଇପରଫର୍ମାନ୍ସ ସେଣ୍ଟରରେ ଅଭ୍ୟାସରତ ପ୍ରଣତି ସମୁଦାୟ ୧୨.୭୧୬ ପଏଣ୍ଟ ସହିତ ଭଲ୍ଟରେ ଷଷ୍ଠ ସ୍ଥାନରେ ରହିଥିଲେ। ଅଲରାଉଣ୍ଡ ଜିମ୍ନାଷ୍ଟିକ ପ୍ରତିଯୋଗିତାରେ ୨୩ତମ ସ୍ଥାନରେ ରହିଥିଲେ ମଧ୍ୟ ସେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଟପ୍‌-୧୮ ଖେଳାଳି ଫାଇନାଲ୍‌ ଖେଳିଥାନ୍ତି। ପ୍ରତି ଦେଶରୁ ୨ ଜଣ ଆଥଲେଟ ଫାଇନାଲ ଖେଳିବାର ନିୟମ ରହିଛି। ଚାଇନା, ଜାପାନ ଚାଇନିଜ ତାଇପେ, ଦକ୍ଷିଣ କୋରିଆ ଓ ଉତ୍ତର କୋରିଆର ୩ ଜଣ ଲେଖାଏ ଖେଳାଳି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଫଳରେ ପ୍ରଣତି ଟପ୍‌-୧୮ରେ ସାମିଲ ହୋଇ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଭଲ୍ଟ ଇଭେଣ୍ଟର ଫାଇନାଲ ୨୮ ତାରିଖରେ ଓ ଅଲରାଉଣ୍ଡ ଜିମ୍ନାଷ୍ଟିକ ପ୍ରତିଯୋଗିତାର ଫାଇନାଲ ୨୭ ତାରିଖରେ ଅନୁଷ୍ଠିତ ହେବ।

Share