ଏକ୍ସରେ ଧର୍ମେନ୍ଦ୍ରଙ୍କୁ ବଡ଼ କଥା କହିଦେଲେ ପ୍ରଣବ, ଲେଖିଲେ ଏମିତି…

ଭୁବନେଶ୍ୱର,୧।୬: ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍‌ କଲେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ଟୁଇଟ୍‌ କରି ପ୍ରଣବ ପ୍ରକାଶ କହିଛନ୍ତି, ଧମେନ୍ଦ୍ର ପ୍ରଧାନ ଜାଣିସାରିଲେଣି ତିନି ଚତୁର୍ଥାଂଶ ସଂଖ୍ୟା ଗରିଷ୍ଠତା ସହ ବିଜେଡି ନିର୍ବାଚନ ଜିତୁଛି, ସେଥିପାଇଁ ତାଙ୍କ ମୁଣ୍ଡ କାମ କରୁନି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ଭାଷା ପ୍ରୟୋଗ, ଅପମାନସୂଚକ ମନ୍ତବ୍ୟ ଦେବା ପରେ ଶେଷରେ ମଞ୍ଚ ଉପରୁ ନିଜ ଭାଷଣରେ ଲୋକଙ୍କୁ ପ୍ରତ୍ୟକ୍ଷ ଭାବେ ଧମକ ଦେବାକୁ ମଧ୍ୟ ପଛାଇ ନ ଥିଲେ।

ଆଉ ଏବେ ଶେଷରେ ଟଙ୍କା ବାଣ୍ଟିବାର ଅଭିଯୋଗ ଆଣୁଛନ୍ତି। ଏଥିରୁ ସ୍ପଷ୍ଟ ଭାବେ ବାରି ହୋଇ ପଡୁଛି ସେ ଭାରି ହତାଶା ଓ ନିରାଶା ମଧ୍ୟରେ ଅଛନ୍ତି। କାରଣ ଓଡ଼ିଶା ଭାଜପା ଏହି ନିର୍ବାଚନ ବହୁତ ଖରାପ ଭାବେ ହାରୁଛି।

ଅନ୍ୟପଟେ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ଟଙ୍କା ବଣ୍ଟାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି। ଧର୍ମେନ୍ଦ୍ର ତାଙ୍କ ‘ଏକ୍ସ’ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟକରି ସେଥିରେ ଉଲ୍ଲେଖ କରିଛନ୍ତି, ଭୋଟରଙ୍କ ପାଖରେ ଟଙ୍କା ପହଞ୍ଚାଇବା ଲାଗି ସରକାରୀ କର୍ମଚାରୀମାନେ ସାମିଲ ହୋଇଥିବା ଖବର ଆସିଛି। ନିଜକୁ ୧ ନମ୍ବର ମୁଖ୍ୟମନ୍ତ୍ରୀ ବୋଲାଉଥିବା ନେତା ଏଭଳି ଅଗଣତାନ୍ତ୍ରିକ ଏବଂ ବେଆଇନ ଭାବେ ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି। ଭାରତ ନିର୍ବାଚନ କମିଶନ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଧର୍ମେନ୍ଦ୍ର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରମା ପାଢ଼ୀ ହେଲେ ବାଚସ୍ପତି

ଭୁବନେଶ୍ୱର,୨୦ା୬: ରଣପୁର ବିଧାୟିକା ସୁରମା ପାଢ଼ୀ ଗୁରୁବାର ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝି ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ...

ଆସୁଛି ଲଘୁଚାପ, ୨୮ରୁ ବଢ଼ିବ ବର୍ଷା

ଭୁବନେଶ୍ୱର,୨୦ା୬: କିଛି ମାସ ଧରି ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି ଲାଗି ରହିଛି। ଜୁନ୍‌ ୮ରେ ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କଲା...

ବଦଳିଲା ସରକାରଙ୍କ ନିଷ୍ପତ୍ତି: ୨୨ ଜଣ ଅଫିସରଙ୍କ ବଦଳି ଉପରେ ଲାଗିଲା ରୋକ୍‌

ଭୁବନେଶ୍ୱର,୨୦।୬(ଅସମାପିକା ସାହୁ): ସରକାର ବଦଳିବା ପରେ ନୂଆ ସରକାର ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି ଥିବା ଅଫିସରମାନଙ୍କୁ ଅନ୍ୟ ବିଭାଗକୁ ବଦଳି କରିବା ପ୍ରକ୍ରିୟା ଆରମ୍ଭ...

ବାଲେଶ୍ୱରରେ କର୍ଫ୍ୟୁ କୋହଳ, ସ୍ଥିତିରେ ଆସୁଛି ସୁଧାର

ବାଲେଶ୍ୱର,୨୦ା୬(ମାନସ ବିଶ୍ୱାଳ): ବାଲେଶ୍ବର ସହରର ଭୁଜାଖିଆପିରସ୍ଥିତ ଏକ ସରକାରୀ ପାଣି ନାଳରେ ନାଲି ରଙ୍ଗପାଣି ପ୍ରବାହ ପ୍ରସଙ୍ଗକୁ ନେଇ ଗତ ସୋମବାର ସୃଷ୍ଟି ହୋଇଥିବା ଗୋଷ୍ଠୀ...

କିଏ ହେବେ କଂଗ୍ରେସର ବିଧାୟକ ଦଳ ନେତା? ରେସ୍‌ରେ…

ଭୁବନେଶ୍ୱର, ୨୦।୬(ସୁନିତ୍‌ ମିଶ୍ର)କଂଗ୍ରେସ ବିଧାୟକମାନଙ୍କ ସହିତ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ଏବଂ ଦଳର ଅନ୍ୟ କିଛି ବରିଷ୍ଠ ନେତାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ...

୬୬ ବର୍ଷରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୦।୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ୬୬ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କର ଜନ୍ମଦିନ ଉପଲକ୍ଷେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି କ୍ରମରେ...

କାହିଁକି ହାରିଲା ବିଜେଡି, ଖୋଲାଖୋଲି କହିଲେ ନବୀନ

ଭୁବନେଶ୍ୱର,୨୦।୬: ବିରୋଧୀ ଦଳର ନେତା ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଛି। ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ବସି ଦଳର...

ସତୀଶ ଚନ୍ଦ୍ର ସାମଲ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ

ଭୁବନେଶ୍ୱର,୨୦।୬: ରାଜ୍ୟର ପ୍ରଥମ ଭାଜପା ସରକାରର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ସତୀଶ ଚନ୍ଦ୍ର ସାମଲଙ୍କୁ ନିଯୁକ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri