ପ୍ରମିଳା-ଭାସ୍କର ସାକ୍ଷାତ୍‌ ଆଲୋଚନା, ଚିନ୍ତାରେ ବିରୋଧୀ

ରାୟଗଡ଼ା,୨୩ା୧(ସ୍ବ.ପ୍ର.):ମନ୍ତ୍ରୀ ପ୍ରମିଳା ମଲିକ ପୂର୍ବତନ ଏମ୍‌ପି ଏନ. ଭାସ୍କର ରାଓଙ୍କ ଘରକୁ ଯିବା ବିଜେଡ଼ିର ଭାସ୍କର ବିରୋଧୀ ଗୋଷ୍ଠୀଙ୍କୁ ଚିନ୍ତାରେ ପକାଇଛି। ପ୍ରମିଳା ସେଠାକୁ କାହିଁକି ଗଲେ ଏବଂ ଭାସ୍କରଙ୍କ ସହିତ କଣ ଆଲୋଚନା କଲେ ସେନେଇ ବିରୋଧୀ ଖୋଳତାଡ ଆରମ୍ଭ କରିଛନ୍ତି।
ଚଇତି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ରବିବାର ସକାଳେ ରାୟଗଡ଼ାରେ ମନ୍ତ୍ରୀ ପ୍ରମିଳା ପହଞ୍ଚତ୍ଥିଲେ। ସେ ସର୍କିଟ ହାଉସରେ କିଛି ସମୟ କଟାଇ ଭାସ୍କରଙ୍କ ଘରକୁ ଯାଇଥିଲେ ା ଭାସ୍କରଙ୍କ ଘରକୁ ଯାଇ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଦଳୀୟ ସଂଗଠନକୁ ମଜଭୁତ କରିବା ସହିତ ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେଡ଼ିର ରଣନୀତି ପ୍ରସ୍ତୁତିରେ ଭାସ୍କରଙ୍କୁ ସାମିଲ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ା ଅବିଭକ୍ତ କୋରାପୁଟ ଜିଲାରେ ବିଜେଡ଼ି କିଭଳି ଭଲ ପ୍ରଦର୍ଶନ କରିବ ସେ ନେଇ ଭାସ୍କରଙ୍କ ସହ ଆଲୋଚନା କରିଥିବା ଆଲୋଚନା ହେଉଛି। ଭାସ୍କର ଓ ପ୍ରମିଳାଙ୍କ ଆଲୋଚନା ବେଳେ ସେଠାରେ କୌଣସି ଜିଲାସ୍ତରୀୟ ନେତା ଉପସ୍ଥିତ ନ ଥିଲେ। ଭାସ୍କରଙ୍କୁ ବିଜେଡ଼ି କିଛି ଗୁରୁ ଦାୟିତ୍ୱ ଦେବାକୁ ଯାଉଛି ା ଯାହାର ମାଧ୍ୟମ ସାଜିଛନ୍ତି ମନ୍ତ୍ରୀ ପ୍ରମିଳା ମଲିକ ବୋଲି ଶୁଣିବାକୁ ମିଳୁଛି। ଏନେଇ ଭାସ୍କର ବିରୋଧୀ ଗୋଷ୍ଠୀ ଚିନ୍ତାରେ ପଡିଛନ୍ତି। ଦଳରେ ପଦପଦବୀ ଲୋଭରେ କେତେକ ୨୦୧୯ରୁ ଭାସ୍କରଙ୍କୁ କୋଣଠେସା କରିବାକୁ ଉଦ୍ୟମ ଚଳାଇଛନ୍ତି ା ଭାସ୍କର ଦଳ ବିରୋଧରେ ପ୍ରଚାର କରୁଥିବା ମିଛ ଖବର ପ୍ରଚାର କରି ତାଙ୍କୁ ଦଳରେ ଅଣଦେଖା ପାଇଁ ଷଡ଼ଯନ୍ତ୍ର ଚାଲିଛି ା ଏସବୁର ସତ୍ୟତା ପରଖିବା ସହ ସମାଧାନ ପାଇଁ ହୁଏତ ପ୍ରମିଳା ଭାସ୍କରଙ୍କୁ ଭେଟିଥିବା କୁହାଯାଉଛି। ସେହିପରି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ସଂନ୍ଧ୍ୟାରେ ଭାସ୍କରଙ୍କୁ ଘରକୁ ଯାଇଥିବା ସୂଚନା ମିଳିଛି ା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ନେଇ ଏହି ଦୁଇ ମନ୍ତ୍ରୀ ଭାସ୍କରଙ୍କ ସହ ଆଲୋଚନା କରିଥିବା କେତେକ କର୍ମୀ ପ୍ରକାଶ କରିଛନ୍ତି ା ଅନ୍ୟପକ୍ଷରେ ମନ୍ତ୍ରୀ ପ୍ରମିଳାଙ୍କ ଉପସ୍ଥିତିରେ ଭାସ୍କର ଏବଂ ବିଜେଡ଼ି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଫୋନରେ ମଧ୍ୟ କଥାବାର୍ତ୍ତା ହୋଇଛି। ରାଜନୀତିରେ ଅବିଭକ୍ତ କୋରାପୁଟ ଜିଲାର ପିତାମହ ଭୀଷ୍ମ, ଚାଣକ୍ୟ ଆଦି ଆଖ୍ୟା ପାଇଥିବା ଭାସ୍କର ବିରୋଧୀଙ୍କ କଥାରେ କୌଣସି ପ୍ରତିକ୍ରିୟା ନ ଦେଇ ଦଳ ପାଇଁ ସର୍ବଦା ନିଷ୍ଠାପର ସହ ଦାୟିତ୍ୱ ତୁଲାଇଛନ୍ତି ା ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ମିଳିଛି ସେ ନିଷ୍ଠାର ସହ ସମ୍ପାଦନ କରିଛନ୍ତି ା ଗତ ପୌର ନିର୍ବାଚନରେ ସେ ରାୟଗଡ଼ାର ୨୧ କାଉନସିଲର ଏବଂ ପୌରାଧ୍ୟକ୍ଷ ଆସନରେ ବିଜେଡ଼ିକୁ ବିଜୟୀ କରିଥିଲେ ା ଏନେଇ ଭାସ୍କରଙ୍କୁ ପଚାରିବାରୁ ସେ କହିଥିଲେ, ସେମିତି କିଛି ନାହିଁ ା ମନ୍ତ୍ରୀ ପ୍ରମିଳାଙ୍କ ସହ ୩୦ ବର୍ଷର ସମ୍ପର୍କ ା ବ୍ୟକ୍ତିଗତ ଭାବେ ତାଙ୍କର ଏହି ସାକ୍ଷାତ ସୌଜନ୍ୟମୂଳକ ଥିଲା ା ମୁଁ ସବୁବେଳେ ବିଜେଡ଼ିରେ ଅଛି, ଦଳ ପାଇଁ କାମ କରୁଛି ଆଉ କରୁଥିବି ବୋଲି ଭାସ୍କର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri