୨୪ ଘଣ୍ଟାରେ ଦ୍ୱିତୀୟ ଥର ଲାଗି ‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର ଅଫିସ,୨୩।୧୨: ବାଲେଶ୍ୱର ଚାନ୍ଦିପୁର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଗୁରୁବାର ସକାଳ ୯ଟା ୩୦ ସମୟରେ ଓଡ଼ିଶା ଉପକୂଳ ଅବଦୁଲ କାଲାମ ଦୀପ ୪ ନଂ ଲଞ୍ଚ ପ୍ୟାଡ୍‌ରୁ ଲଗାତାର ଦ୍ୱିତୀୟ ଦିନ ପାଇଁ ଏହି ପରୀକ୍ଷଣ ହୋଇଛି। ତେବେ ଏହାର ଲମ୍ବ ଦଶ ମିଟର , ଓଜନ ପାଞ୍ଚ ଟନ୍‌। ଏହି କ୍ଷେପଣାସ୍ତ୍ର ପାଞ୍ଚ ଶହ କିମି ଲକ୍ଷ୍ୟ ଭେଦ କ୍ଷମତା ରହିଛି । ଏହା ଏକ ଟନ୍‌ ଓଜନର ଯୁଦ୍ଧାସ୍ତ୍ର ବହନ କରିପାରିବ ।

କହିରଖୁଛୁ, ‘ପ୍ରଳୟ’ ହେଉଛି ଏକ କଠିନ-ଇନ୍ଧନ ଭୂପୃଷ୍ଠରୁ ସଟ୍‌ ରେଞ୍ଜ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର। ମାର୍ଚ୍ଚ ୨୦୧୫ରେ ୩୩୨.୮୮ କୋଟି ବଜେଟ୍‌ ସହ କ୍ଷେପଣାସ୍ତ୍ରର ବିକାଶ ପାଇଁ ପ୍ରକଳ୍ପ ଅନୁମୋଦନ କରାଯାଇଥିଲା।