ପର୍ଯ୍ୟଟକ ଅପେକ୍ଷାରେ ପ୍ରକୃତିପଥ

ଢେଙ୍କାନାଳ ଅଫିସ, ୨୮।୯:  ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ରହିଛି ପର୍ଯ୍ୟଟନର ଅନନ୍ୟ ସମ୍ଭାବନା। ଅଭୟାରଣ୍ୟ, ଜଳଭଣ୍ଡାର, ହସ୍ତଶିଳ୍ପ ପାଇଁ ପ୍ରସିଦ୍ଧ ଗ୍ରାମଗୁଡ଼ିକର ବିକାଶ କରାଗଲେ ବିପୁଳ ରାଜସ୍ବ ଆଦାୟ ହୋଇପାରିବ। କୋଭିଡ୍‌ ମହାମାରୀ ସମୟରେ ଅର୍ଥ ଆଦାୟର ଅଧିକାଂଶ କ୍ଷେତ୍ର ପ୍ରଭାବିତ ହୋଇଥିବାବେଳେ ଟୁରିଜମ୍‌ରୁ ଏହାକୁ କେତେକାଂଶରେ ଭରଣା କରାଯାଇପାରିବ ବୋଲି ଆଶା ସଞ୍ଚାର ହୋଇଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏବେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ କପିଳାସ ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବନ ବିଭାଗ ସହାୟତାରେ ନିର୍ମିତ ହୋଇଛି ୫.କି.ମି ଦୀର୍ଘ ପ୍ରକୃତି ବା ପ୍ରାକୃତିକ ଚଲାପଥ। ଏହି ପାଦଚଲା ରାସ୍ତାରେ ପର୍ଯ୍ୟଟକମାନେ ଘନଜଙ୍ଗଲ, ପାହାଡ଼, ସବୁଜିମା ପରିବେଶ ସମେତ ବନ୍ୟଜୀବନକୁ ନିକଟରୁ ଉପଭୋଗ କରିପାରିବେ। କରୋନା କଟକଣା ଉଠିବା ପରେ ପର୍ଯ୍ୟଟକମାନେ ଏହାର ମଜା ନେଇପାରିବେ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
୧୨୫.୫ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ କପିଳାସ ଅଭୟାରଣ୍ୟ ଭଳିକି ଭଳି ପ୍ରଜାତିର ବନ୍ୟଜନ୍ତୁରେ ପରିପୂର୍ଣ୍ଣ। ଏହାର ଶାନ୍ତଶୀତଳ ବାତାବରଣ ହାତୀଙ୍କ ଲାଗି ଭୂସ୍ବର୍ଗ ପାଲଟିଥିବାବେଳେ ପର୍ଯ୍ୟଟକଙ୍କୁ ମଧ୍ୟ ଆକର୍ଷିତ କରିଥାଏ। କପିଳାସର ପର୍ଯ୍ୟଟନକୁ ନୂଆ ଦିଗ ଦେବା ଏବଂ ଇକୋ ଟୁରିଜମର ବିକାଶ ଲାଗି ଏହି ପ୍ରକୃତି ଚଲାପଥ ପ୍ରମୁଖ ଭୂମିକା ଗ୍ରହଣ କରିବ। କପିଳାସ ପ୍ରବେଶ ଦ୍ୱାରଠାରୁ ପିଚୁ ରାସ୍ତାରେ ଅଳ୍ପ ଦୂର ଯିବା ପରେ ଅଭୟାରଣ୍ୟ ମଧ୍ୟରେ ତିଆରି ହୋଇଛି ପ୍ରକୃତି ଚଲାପଥ ତୋରଣ। ଏଠାରୁ ଆରମ୍ଭ ହୋଇଥିବା ୫ କିମି ବିଶିଷ୍ଟ ଏହି ପାଦଚଲା ରାସ୍ତା ଘଞ୍ଚଜଙ୍ଗଲ, ପାହାଡ଼ ଦେଇ କପିଳାସ ମନ୍ଦିର ନିକଟରେ ବାହାରିଛି। ଟ୍ରେକିଂରେ ସଉକ୍‌ ରଖୁଥିବା ଲୋକଙ୍କୁ ଏହି ଚଲାପଥ ଆକର୍ଷିତ କରିବ। ପର୍ଯ୍ୟଟକମାନେ ପାଦଚଲା ରାସ୍ତାରେ ମନ୍ଦିର ଯାଏ ଯାଇପାରିବେ। ଏଥିଲାଗି ଆବଶ୍ୟକ ସୁବିଧା କରାଯାଇଛି। ଥକ୍କା ମାରିବା, ସାମୟିକ ବିଶ୍ରାମ ନେବା ଲାଗି ପ୍ରତି ଅଧ କିଲୋମିଟର ଦୂରତାରେ କଂକ୍ରିଟ ବେଞ୍ଚ୍‌ ନିର୍ମାଣ କରାଯାଇଛି। ଯାତ୍ରୀ, ପର୍ଯ୍ୟଟକଙ୍କୁ ସୁରକ୍ଷା ଏବଂ ସହାୟତା କରିବା ଲାଗି କର୍ମଚାରୀ ନିଯୁକ୍ତ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏ ସଂକ୍ରାନ୍ତରେ କପିଳାସ ରେଞ୍ଜର ଦର୍ଶନିଆ ଭୋଇ କୁହନ୍ତି, ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ମଧ୍ୟରେ ପ୍ରକୃତି ଚଲାପଥ ପ୍ରସ୍ତୁତ ହୋଇ ରହିଛି। ଯାତ୍ରୀଙ୍କ ଲାଗି ବିଭିନ୍ନ ସ୍ଥାନରେ ବିଶ୍ରାମସ୍ଥଳୀ ନିର୍ମାଣ କରାଯାଇଛି। ହେଲେ କରୋନା କଟକଣା ଯୋଗୁ ଏହା ଆରମ୍ଭ ହୋଇନାହିଁ। ଜିଲା ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନି କୁହନ୍ତି, ଅଭୟାରଣ୍ୟ ଦେଇ ମନ୍ଦିର ଯାଏ ନିର୍ମିତ ଏହି ଚଲାପଥ କପିଳାସକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ। ଏଠାରେ ଇକୋ ଟୁରିଜମର ବିକାଶ ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri