Posted inରାଜ୍ୟ

ବିଜେଡିରୁ ଇସ୍ତଫା ଦେଲେ ପ୍ରକାଶ ବେହେରା

ଭୁବନେଶ୍ୱର,୧୦ା୧୦: ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ପ୍ରକାଶ ବେହେରା। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରକାଶ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ଗତ ନିର୍ବାଚନ ପୂର୍ବରୁ ପ୍ରକାଶ ଭାଂଜପରି ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ। ଏହାପରେ ବିଜେଡି ତାଙ୍କୁ କଟକ ବାରବାଟୀରୁ ପ୍ରାର୍ଥୀ କରିଥିଲା। ପୂର୍ବରୁ ସେ ୨୦୧୪ରେ କଂଗ୍ରେସ ଟିକେଟ୍‌ରେ ସାଲେପୁରରୁ ଜିତିଥିଲେ।

ତେବେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ୨୦୧୯ ରେ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗ ଦେଇଥିଲେ। ବେହେରା ମଧ୍ୟ ଭାଜପା ଟିକେଟରେ ସାଲିପୁରରୁ ୨୦୧୯ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ବିଜେଡିର ପ୍ରଶାନ୍ତ ବେହେରାଙ୍କ ନିକଟରୁ ପରାସ୍ତ ହୋଇଥିଲେ।

ପ୍ରକାଶ ତାଙ୍କର ଚିଠିରେ ଲେଖିଛନ୍ତି, ”ବହୁ ଚିନ୍ତା ପରେ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ସଦସ୍ୟ ପଦରୁ ଇସ୍ତଫା ଦେଉଅଛି। ଆପଣ ମୋତେ ବାରବାଟୀ-କଟକ ଭଳି ସମ୍ମାନଜନକ ଆସନରୁ ପ୍ରାର୍ଥୀ କରିଥିବାରୁ କୃତଜ୍ଞତା ଜଣାଉଅଛି ଓ ଆପଣଙ୍କ ନେତୃତ୍ୱକୁ ସମ୍ମାନ ଜଣାଉଛି। ଯେହେତୁ ମୁଁ ଜଣେ ରାଷ୍ଟ୍ରୀୟ ଚିନ୍ତାଧାରାରେ ବିଶ୍ଵାସ ରଖୁଥିବା ଓ ଜନସାଧାରଣଙ୍କ ସମସ୍ୟା, ବିକାଶ ନାଶ ଓ ସଙ୍ଗଠନ ସହ ଯୋଡିହୋଇ ରହୁଥିବା ବ୍ୟକ୍ତିତ୍ୱ ତେଣୁ ଏଭଳି ନିଷ୍ପତି ନେବାକୁ ଉଚିତ ମନେ କଲି।

ବାରବାଟୀ- କଟକ ଜନତା ଅତି ସ୍ଵଳ୍ପ ସମୟ ମଧ୍ୟରେ ରେ ଯେଉଁଭଳି ଭାବେ ମୋତେ ସମର୍ଥନ ଦେଇଛନ୍ତି ସେଥିପାଇଁ ମୁଁ କୃତଜ୍ଞ । କଟକର ଜନସାଧାରଣ ଓ କର୍ମ କର୍ତ୍ତାମାନେ କଟକର ସମସ୍ୟା ବାବଦରେ ମୋର ଆବଶ୍ୟକ‌ତା ଯେତେବେଳେ ଅନୁଭବ କରି ବେ ମୁଁ ମୋର କର୍ତ୍ତବ୍ୟ ପ୍ରତିପାଦନ କରି ବାରେ ଅବହେଳା କରି ବି ନାହିଁ ।

ଟାଙ୍ଗୀ ସାଲେପୁରର ଗୁରୁଜନ, ଭାଇଭଉଣୀମାନେ ମୋର ସଂଘର୍ଷ ସହ ଦୀର୍ଘ ୨୫ ବର୍ଷ ହେବ ଯୋଡି ହୋଇ ରହିଛନ୍ତି ଓ ମୁଁ ସଦା ସର୍ବଦା ସେମାନଙ୍କର ଆଶୀର୍ବାଦ ଓ ସହଯୋଗ ପାଇ ଆସିଛି । ସେମାନଙ୍କ ସହ ସର୍ବଦ ର୍ବଦା ମୁଁ ଯୋଡି ହୋଇ ରହିଛି ଓ ସେମାନଙ୍କ ପ୍ରତି ମୋର କର୍ଭବ୍ୟରେ କେବେବି ଅବହେଳା କରି ନାହିଁ । ସାରାଜୀବନ ସେମାନଙ୍କ ଋଣ ଶୁଝି ବାକୁ ବାକୁ ଚେଷ୍ଟା କରିବି।

ବହୁ ଆଲୋଚନା ଓ ବିଚାର ବିମର୍ଷ ପରେ ନିସ୍ୱାର୍ଥପର ଭାବରେ ଟାଙ୍ଗୀ–ସାଲେପୁର ବାସୀ ସେବା କରିବା ପାଇଁ ମୁଁ ନିଷ୍ପତ୍ତି ନେଇଅଛି । ମୋର ଗୁରୁ ଜନ, ବନ୍ଧୁ, ଶୁଭେଛୁ, ଭାଇ ଇଭଉଣୀ କର୍ମ କର୍ତ୍ତାମାନଙ୍କ ସହ ଆଲୋଚନା କରି ପରବର୍ତ୍ତୀ କାଯ୍ୟପନ୍ଥା ସ୍ଥିର କରିବି।”


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଆକଳନ ହୋଇନି, ଆତଙ୍କିତ ହୁଅନ୍ତୁ ନାହିଁ

ଭୁବନେଶ୍ୱର, ୧୬ା୯ (ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ସକାଳ ୮ଟା ୩୦ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୮ ତାରିଖ…

ଛାତ୍ର ଆନ୍ଦୋଳନ ଆଗରେ ନଇଁଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ! ପ୍ରକାଶ ପାଇଲା ସଂଶୋଧିତ ମାର୍କସିଟ୍, ବଢ଼ିଲା ଯୁକ୍ତ ୩ ପାସ୍ ହାର

ଭଞ୍ଜନଗର, ୧୬।୯ (ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଶେଷରେ ଥମିବାରେ…

ଗ୍ଲୋବାଲ୍‌ CEO ରାଉଣ୍ଡଟେବୁଲ୍‌ ବୈଠକରେ ବଡ଼ ଘୋଷଣା କଲେ ମୋଦି, ୧ କୋଟି ଲୋକଙ୍କୁ…

ନୂଆଦିଲ୍ଲୀ,୧୬।୯: ‘ସେବା ତୀର୍ଥ’ରେ ବିଶ୍ୱର ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନୀଗୁଡ଼ିକର CEOଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ବୈଷୟିକ ଭବିଷ୍ୟତ ଗଠନ…

କନ୍ନଡ ଅଭିନେତା ଅନନ୍ତ ନାଗ୍‌ ପାଇବେ ଦାଦା ସାହେବ ଫାଲ୍‌କେ ଆୱାର୍ଡ

ନୂଆଦିଲ୍ଲୀ,୧୬।୯: ଭାରତୀୟ ସିନେମାରେ ନିଜର ଦୀର୍ଘ ଓ ସ୍ମରଣୀୟ ଅବଦାନ ପାଇଁ ଦାଦାସାହେବ ଫାଲ୍‌କେ ପୁରସ୍କାର ପାଇବେ କନ୍ନଡ଼ ସିନେମାର ଭେଟେରାନ୍‌ ଅଭିନେତା ଅନନ୍ତ ନାଗ ।…

ବଡ଼ଖେମୁଣ୍ଡି ରାଜକୁମାର ମୋହନ ପ୍ରସାଦ ଦେବଙ୍କ ପରଲୋକ; ରାଜ ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ବଡ଼ଖେମୁଣ୍ଡି ରାଜକୁମାର ମୋହନ ପ୍ରସାଦ ଦେବଙ୍କ ଦେହାନ୍ତ ହୋଇଛି । ଗଞ୍ଜାମ ଜିଲାର ତତ୍କାଳୀନ ବଡ଼ଖେମୁଣ୍ଡି ରାଜ୍ୟର ଶେଷ ସମ୍ରାଟ ରାଜା ରାମଚନ୍ଦ୍ର…

ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲରୁ ଧମକ, ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ ): ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପୁଣି ବଢ଼ିଲା ଅଡୁଆ । ଜେଲରେ ରହିଥିବା ସମୟରେ ମୃତ ଭାଜପା ନେତା ତଥା ଆଇନଜୀବୀ…

ସି ଜିନପିଙ୍ଗଙ୍କ ଅସୁସ୍ଥତାକୁ ନେଇ ବଢୁଛି କଳ୍ପନାଜଳ୍ପନା, ୨୪ ଘଣ୍ଟା ପରେ ଭାରତ ଛାଡ଼ିବାର କାରଣକୁ ନେଇ ହେଉଛି ଚର୍ଚ୍ଚା

ବେଜିଂ,୧୬।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରାୟତଃ ବିଭିନ୍ନ ଖବର ସାମ୍ନାକୁ ଆସିଥାଏ। ପୁଣିଥରେ ସୋସିଆଲ ମିଡିଆରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚା ଆରମ୍ଭ…

ସହରର ମୁଖ୍ୟ ରାସ୍ତାରେ ଗଦାହୋଇଛି ବାଲି, ଦୁର୍ଘଟଣାକୁ ଆମନ୍ତ୍ରଣ କରି…

ଗଞ୍ଜାମ,୧୬ା୯(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥଠାରୁ ଗଞ୍ଜାମ ସହରକୁ ସଂଯୋଗ ମୁଖ୍ୟ ରାସ୍ତାରେ ଅଧିକାଂଶ ସମୟରେ ଘର ନିର୍ମାଣ କାର୍ଯ୍ୟ ପାଇଁ ବାଲି ଶୁଖା ଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?