ଦଣ୍ଡ ପରିବର୍ତ୍ତେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

କେନ୍ଦ୍ରାପଡ଼ା ଅଫିସ, ୩୧ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ରବିବାର ‘ମନ୍‌ କି ବାତ୍‌’ରେ ଆପୱା (ଆକସନ ଫର ପ୍ରୋଟେକ୍ସନ ଅଫ୍‌ ୱାଇଲ୍ଡ ଆନିମଲସ୍‌) ସଂସ୍ଥାକୁ ପ୍ରଶଂସା କରିଥିଲେ। ଏହାର ନିର୍ଦ୍ଦେଶକ ବିଜୟ କବି କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବଡକୋଟଠାରେ ୨୫ ଏକର ଅଞ୍ଚଳରେ ହେନ୍ତାଳ ବଣ ସୃଷ୍ଟି କରିଥିବା ଉଦାହରଣ ଦେଇଥିଲେ। ସମୁଦ୍ର ତଟକ୍ଷୟକୁ ରୋକିବାରେ ହେନ୍ତାଳ ବଣ ସକ୍ଷମ ହେଉଥିବାରୁ ଏହି କାର୍ଯ୍ୟ ପାଇଁ ସାମାଜିକ କର୍ମୀମାନେ ଆଗେଇ ଆସିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ମୋଦି ମତ ଦେଇଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରଶଂସା କେନ୍ଦ୍ରାପଡ଼ା ଜିଲାରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି। ୧୦.୭୨ ଲକ୍ଷ ଟଙ୍କା ନେଇ ଏହି ସଂସ୍ଥା ଗଛ ଲଗାଇଥିବା କାଗଜପତ୍ରରେ ଦର୍ଶାଇଥିଲା। ୪ ଗଁାରେ ୯୯ ପ୍ରତିଶତରୁ ଅଧିକ ଗଛ ନ ଥିବା ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟରୁ ଜଣାପଡିଛି। ଏ ନେଇ ଗତ ୨୭ ତାରିଖରେ ଧରିତ୍ରୀରେ ‘ଲକ୍ଷେରୁ ନାହିଁ ୯୯ ପ୍ରତିଶତ ଗଛ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ସ୍ଥିତି ଏଭଳି ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ‘ମନ କି ବାତ୍‌’ରେ ସମ୍ପୃକ୍ତ ସଂସ୍ଥାକୁ ପ୍ରଶଂସା କରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥିସହ ବଡକୋଟରେ ୨୫ ଏକର ପରିବର୍ତ୍ତେ ୨ ଏକର ଜମିରେ ସ୍ଥାନୀୟ ଯୁବବର୍ଗଙ୍କ ଗଛ ଲଗା ଉଦ୍ୟମକୁ ଆପଓ୍ବାର ନିର୍ଦ୍ଦେଶକ ବିଜୟ କବି ନିଜେ ବାହାବା ନେବା ନେଇ ଆଲୋଚନା ମଧ୍ୟ ହେଉଛି। ତେବେ ଏହି ସଂସ୍ଥାକୁ ଦଣ୍ଡ ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା ଠିକ୍‌ ଲାଗୁନାହିଁ ବୋଲି ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରଚାର ସହ ପରିବେଶବିତ୍‌ ଓ ବୁଦ୍ଧିଜୀବୀମାନେ ଏପରି ମତ ଦେଇଛନ୍ତି।
ବଡ଼କୋଟର ସୁଦର୍ଶନ ଦାଶ, ଉଦୟନାଥ ରାଉତ, ରାଜନଗରର ଦୋଳଗୋବିନ୍ଦ ଜେନା, ଓସା (ଓଡ଼ିଶା ସୂଚନା ଅଧିକାର ଅଭିଯାନ)ର ଜିଲା ଆବାହକ ପ୍ରତାପ ଚନ୍ଦ୍ର ମହାନ୍ତି, ବୁଦ୍ଧିଜୀବୀ ରାଜେଶ କୁମାର ବେହେରା ପ୍ରମୁଖ କହିଛନ୍ତି, ଏହି ସଂସ୍ଥାର କାର୍ଯ୍ୟକ୍ରମ ବାସ୍ତବତା ଅପେକ୍ଷା କାଗଜପତ୍ର ଓ ପ୍ରଚାରରେ ଅଧିକ। ସେହିପରି ୨୦୧୫ରେ ରାଜନଗର ବ୍ଲକ ଗୋଜ, ଚିତଖୋଳା, ଦେବେନ୍ଦ୍ରନାରାୟଣପୁର, ଚାରିଘରିଆ ଗଁାରେ ହେନ୍ତାଳ ବଣ ସୃଷ୍ଟି ପାଇଁ ଆଇସିଜେଡ୍‌ଏମ୍‌ପି (ଇଣ୍ଟିଗ୍ରେଟେଡ କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ) ଅଧୀନରେ ଠିକା ନେଇଥିଲେ ମଧ୍ୟ ୯୯ ପ୍ରତିଶତରୁ ଅଧିକ ଗଛ ନ ଥିବା ବିଭାଗୀୟ କାର୍ଯ୍ୟାଳୟରୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମିଳିଛି। ରାଜନଗର ବ୍ଲକ ଶିଳପୋଖରୀ ଗ୍ରାମର ସୋମନାଥ ବାରିକଙ୍କୁ ମିଳିଥିବା ତଥ୍ୟ ଅନୁଯାୟୀ ଏହି ପ୍ରକଳ୍ପ ପାଇଁ ଆପୱା ସଂସ୍ଥା ମୋଟ ୧୦.୭୨ ଲକ୍ଷ ଟଙ୍କା ନେଇଛି। ୨୦୧୬ ସେପ୍ଟେମ୍ବର ୧୭ ସୁଦ୍ଧା ସଂସ୍ଥା ଦ୍ୱାରା ଲଗାଯାଇଥିବା ଏହି ୪ ଗଁାରେ ୯୯ ପ୍ରତିଶତରୁ ଅଧିକ ଗଛ ନ ଥିବା ଓ ଜୁନୁସନଗରରେ ୫୦ ପ୍ରତିଶତ ଗଛ ଥିବା ଦର୍ଶାଯାଇଛି। ସେହିପରି ବଡକୋଟ ଗ୍ରାମର ସ୍ଥାନୀୟ ଯୁବ ସଙ୍ଗଠନ ପ୍ରାୟ ୨ ଏକର ଜମିରେ ହେନ୍ତାଳ ବଣ ସୃଷ୍ଟି କରିଥିବା ବେଳେ ଆପୱାର ସହାୟତା ନ ଥିବା ସେମାନେ ପ୍ରକାଶ କରିଛନ୍ତି। ଏଥିସହ ଠିକ ସଂସ୍ଥାକୁ ପ୍ରଶଂସା କରାଯାଉ ନ ଥିବା ସେମାନେ ମତ ଦେଇଛନ୍ତି। ଡିଏଫ୍‌ଓ ବିକାଶ ରଞ୍ଜନ ଦାଶଙ୍କୁ ପଚାରିବାରେ ଚାରା ରୋପଣରେ ଅନିୟମିତତା ତଦନ୍ତାଧୀନ ଅଛି ବୋଲି କହିଛନ୍ତି। ଏ ସମ୍ପର୍କରେ ଆପୱାର ନିର୍ଦ୍ଦେଶକ ବିଜୟ କବି କହିଛନ୍ତି, ଆଇସିଜେଡ୍‌ଏମ୍‌ପିର ପ୍ରକଳ୍ପ ପାଇଁ ମୋଟ ୧,୦୫୨୨୫ଟି ଗଛ ଲଗାଇଛନ୍ତି। ତେବେ ସୁରକ୍ଷା ବାଡ଼ ନ ଥିବାରୁ ଗଛ ନଷ୍ଟ ହୋଇଛି। ବଡ଼କୋଟରେ ହୋଇଥିବା ହେନ୍ତାଳବଣକୁ ତାଙ୍କ ପକ୍ଷରୁ ପ୍ରୋତ୍ସାହିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ସୁରକ୍ଷା ନେଇ ଆଗେଇ ଆସିଲେ ଛାତ୍ରୀ, ଆତ୍ମରକ୍ଷା ପାଇଁ କଲେ…

ଦିଗପହଣ୍ଡି,୨୬ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜରେ ଗୁରୁବାର ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ‘ଛାତ୍ରୀ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri