ସରକାରଙ୍କ ପଦକ୍ଷେପକୁ ପ୍ରଶଂସା

ଭୁବନେଶ୍ୱର, ୧୭ା୫(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବିଜେଡିର ସାମାଜିକ ଅନୁଷ୍ଠାନ ‘ଓଡିଶା ମୋ ପରିବାର’ ସମସ୍ତ ସାମାଜିକ କାର୍ଯ୍ୟକୁ ରାଜ୍ୟରେ ତ୍ୱରାନ୍ବିତ କରୁଛି। ଏହି ପରିପ୍ରେକ୍ଷୀରେ ଯୁବ ବିଜେଡି ରାଜ୍ୟ ସଭାପତି ବ୍ୟମକେଶ ରାୟଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲରେ କୋଭିଡ୍‌ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବ୍ୟମକେଶ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ବିଜେଡିର ଓଡିଶା ମୋ ପରିବାରର ସମସ୍ତ ସାମାଜିକ କାର୍ଯ୍ୟ ଯଥା, ଜୀବନବିନ୍ଦୁ ରକ୍ତଦାନ, ପ୍ଲାଜମା ସଂଗ୍ରହ, କୋଭିଡ ସହାୟତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବ। କୋଭିଡ ପରିଚାଳନା ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେଡି ଯୁବ ବ୍ୟାପାର ଦାୟିତ୍ୱରେ ଥିବା ପ୍ରଣବ ବଳବନ୍ତରାୟ କହିଛନ୍ତି, କୋଭିଡ-୧୯ର ପ୍ରଥମ ଏବଂ ଦ୍ୱିତୀୟ ଲହର ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଆଧାରରେ ରାଜ୍ୟ ସରକାର କୋବିଡ ହସ୍ପିଟାଲ ଠାରୁ ଆରମ୍ଭ କରି ଟିକାକରଣ ପର୍ଯ୍ୟନ୍ତ ସମସ୍ତ ପ୍ରକାର ପରିଚାଳନାରେ ଠିକ ନିଷ୍ପତ୍ତି ନେଇଛନ୍ତି। ଏହି ଅବସରରେ ସରକାରଙ୍କ ଦ୍ୱାରା ଗ୍ଲୋବାଲ ଅନଲାଇନ୍‌ ଟେଣ୍ଡର ମାଧ୍ୟମରେ ୩ କୋଟି ୮୦ ଲକ୍ଷ କୋଭିଡ ଟିକା କ୍ରମୟ କରିବାର କାର୍ଯ୍ୟକ୍ରମ ଆରମ୍ଭ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେ ପ୍ରଶଂସା କରିଛନ୍ତି। ଏହି ସମୀକ୍ଷା ବୈଠକରେ ଅନ୍ୟ ଯୁବ ନେତାମାନେ ସାମିଲ ହୋଇଥିଲେ।