ଅଳିଆ ଗୋଟାଳିଙ୍କୁ ପ୍ରଶଂସାର ସୁଅ

କେନ୍ଦ୍ରାପଡ଼ା ଅଫିସ, ୨୭ା୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯୮ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବର୍ଜ୍ୟବସ୍ତୁରୁ ସମ୍ପଦ ସହ ସ୍ବଚ୍ଛତା ଅଭିଯାନ ସମ୍ପର୍କରେ ଆଲୋଚନା ସମୟରେ କେନ୍ଦ୍ରାପଡ଼ା ବ୍ଲକ ଗୁଲନଗର ପଞ୍ଚାୟତ ଖଇରାବାଦ ଗ୍ରାମର କମଳା ମହାରଣାଙ୍କୁ ମୋଦି ଉଦାହରଣ ଭାବେ ଦେଖାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା ପରେ ସ୍ଥାନୀୟ ଅଞ୍ଚଳରେ ଅଳିଆ ଗୋଟାଳି କମଳାଙ୍କ ନିକଟକୁ ଭାଜପାର ବରିଷ୍ଠ ନେତା ଭୁବନମୋହନ ଜେନା, ଦିଲୀପ ଦାଶ, ଦୁର୍ଯ୍ୟୋଧନ ସାହୁ ଓ ଅନ୍ୟ ବହୁ ସାମାଜିକ କର୍ମୀଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ବର୍ଜ୍ୟବସ୍ତୁରୁ ସାମଗ୍ରୀ ପ୍ରସ୍ତୁତ କରି କମଳାଙ୍କ ସଭାପତିତ୍ୱରେ ଥିବା ମା’ ଥାନପତି ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ମାସିକ ଅନୂ୍ୟନ ୬ ହଜାର ଟଙ୍କା ରୋଜଗାର କରୁଛନ୍ତି। ଏହି ଏସ୍‌ଏଚ୍‌ଜି ଗ୍ରୁପ୍‌ରେ ୨୮ରୁ ୬୩ ବର୍ଷୀୟା ୪୦ ଜଣ ମହିଳା ଥିବା ସୂଚନା ମିଳିଛି।
ଏ ସମ୍ପର୍କରେ ସଦସ୍ୟା ସୁମିତ୍ରା ମହାରଣା କହିଛନ୍ତି, ଏସ୍‌ଏସ୍‌ଜି ଗୋଷ୍ଠୀର ସଭାପତି କମଳାଙ୍କ ଆଦର୍ଶ ଆମକୁ ରୋଜଗାର ଦେଇଛି। ଏବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପରେ ଆମକୁ ଶୁଭେଚ୍ଛା ସହ ସମ୍ମାନ ମିଳୁଛି। ତାଳପତ୍ର, କାଗଜ, ପ୍ଲାଷ୍ଟିକ ରଶି ଆଦି ସହଜ ଓ ସରଳ ଉପଲବ୍ଧ ସାମଗ୍ରୀର ଉପଯୋଗରେ ଘରୋଇ ସାମଗ୍ରୀ ପ୍ରସ୍ତୁତ କରିବା କମଳାଙ୍କ ଅଭ୍ୟାସ। ଏହି ଅଭ୍ୟାସ ଏବେ ରୋଜଗାର ଓ ମାନସମ୍ମାନ ଦେଉଛି। ପୂର୍ବରୁ ବର୍ଜ୍ୟ ସାମଗ୍ରୀ ସଂଗ୍ରହ ସମୟରେ କମଳାଙ୍କୁ ଅଳିଆ ଗୋଟେଇ ବୋଲି ସ୍ଥାନୀୟ ଅଞ୍ଚଳରେ ସମାଲୋଚନା ହେଉଥିଲା। ତେବେ ସେହି ସାମଗ୍ରୀକୁ ବିନିଯୋଗ କରି ରୋଜଗାର ପରେ ଗ୍ରାମଲୋକଙ୍କ ନଜର ବଦଳି ଯାଇଛି। ୨୦୧୬ରେ ଏସ୍‌ଏଚ୍‌ଜି ନିର୍ମାଣ କରି ତାଙ୍କର ଏହି ଅଭିଯାନକୁ ଆଗକୁ ନିଆଯାଇଛି। କମଳା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଆମକୁ ଅଧିକ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଛି। ତାଙ୍କର ୫ ଝିଅ ଓ ଗୋଟିଏ ପୁଅ। ପୁଅ କାଠ ମିସ୍ତ୍ରି କାମ କରନ୍ତି। ଅବସର ସମୟରେ ଘରୋଇ ସାମଗ୍ରୀ ପ୍ରସ୍ତୁତ ପାଇଁ ଆଖପାଖରୁ ପ୍ଲାଷ୍ଟିକ କ୍ଷୀର ପ୍ୟାକେଟ, ଗୁଟ୍‌ଖା ଜରି, ସିଗାରେଟ ପ୍ୟାକେଟ ଖୋଳ ଆଦି ବର୍ଜ୍ୟବସ୍ତୁ ସଂଗ୍ରହ କରୁଛନ୍ତି। ଏଥିରେ ହାତପଙ୍ଖା, ମୋବାଇଲ ଷ୍ଟାଣ୍ଡ, କଲମ ଷ୍ଟାଣ୍ଡ, ପେଡି, ଫୁଲଦାନୀ ଆଦି ପ୍ରସ୍ତୁତ କରାଯାଇ ବଜାରରେ ବିକ୍ରି ଆରମ୍ଭ ହେଲା। ଏହାର ଚାହିଦା ବଢ଼ିବା ପରେ ସ୍ଥାନୀୟ ଅଞ୍ଚଳର ମହିଳାମାନଙ୍କ ସହଯୋଗରେ ଏହାକୁ ବ୍ୟାପକ କରାଯାଇଛି। କମଳାଙ୍କ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ତାଙ୍କର ଉଦ୍ୟମ ଯୋଗୁ ଆମ ଜିଲା ପାଇଁ ଗର୍ବ କରିବା ସମୟ ଆସିଛି। ପ୍ରତିଦିନ ଆମେ ବହୁ ସାମଗ୍ରୀକୁ ବ୍ୟବହାର ପରେ ପ୍ଲାଷ୍ଟିକ ପରି ପଦାର୍ଥକୁ ବର୍ଜ୍ୟ କରୁଛୁ। ଏହାକୁ ରୋଜଗାରର ମାଧ୍ୟମ କରିବା ଏକ ବଡ଼ କଥା। ଏହାଦ୍ୱାରା ସ୍ବଚ୍ଛତା ଅଭିଯାନ ସହ ରୋଜଗାର ମିଳୁଛି। ବର୍ଜ୍ୟବସ୍ତୁରୁ ଖତ ପ୍ରସ୍ତୁତ କରାଯାଇ ଏବେ ପୌରସଂସ୍ଥା ପକ୍ଷରୁ ବିକ୍ରି କରାଯାଉଛି। କମଳାଙ୍କ ପରି ମହିଳାମାନେ ଏ ଦିଗରେ ଆଗକୁ ଆସିଲେ ସ୍ବଚ୍ଛ ଭାରତ ଅଭିଯାନ ଅଗ୍ରଗତି କରିବ। ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ପ୍ରସ୍ତୁତ ସମସ୍ତ ସାମଗ୍ରୀର ବିକ୍ରି ପାଇଁ ଜିଲା ପ୍ରଶାସନ ସର୍ବଦା ଉଦ୍ୟମ କରିଆସୁଛି। ମେଳାରେ ଏହାର ବହୁଳ ବିକ୍ରି ହେଉଥିବା ବେଳେ ଜିଲାର ବିଭିନ୍ନ ସାମଗ୍ରୀକୁ ଅନ୍‌ଲାଇନ ମାଧ୍ୟମରେ ବିକ୍ରି ପାଇଁ ସୁଯୋଗ ଦିଆଯାଉଛି। ଏ ଦିଗରେ ମିଶନ ଶକ୍ତି, ଓର୍‌ମାସ ଆଦି କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri