ବିଭିନ୍ନ ଜିଲାର ମହିଳା ସେଲ ସଭାନେତ୍ରୀଙ୍କ ନାମ ଘୋଷଣା କଲା କଂଗ୍ରେସ: ପ୍ରଗତି ନାୟକ କଳାହାଣ୍ଡି କଂଗ୍ରେସ ମହିଳା ସଭାନେତ୍ରୀ

ଭବାନୀପାଟଣା,୨।୬(ଉତ୍ତମ କୁମାର ଦାଶ): ଓଡ଼ିଶା ପ୍ରଦେଶ କଂଗ୍ରେସ ମହିଳା ସଭାନେତ୍ରୀ ମିନାକ୍ଷୀ ବାହିନୀପତି ରାଜ୍ୟର ବିଭିନ୍ନ ଜିଲାର ମହିଳା ସେଲ ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ କଳାହାଣ୍ଡି ଜିଲା ପାଇଁ କଂଗ୍ରେସ ମହିଳା ସେଲ ସଭାନେତ୍ରୀ ଭାବେ ପ୍ରଗତି ନାୟକଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି। ଯାହାକୁ ନେଇଁ ଜିଲା କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହାପୂର୍ବରୁ ପ୍ରଗତି ରାଜ୍ୟ ସାଧାରଣ ସମ୍ପାଦିକା ଭଳି ପଦବୀରେ ରହି ନିଜ କାର୍ଯ୍ୟକୁ ଦକ୍ଷତାର ସହ ପରିଚାଳନା କରି ଲୋକଙ୍କ ପ୍ରିୟ ଭାଜନ ହୋଇପାରିଥିଲେ। ଆଗାମୀ ଦିନରେ ଜିଲାର ମହିଳା ସଂଗଠନକୁ ସୁଦୃଢ଼ କରିବା ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଅବହେଳା ଓ ଦୁର୍ନୀତିକୁ ନେଇଁ ସ୍ୱର ଉତ୍ତୋଳନ କରିବେ ବୋଲି ଜିଲା ସଭାନେତ୍ରୀ ନାୟକ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Share