Posted inଫୁରସତ

କବିତାର ଦୀପ୍ତ ଦୀପ କବି ପ୍ରଦୀପ

୧୪ ସେପ୍ଟେମ୍ବର ୧୯୫୫ ମସିହାରେ ସମ୍ବଲପୁର ଜିଲ୍ଲାର ଡଙ୍ଗରପଡା ଗ୍ରାମରେ ପ୍ରଫେସର ପ୍ରଦୀପ କୁମାର ପଣ୍ଡାଙ୍କ ଜନ୍ମ। ସମକାଳର ଜଣେ ପ୍ରଖର କବି ଯେକି ଆଂଗିକ ଓ ଆତ୍ମିକ ପରୀକ୍ଷା ଜାରି ରଖିଥାନ୍ତି କବିତାରେ। ଜୀବନ ଯାହା ନୁହେଁ ଓ ଯାହା ହୋଇପାରନ୍ତା, ତାକୁ କବିତାରେ ଅଭିମନ୍ତ୍ରିତ କରିବାର ଆୟୋଜନ ତାଙ୍କୁ ଜଣେ ଦାର୍ଶନିକ କବିର ମାନ୍ୟତା ଦିଏ । ଧ୍ୱନୀଗୁଣ ଯୋଗୁଁ ତାଙ୍କ କବିତା ପାଠକ ହୃଦୟରେ ତୁରନ୍ତ ଛାପ ପକେଇବାରେ ସମର୍ଥ ହୋଇଥାଏ । ତେବେ ଜୀବନର ସମଗ୍ରତାର ଅନ୍ବୟ ପାଇଁ ତାଙ୍କ କବିତାରେ ଏକ ପ୍ରଚ୍ଛନ୍ନ ଅନ୍ତଃସ୍ରୋତ ଥିବାର ସ୍ପଷ୍ଟ ବାରି ହୋଇପଡ଼େ ।

ତାଙ୍କର ପ୍ରଥମ କବିତା ପ୍ରକାଶ ପାଇଥିଲା ସୈାଭାଗ୍ୟ କୁମାର ମିଶ୍ରଙ୍କ ସମ୍ପାଦିତ ‘ଆସନ୍ତାକାଲି’ (୧୯୭୪) ପତ୍ରିକାରେ। ତା’ର ଦୀର୍ଘ ତିରିଶ ବର୍ଷ ପରେ ୨୦୦୪ ମସିହାରେ ପ୍ରକାଶ ପାଏ ତାଙ୍କର ପ୍ରଥମ କବିତା ସଂକଳନ ‘କାକପଦ’।

କବିତାର କଳାତ୍ମକତାରେ ସ୍ବକୀୟ ସୈାଷ୍ଠବ ପ୍ରତି ବେଶ୍‌ ସଚେତନ ପ୍ରଦୀପ ଲେଖାରେ ଶବ୍ଦ ଚୟନ ଓ ବସାଣରେ ଯଥେଷ୍ଟ ମିତବ୍ୟୟୀ । କାକପଦ, ସମୁଦ୍ର ଫମୁଦ୍ର ସବୁ କିମ୍ବଦନ୍ତୀର କଥା, ଯଦି ଯିବାକୁ ଚାହଁ ନିହାରୀକା, ଅନନ୍ତିମ ଆରଦୃଶ୍ୟ, ତୂଳି, ଅଫେରା ଓ ଯାହା ମୁଁ ଚାହୁଁ ନ ଥିବି ଭଳି କବିତା ସଙ୍କଳନ ମାଧ୍ୟମରେ ସେ ସମୃଦ୍ଧ କରିଛନ୍ତି ଓଡ଼ିଆ ସାହିତ୍ୟ ବାଣୀ ଭଣ୍ଡାରକୁ । ତାଙ୍କର ର୍ନିବାଚିତ ୫୦ଟି କବିତାର ବଙ୍ଗଳା ଅନୁବାଦ ସଙ୍କଳନ,

‘ନିର୍ବାଚିତ ୫୦’ ଭାଷା ସଂସଦ କୋଲକାତା ଦ୍ବାରା ପ୍ରକାଶିତ । ଏହା ବ୍ୟତୀତ ହିନ୍ଦୀ ସାହିତ୍ୟର ପ୍ରଖର କବି ଗଜାନନ ମାଧବ ମୁକ୍ତିବୋଧଙ୍କ ‘ଅନ୍ଧାରରେ’ ମହା -କବିତାର ଅନୁବାଦ ତାଙ୍କର ଅନ୍ୟ ଏକ ସର୍ଜନ ଉତ୍କର୍ଷ । ପରିବେଶ ଭିତ୍ତିକ ନିବନ୍ଧ ସଂକଳନ ‘ଅନ୍ଧାରି ଚିନ୍ତାରୁ ଧରିତ୍ରୀ ଚିନ୍ତା’ ଓ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ‘ପୂର୍ଣ୍ଣାନନ୍ଦ ଦାନୀଙ୍କ ନିର୍ବାଚିତ ଗଳ୍ପ’କୁ ନେଇ ସମ୍ପାଦିତ ସଙ୍କଳନଟି ପାଠକ ମହଲରେ ଶ୍ରଦ୍ଧାଭାଜନ ହୋଇପାରିଛି। ସାହିତ୍ୟ ଗବେଷଣା, ସମାଲୋଚନା ଓ ଲଳିତ ନିବନ୍ଧ ରଚନା ତଥା ପୁସ୍ତକ ସମ୍ପାଦନାରେ ବ୍ରତୀ ପ୍ରଦୀପ କୁମାର ପଣ୍ଡାଙ୍କ କଲମ ଚାଳନା ଅନ୍ୟ ଅନେକଙ୍କଠାରୁ ଭିନ୍ନ ଏବଂ ରୁଚିପୂର୍ଣ୍ଣ । ଓଡ଼ିଆ ଭାଷା ଓ ସାହିତ୍ୟରେ ଡକ୍ଟରେଟ କରିଥିବା ପ୍ରଦୀପ କୁମାର ପଣ୍ଡା ଫକୀରମୋହନ କଥା ସାହିତ୍ୟରେ ଉଚ୍ଚତର ଗବେଷଣା ମଧ୍ୟ କରିଛନ୍ତି । ଅଧ୍ୟାପନା ବୃତ୍ତିରୁ ଅବସର ଗ୍ରହଣ କଲାପରେ ସମ୍ପ୍ରତି ସେ ଗଙ୍ଗାଧର ମେହେର ବଶ୍ୱବିଦ୍ୟାଳୟର ‘ଭୀମଭୋଇ ଚେୟାର’ର ଭାରପ୍ରାପ୍ତ ପ୍ରଫେସର ଭାବରେ କାର୍ଯ୍ୟରତ।

ପ୍ରଦୀପ କୁମାର ପଣ୍ଡାଙ୍କ ସମ୍ପର୍କରେ ବିଶିଷ୍ଟ କବି ଭାଗିରଥି ମିଶ୍ର କୁହନ୍ତି’ ତାଙ୍କୁ ପଢ଼ିବା ବେଳେ ଭାବିବାକୁ ପଡେ, କବିତା ଶବ୍ଦମାନଙ୍କୁ ଗଢେ ନା ଶବ୍ଦମାନେ କବିତାକୁ ଗଢନ୍ତି। କାରଣ କବିତାରେ ଶବ୍ଦମାନଙ୍କର ନବସର୍ଜନ ତାଙ୍କର ନିଆରାପଣ। ଚେତନାର ଅପହଞ୍ଚ ଦିବ୍ୟତାକୁ ଧୂଳି ମାଟିରୁ ଗୋଟାଇ ଆଣି ସେ ପରଷି ଦିଅନ୍ତି ଅପୂର୍ବ ଧ୍ବନିଧ୍ରୁପଦରେ।
କଳ୍ପନାରେ ସେ ଯେତିକି ଆଧିଦୈବିକ ସେତିକି ସାଂସାରିକ। କାବ୍ୟବୋଧରେ କେତେବେଳେ ଝରଣାର ପାଣି ପରି ସ୍ବଚ୍ଛ ତ ଆଉ କେତେବେଳେ ଦୂର ଦିଗବଳୟ ପରି ଛାୟାଛନ୍ନ। ସମାଜ ବ୍ୟବସ୍ଥାର ପ୍ରତିପକ୍ଷରେ ଠିଆ ହୁଅନ୍ତି ସେ ଦର୍ପରେ କିନ୍ତୁ ସକଳ ପ୍ରାଣୀ ଜଗତକୁ ସମାହିତ କରି ରଖନ୍ତି ଆପଣାର ଆତ୍ମାରେ, ସବିନୟରେ।

ନିଜସ୍ବ କାବ୍ୟ ଶୈଳୀରେ ସେ ନୂତନତାର ସନ୍ଧାନରେ ପ୍ରତ୍ୟେକ କବିତାରେ । କବିତାକୁ ନେଇ ତାଙ୍କର ଅବବୋଧ ଯାହା ତାହା ଏମିତି …। ‘କାହାକୁ, କାହିଁକି ଓ କେତେ ଆୟୁଷ ନଜାଣି ଗୋଟିଏ ଭଗ୍ନଦୁର୍ଗର ବନ୍ଦ କବାଟ ବାହାରେ ଅପେକ୍ଷା କରିଛି କବିତା।
ବିଧ୍ୱସ୍ତ ଧରିତ୍ରୀକୁ ପିଠିରେ ସମ୍ଭାଳି ଧରିଛି ଭାବି ଏକ ମହାକାୟ ପଥର ତଳେ ସଦମ୍ଭେ ନିଶ୍ଚଳ ପେଟେଇ ପଡ଼ିଛି ବେଙ୍ଗଟିଏ। ଗୋଟିଏ ମଲା ତାଳଗଛର ବରଡ଼ାହୀନ ଠିଆଗଣ୍ଡିର ଚୂଳରେ ଡେଣା ସାଂକୁଡ଼ି ଶୋଇଲା ପୃଥିବୀର ସାଇଁ ସାଇଁ ଗର୍ଜନ ଶୁଣୁଛି ଗୋଟିଏ ଚେତ ଚିଲ। କବିତା ଅନ୍ୟଜଣେ କେହି, ଅନ୍ୟ ଜଣକ ଖୋଜୁଥିବା ଆର ଜଣକ ବି ସେହି।

କବିତାର ବିଷୟବସ୍ତୁ କବିତା, କବିତାର ଅବୟବ କବିତା, କବିତାର ଭାଷା କବିତା। ନା …ନା …କବିତାକୁ ଦିଅନାହିଁ ଜାତି, ଗୋତ୍ର, ବର୍ଣ୍ଣ, ଧର୍ମ !’ ସମ୍ମାନର ହଇଚଇରୁ ଦୂରରେ ରହି କବି ସତ୍ତାରେ ଏବଂ ଅଧ୍ୟାପକୀୟ ପିତ୍ରତାରେ ନିମଗ୍ନ ପ୍ରଦୀପ କୁମାର ପଣ୍ଡା ଗତବର୍ଷ ଗ୍ରହଣ କରିଥିଲେ ଅଖିଳ ମୋହନ କବିତା ସମ୍ମାନ। କୌଣସି ଆନୁଷ୍ଠାନିକ ସ୍‌ୀକୃତି ଅପେକ୍ଷା ତାଙ୍କ କବିତ୍ୱ ପାଠକର ହାର୍ଦ୍ଦିକ ସ୍ବୀକୃତିକୁ ସବୁ ସମୟରେ ଗୁରୁତ୍ୱପୂର୍ଣ୍ଣ ମଣେ ।
-ମାନମୟୀ ରଥ, ସେଣ୍ଟ ଜାଭିୟର୍ସ କିଡ୍ସ, ବାଲିପୁଟ, ପୁରୀ
ମୋ: ୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri