Posted inଫୁରସତ

କବିତାର ଦୀପ୍ତ ଦୀପ କବି ପ୍ରଦୀପ

୧୪ ସେପ୍ଟେମ୍ବର ୧୯୫୫ ମସିହାରେ ସମ୍ବଲପୁର ଜିଲ୍ଲାର ଡଙ୍ଗରପଡା ଗ୍ରାମରେ ପ୍ରଫେସର ପ୍ରଦୀପ କୁମାର ପଣ୍ଡାଙ୍କ ଜନ୍ମ। ସମକାଳର ଜଣେ ପ୍ରଖର କବି ଯେକି ଆଂଗିକ ଓ ଆତ୍ମିକ ପରୀକ୍ଷା ଜାରି ରଖିଥାନ୍ତି କବିତାରେ। ଜୀବନ ଯାହା ନୁହେଁ ଓ ଯାହା ହୋଇପାରନ୍ତା, ତାକୁ କବିତାରେ ଅଭିମନ୍ତ୍ରିତ କରିବାର ଆୟୋଜନ ତାଙ୍କୁ ଜଣେ ଦାର୍ଶନିକ କବିର ମାନ୍ୟତା ଦିଏ । ଧ୍ୱନୀଗୁଣ ଯୋଗୁଁ ତାଙ୍କ କବିତା ପାଠକ ହୃଦୟରେ ତୁରନ୍ତ ଛାପ ପକେଇବାରେ ସମର୍ଥ ହୋଇଥାଏ । ତେବେ ଜୀବନର ସମଗ୍ରତାର ଅନ୍ବୟ ପାଇଁ ତାଙ୍କ କବିତାରେ ଏକ ପ୍ରଚ୍ଛନ୍ନ ଅନ୍ତଃସ୍ରୋତ ଥିବାର ସ୍ପଷ୍ଟ ବାରି ହୋଇପଡ଼େ ।

ତାଙ୍କର ପ୍ରଥମ କବିତା ପ୍ରକାଶ ପାଇଥିଲା ସୈାଭାଗ୍ୟ କୁମାର ମିଶ୍ରଙ୍କ ସମ୍ପାଦିତ ‘ଆସନ୍ତାକାଲି’ (୧୯୭୪) ପତ୍ରିକାରେ। ତା’ର ଦୀର୍ଘ ତିରିଶ ବର୍ଷ ପରେ ୨୦୦୪ ମସିହାରେ ପ୍ରକାଶ ପାଏ ତାଙ୍କର ପ୍ରଥମ କବିତା ସଂକଳନ ‘କାକପଦ’।

କବିତାର କଳାତ୍ମକତାରେ ସ୍ବକୀୟ ସୈାଷ୍ଠବ ପ୍ରତି ବେଶ୍‌ ସଚେତନ ପ୍ରଦୀପ ଲେଖାରେ ଶବ୍ଦ ଚୟନ ଓ ବସାଣରେ ଯଥେଷ୍ଟ ମିତବ୍ୟୟୀ । କାକପଦ, ସମୁଦ୍ର ଫମୁଦ୍ର ସବୁ କିମ୍ବଦନ୍ତୀର କଥା, ଯଦି ଯିବାକୁ ଚାହଁ ନିହାରୀକା, ଅନନ୍ତିମ ଆରଦୃଶ୍ୟ, ତୂଳି, ଅଫେରା ଓ ଯାହା ମୁଁ ଚାହୁଁ ନ ଥିବି ଭଳି କବିତା ସଙ୍କଳନ ମାଧ୍ୟମରେ ସେ ସମୃଦ୍ଧ କରିଛନ୍ତି ଓଡ଼ିଆ ସାହିତ୍ୟ ବାଣୀ ଭଣ୍ଡାରକୁ । ତାଙ୍କର ର୍ନିବାଚିତ ୫୦ଟି କବିତାର ବଙ୍ଗଳା ଅନୁବାଦ ସଙ୍କଳନ,

‘ନିର୍ବାଚିତ ୫୦’ ଭାଷା ସଂସଦ କୋଲକାତା ଦ୍ବାରା ପ୍ରକାଶିତ । ଏହା ବ୍ୟତୀତ ହିନ୍ଦୀ ସାହିତ୍ୟର ପ୍ରଖର କବି ଗଜାନନ ମାଧବ ମୁକ୍ତିବୋଧଙ୍କ ‘ଅନ୍ଧାରରେ’ ମହା -କବିତାର ଅନୁବାଦ ତାଙ୍କର ଅନ୍ୟ ଏକ ସର୍ଜନ ଉତ୍କର୍ଷ । ପରିବେଶ ଭିତ୍ତିକ ନିବନ୍ଧ ସଂକଳନ ‘ଅନ୍ଧାରି ଚିନ୍ତାରୁ ଧରିତ୍ରୀ ଚିନ୍ତା’ ଓ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ‘ପୂର୍ଣ୍ଣାନନ୍ଦ ଦାନୀଙ୍କ ନିର୍ବାଚିତ ଗଳ୍ପ’କୁ ନେଇ ସମ୍ପାଦିତ ସଙ୍କଳନଟି ପାଠକ ମହଲରେ ଶ୍ରଦ୍ଧାଭାଜନ ହୋଇପାରିଛି। ସାହିତ୍ୟ ଗବେଷଣା, ସମାଲୋଚନା ଓ ଲଳିତ ନିବନ୍ଧ ରଚନା ତଥା ପୁସ୍ତକ ସମ୍ପାଦନାରେ ବ୍ରତୀ ପ୍ରଦୀପ କୁମାର ପଣ୍ଡାଙ୍କ କଲମ ଚାଳନା ଅନ୍ୟ ଅନେକଙ୍କଠାରୁ ଭିନ୍ନ ଏବଂ ରୁଚିପୂର୍ଣ୍ଣ । ଓଡ଼ିଆ ଭାଷା ଓ ସାହିତ୍ୟରେ ଡକ୍ଟରେଟ କରିଥିବା ପ୍ରଦୀପ କୁମାର ପଣ୍ଡା ଫକୀରମୋହନ କଥା ସାହିତ୍ୟରେ ଉଚ୍ଚତର ଗବେଷଣା ମଧ୍ୟ କରିଛନ୍ତି । ଅଧ୍ୟାପନା ବୃତ୍ତିରୁ ଅବସର ଗ୍ରହଣ କଲାପରେ ସମ୍ପ୍ରତି ସେ ଗଙ୍ଗାଧର ମେହେର ବଶ୍ୱବିଦ୍ୟାଳୟର ‘ଭୀମଭୋଇ ଚେୟାର’ର ଭାରପ୍ରାପ୍ତ ପ୍ରଫେସର ଭାବରେ କାର୍ଯ୍ୟରତ।

ପ୍ରଦୀପ କୁମାର ପଣ୍ଡାଙ୍କ ସମ୍ପର୍କରେ ବିଶିଷ୍ଟ କବି ଭାଗିରଥି ମିଶ୍ର କୁହନ୍ତି’ ତାଙ୍କୁ ପଢ଼ିବା ବେଳେ ଭାବିବାକୁ ପଡେ, କବିତା ଶବ୍ଦମାନଙ୍କୁ ଗଢେ ନା ଶବ୍ଦମାନେ କବିତାକୁ ଗଢନ୍ତି। କାରଣ କବିତାରେ ଶବ୍ଦମାନଙ୍କର ନବସର୍ଜନ ତାଙ୍କର ନିଆରାପଣ। ଚେତନାର ଅପହଞ୍ଚ ଦିବ୍ୟତାକୁ ଧୂଳି ମାଟିରୁ ଗୋଟାଇ ଆଣି ସେ ପରଷି ଦିଅନ୍ତି ଅପୂର୍ବ ଧ୍ବନିଧ୍ରୁପଦରେ।
କଳ୍ପନାରେ ସେ ଯେତିକି ଆଧିଦୈବିକ ସେତିକି ସାଂସାରିକ। କାବ୍ୟବୋଧରେ କେତେବେଳେ ଝରଣାର ପାଣି ପରି ସ୍ବଚ୍ଛ ତ ଆଉ କେତେବେଳେ ଦୂର ଦିଗବଳୟ ପରି ଛାୟାଛନ୍ନ। ସମାଜ ବ୍ୟବସ୍ଥାର ପ୍ରତିପକ୍ଷରେ ଠିଆ ହୁଅନ୍ତି ସେ ଦର୍ପରେ କିନ୍ତୁ ସକଳ ପ୍ରାଣୀ ଜଗତକୁ ସମାହିତ କରି ରଖନ୍ତି ଆପଣାର ଆତ୍ମାରେ, ସବିନୟରେ।

ନିଜସ୍ବ କାବ୍ୟ ଶୈଳୀରେ ସେ ନୂତନତାର ସନ୍ଧାନରେ ପ୍ରତ୍ୟେକ କବିତାରେ । କବିତାକୁ ନେଇ ତାଙ୍କର ଅବବୋଧ ଯାହା ତାହା ଏମିତି …। ‘କାହାକୁ, କାହିଁକି ଓ କେତେ ଆୟୁଷ ନଜାଣି ଗୋଟିଏ ଭଗ୍ନଦୁର୍ଗର ବନ୍ଦ କବାଟ ବାହାରେ ଅପେକ୍ଷା କରିଛି କବିତା।
ବିଧ୍ୱସ୍ତ ଧରିତ୍ରୀକୁ ପିଠିରେ ସମ୍ଭାଳି ଧରିଛି ଭାବି ଏକ ମହାକାୟ ପଥର ତଳେ ସଦମ୍ଭେ ନିଶ୍ଚଳ ପେଟେଇ ପଡ଼ିଛି ବେଙ୍ଗଟିଏ। ଗୋଟିଏ ମଲା ତାଳଗଛର ବରଡ଼ାହୀନ ଠିଆଗଣ୍ଡିର ଚୂଳରେ ଡେଣା ସାଂକୁଡ଼ି ଶୋଇଲା ପୃଥିବୀର ସାଇଁ ସାଇଁ ଗର୍ଜନ ଶୁଣୁଛି ଗୋଟିଏ ଚେତ ଚିଲ। କବିତା ଅନ୍ୟଜଣେ କେହି, ଅନ୍ୟ ଜଣକ ଖୋଜୁଥିବା ଆର ଜଣକ ବି ସେହି।

କବିତାର ବିଷୟବସ୍ତୁ କବିତା, କବିତାର ଅବୟବ କବିତା, କବିତାର ଭାଷା କବିତା। ନା …ନା …କବିତାକୁ ଦିଅନାହିଁ ଜାତି, ଗୋତ୍ର, ବର୍ଣ୍ଣ, ଧର୍ମ !’ ସମ୍ମାନର ହଇଚଇରୁ ଦୂରରେ ରହି କବି ସତ୍ତାରେ ଏବଂ ଅଧ୍ୟାପକୀୟ ପିତ୍ରତାରେ ନିମଗ୍ନ ପ୍ରଦୀପ କୁମାର ପଣ୍ଡା ଗତବର୍ଷ ଗ୍ରହଣ କରିଥିଲେ ଅଖିଳ ମୋହନ କବିତା ସମ୍ମାନ। କୌଣସି ଆନୁଷ୍ଠାନିକ ସ୍‌ୀକୃତି ଅପେକ୍ଷା ତାଙ୍କ କବିତ୍ୱ ପାଠକର ହାର୍ଦ୍ଦିକ ସ୍ବୀକୃତିକୁ ସବୁ ସମୟରେ ଗୁରୁତ୍ୱପୂର୍ଣ୍ଣ ମଣେ ।
-ମାନମୟୀ ରଥ, ସେଣ୍ଟ ଜାଭିୟର୍ସ କିଡ୍ସ, ବାଲିପୁଟ, ପୁରୀ
ମୋ: ୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri