ତୁଟିନି ବିଭ୍ରାଟ, ବଢୁଛି ଅସନ୍ତୋଷ

ବରଗଡ଼ ଅଫିସ୍‌,୨୭।୯: ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇଛି। ବୀମା ବିଭ୍ରାଟ ଯୋଗୁ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଜିଲାର ଅନେକ ଯୋଗ୍ୟ ଚାଷୀ ବୀମା କ୍ଷତିପୂରଣ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ସୋମବାର ଜିଲାର ଘୁମୁନିପାଲି, ବିରିପାଲି, ବଡ଼ ବାଉସେନ ଆଦି ଗ୍ରାମର କ୍ଷତିଗ୍ରସ୍ତ ଚାଷୀ ଜିଲାପାଳ ଏବଂ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଫେରାଦ ହୋଇଥିଲେ। ଜିଲାପାଳ ମୋନିଷା ବାନାର୍ଜୀ ଏବଂ ଜିଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ କୁମାର ମହାରଣାଙ୍କୁ ସ୍ମାରକପତ୍ର ପ୍ରଦାନ ସହିତ ବୀମା କ୍ଷତିପୂରଣ ସହାୟତା ପ୍ରଦାନ ଦିଗରେ ବିହିତ ପଦକ୍ଷେପ ନେବାକୁ ସେମାନେ ନିବେଦନ କରିଛନ୍ତି ।
୨୦୨୧ ମସିହାରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଜିଲାରେ ଖରିଫ ଫସଲ ଉଜୁଡ଼ି ଯାଇଥିଲା। ଚାଷକାର୍ଯ୍ୟ ପୂର୍ବରୁ ବୀମା ପ୍ରିମିୟମ ରାଶି ଭରିଥିଲେ ସୁଦ୍ଧା ଫସଲକ୍ଷତି ପରେ ଅନେକ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣରୁ ବାଦ୍‌ ଦିଆଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ କେତେକ ଲୋକେ ବୀମା ଆଶାରେ ଜମି ଜାଲିଆତି କରିଥିବା ଯୋଗୁ ପ୍ରକୃତ ଚାଷୀ ବୀମା ସହାୟତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ବିରିପାଲି ଗ୍ରାମର ଚାଷୀ ଗୋବିନ୍ଦ ଅଦାବର କହିଛନ୍ତି, ସେ ୯ ଏକର ଚାଷ କରିଥିଲେ ଏବଂ ସବୁ ଫସଲ ଉଜୁଡ଼ି ଯାଇଥିଲା। ତେବେ ତାଙ୍କ ପୁଅ ଋକ୍ମଣଙ୍କ ନାମରେ ରହିଥିବା ୨ଏକର ୭ଡିସିମିଲ ଜମିର ବୀମା କ୍ଷତିପୂରଣ ସେ ପାଇଛନ୍ତି। ମାତ୍ର ବାକି ୭ଏକର ଜମିରେ ଅନ୍ୟ କେହି ବୀମା ପ୍ରିମିୟମ ଭରି ଦେଇଥିବା ଯୋଗୁ ସେ ବୀମା କ୍ଷତିପୂରଣ ସହାୟତାରୁ ବଞ୍ଚିତ ରହିଥିବା କହିଛନ୍ତି।
ବଡ଼ ବାଉଁସେନ ଗ୍ରାମର ଚାଷୀମାନେ ମଧ୍ୟ ଅନୁରୂପ ଅଭିଯୋଗ କରିଛନ୍ତି। ଫସଲକ୍ଷତି ଅନୁପାତରେ ବୀମା କ୍ଷତିପୂରଣ ସହାୟତା ମିଳି ନଥିବା କ୍ଷତିଗ୍ରସ୍ତ ଚାଷୀମାନେ କହିଛନ୍ତି। ଏପରିକି ଏହି ବୀମା ସହାୟତା ପ୍ରଦାନରେ ଜାଲିଆତି ହୋଇଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଧିକ ଫସଲକ୍ଷତି ହୋଇଥିବାବେଳେ କମ୍‌ ବୀମା କ୍ଷତିପୂରଣ ମିଳିଛି। ଅନ୍ୟପକ୍ଷେ ସେମାନଙ୍କ ପ୍ରାପ୍ୟ ବୀମା କ୍ଷତିପୂରଣ ସହାୟତାକୁ କାଟି ଅନ୍ୟ ଲୋକେ ଉଠାଇଥିବା ଭଳି ଗୁରୁତର ଅଭିଯୋଗ କରିଛନ୍ତି। ଏଥିରେ ବିଭାଗୀୟ କର୍ମଚାରୀଙ୍କ ଭୂମିକାକୁ ସନ୍ଦେହ କରି ଏହାର ବିଧିବଦ୍ଧ ତଦନ୍ତ କରିବାକୁ କ୍ଷତିଗ୍ରସ୍ତ ଚାଷୀମାନେ ଜିଲାପାଳଙ୍କଠାରେ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ଭାଜପାକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ବିଧାୟକ

ବେଙ୍ଗାଲୁରୁ,୧୪।୯: ଭାଜପାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଓବିସି (OBC) ମୋର୍ଚ୍ଚା ସଭାପତି ଏନ.ଏଲ. ନରେନ୍ଦ୍ର ବାବୁ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ‘ଭାରତ ଯୋଡ଼ୋ’…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ଆସିଲା ବଡ଼ ଖବର: ପୁଣି ବଢ଼ିବ LPG ସିଲିଣ୍ଡର ଦାମ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୪।୯: ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ବହନ କରୁଛି। ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ଇନ୍ଧନ ମୂଲ୍ୟ…

ଗଣେଶ ଚତୁର୍ଥୀରେ ହଠାତ୍ କମିଗଲା ସୁନା ଦର, ରୁପା ବି ହେଲା ଶସ୍ତା

ନୂଆଦିଲ୍ଲୀ,୧୪ା୯: ସୁନା ଓ ରୁପା ଦରରେ ଗତ କିଛି ଦିନ ହେବ ଉତ୍‌ଥାନ-ପତନ ଲାଗି ରହିଛି । ସେପ୍ଟେମ୍ବର ୧୪, ଗଣେଶ ଚତୁର୍ଥୀ ଅବସରରେ ସୁନା କିଣିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?