ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ପ୍ରାପ୍ୟ ତୃତୀୟ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଉଛି, ପ୍ରଶାସନ ଚୁପ୍‌

ଦାରିଙ୍ଗବାଡ଼ି,୧୩ା୧୧(ଅରୁଣ ସାହୁ): ସବୁ କଚ୍ଚା ଘରକୁ ସରକାର ପକ୍କା କରିବେ। ଏଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେଉଛନ୍ତି। ହେଲେ ଏଥିରେ ସରକାରୀ କର୍ମଚାରୀମାନେ ହିତାଧିକାରୀଙ୍କ ପ୍ରାପ୍ୟକୁ ହଡ଼ପ କରିବା ପାଇଁ ବିଭିନ୍ନ ଚଞ୍ଚକତା ଅବଲମ୍ବନ କରୁଛନ୍ତି। ବିଶେଷକରି ଶିକ୍ଷାଗତ ଯୋଗ୍ୟତା କମ୍‌ ରହିଥିବା ହିତାଧିକାରୀଙ୍କୁ ଅଧିକ ଚଞ୍ଚକତା କରୁଥିବା ଅଭିଯୋଗ ହୋଇଛି।
ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର କାଥ୍‌ରିନା ଦିଗାଲଙ୍କ କ୍ଷେତ୍ରରେ। ସେ ଗତ ୨୦୨୧/୨୨ ଆର୍ଥିକ ବର୍ଷରେ ଏହି ଯୋଜନାରେ ଗୃହ ପାଇଁ ବ୍ଲକ ପ୍ରଶାସନ ନିକଟରୁ ଓ୍ବାର୍କଅର୍ଡର ପାଇଥିଲେ ଓ ପ୍ରଥମ କିସ୍ତିରେ ଗୃହ କାର୍ଯ୍ୟ ଆରମ୍ଭ କରିବା ପାଇଁ ୪୦ ହଜାର ଅର୍ଥ ମଞ୍ଜୁର ହୋଇଥିଲା। ହେଲେ କାଥ୍‌ରିନାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଉକ୍ତ ଅର୍ଥ ଆସିବା ବଦଳରେ ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଉକ୍ତ ପ୍ରାପ୍ୟ ଦିଆଯାଇଥିଲା। ଏହା କାଥ୍‌ରିନା ଜାଣିବା ପରେ ସେହି ସମୟରେ ଦାରିଙ୍ଗବାଡ଼ି ବିଡିଓଙ୍କୁ ଅବଗତ କରିଥିଲେ ଓ ସେହି ସମୟରେ ଉକ୍ତ ତୃତୀୟ ବ୍ୟକ୍ତିଙ୍କ ଆକାଉଣ୍ଟକୁ ହୋଲ୍ଡ କରି ପୁଣି କାଥ୍‌ରିନାଙ୍କ ଆକାଉଣ୍ଟକୁ ଉକ୍ତ ପ୍ରାପ୍ୟ ଫେରାଇ ଦିଆଯାଇଥିଲା। ଏହି ପରି କାଥ୍‌ରିନାଙ୍କ ଦିତୀୟ କିସ୍ତିର ୬୫ ହଜାର ମଧ୍ୟ ସମାନ ସମସ୍ୟା ହୋଇଥିଲା ଓ ସେ ଅଭିଯୋଗ କଲା ପରେ ତାଙ୍କ ପ୍ରାପ୍ୟ ଫେରି ପାଇଥିଲେ। ହେଲେ ଏବେ ସେ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ କରିଦେଇଥିଲେ ସୁଦ୍ଧା ପୁଣି ଫାଇନାଲ ବିଲ୍‌ର ୨୫ ହଜାର ସେଭଳି ତୃତୀୟ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଇଛି। କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା କାଥ୍‌ରିନା ଶେଷ ବିଲ୍‌ ପାଇବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ନୟାନ୍ତ ହୋଇସାରିଲେଣି। ହେଲେ ତାଙ୍କ ଗୁହାରି କେହି ଶୁଣୁ ନ ଥିବା କାଥ୍‌ରିନା କହିବା ସହ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଉକ୍ତ ପଞ୍ଚାୟତ ଅଞ୍ଚଳରେ ଅନେକ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ କାର୍ଯ୍ୟ ଆରମ୍ଭ ନ କରି ବିଲ୍‌ ପାଉଥିବା ବେଳେ  କାହିଁକି ଏଭଳି ଜଣେ ମହିଳାଙ୍କୁ ହଇରାଣ କରାଯାଉଛି। ମୋ’ ଗୃହ ବିଲ୍‌ ଶୀଘ୍ର ପ୍ରଦାନ କରାଯାଉ ବୋଲି ସେ ଦୁଃଖରେ ପ୍ରକାଶ କରିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି ଦୁଇ ଦୁଇଥର ତାଙ୍କୁ ଏଭଳି ବିଲ୍‌ ପ୍ରଦାନ କରାଯାଇଥିବା ବେଳେ ଯଦି ଆକାଉଣ୍ଟରେ କିଛି ତ୍ରୁଟି ରହିଛି ତାକୁ ସଜଡ଼ା ଯାଇନାହିଁ ଓ ଏଭଳି କାଥ୍‌ରିନାଙ୍କୁ ହଇରାଣ ଭୋଗିବାକୁ ପଡୁଛି। ଏନେଇ ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥିବା ବିଡିଓ ପ୍ରୀତିରଞ୍ଜନ ରଥଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଏଥିରେ ତାଙ୍କ ଆକାଉଣ୍ଟ ନମ୍ବର ଭୁଲ ହୋଇଥିବ। ତେଣୁ ବାରମ୍ବାର ସମସ୍ୟା ହୋଇଛି ବୋଲି ସେ କହିବା ସହ ଏହାର ଖୁବ୍‌ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri