ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଦୀପ୍ତ

ଭବାନୀପାଟଣା,୧୯।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ବିଧାୟକ ତଥା ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ୨ ବର୍ଷ ହେଲା କରୋନାରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ଦିଲ୍ଲୀର ଗୁରୁଗାଓଁରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହେଉଛନ୍ତି। ଏପରିକି ପୂର୍ବ ପେକ୍ଷା ପ୍ରଦୀପ୍ତ ସୁସ୍ଥ ହୋଇ ବ୍ୟାୟାମ କରୁଥିବା ଏକ ଭିଡିଓ ମଧ୍ୟ ସାମାନାକୁ ଆସିଛି। ଏଭଳି ସ୍ଥତିରେ ସେ ଜନତାଙ୍କ ସେବା ପାଇଁ ପ୍ରୟାସ ଜାରୀ ରଖିଛନ୍ତି।

ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲାର ବିଭିନ୍ନ ରେଳ ଷ୍ଟେଶନର ଉନ୍ନତୀକରଣ ସାଙ୍ଗକୁ ରେଳ ସମ୍ପ୍ରସାରଣ ପାଇଁ ସେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି। ଏଥିରେ ରାୟଗଡ଼ାରୁ ବିଶାଖାପାଟଣା ଯାଉଥିବା ଟ୍ରେନକୁ ଭବାନୀପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରଣ କରି ଏକ୍ସପ୍ରେସ ଭାବେ ଚଳାଚଳ କରିବାକୁ ଦାବି କରିଛନ୍ତି। ଏହାସହିତ ଆଉ କିଛି ଟ୍ରେନକୁ କେସିଙ୍ଗା ଯାଏଁ ସମ୍ପ୍ରସାରଣ, ରାମଚନ୍ଦ୍ରପୁର, କୁଟରୁଖମାର ଷ୍ଟେଶନର ଉନ୍ନତୀକରଣ ଆଦି ୨୨ଟି ପ୍ରସଙ୍ଗରେ ପ୍ରଦୀପ୍ତ ରେଳ ମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ପ୍ରଦୀପ୍ତ ଧୀରେ ଧୀରେ ସୁସ୍ଥ ହେବା ଏବଂ ଜନତାଙ୍କ ପାଇଁ ଏଭଳି ପ୍ରୟାସକୁ ଜିଲାର ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।