ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ ଗାଁ ଗାଇସିଲେଟରୁ ଶୁକ୍ରବାର ପ୍ରଦୀନ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି।

ପ୍ରଦୀପ ପୈତୃକ ଗାଁ ଗାଇସିଲେଟରେ ପହଞ୍ଚି ବୟଷ୍କ ବ୍ୟକ୍ତିଙ୍କଠାରୁ ଆଶୀର୍ବାଦ ନେଇଥିଲେ। ପରେ ସେ ଗାଁ ଜଗନ୍ନାଥ ମନ୍ଦିରରେ ପହଞ୍ଚି ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରି ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ଶତାଧିକ ସମର୍ଥକଙ୍କ ସହ ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି । ଅନ୍ୟପକ୍ଷେ ପ୍ରଦୀପଙ୍କ ପ୍ରାର୍ଥୀତ୍ୱକୁ ନେଇ କର୍ମୀ ଏବଂ ଗାଁ ଲୋକେ ମଧ୍ୟ ବେଶ୍‌ ଉତ୍ସାହ ଥିବା ଦେଖିବାକୁ ମିଳିଛି।