ଝାରପଡ଼ା ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ

କଟକ ଅଫିସ,୧୨।୬: ଝାରପଡ଼ା ଜେଲ୍‌ରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଷଷ୍ଠ ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ପରେ ଶନିବାର ସେ ଜେଲରୁ ବାହାରିଛନ୍ତି। ତେବେ ଜେଲରୁ ବାହାରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ପ୍ରକାଶ ଯେ, ଠକେଇ ଅଭିଯୋଗରେ ଡିସେମ୍ବର ୩ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ପ୍ରଦୀପଙ୍କୁ ଗିରଫ କରିଥିଲା। ଏହାପରେ ସେ ଝାରପଡ଼ା ଜେଲରେ ଥିଲେ। ତାଙ୍କ ନାମରେ ମୋଟ ୬ ମାମଲା ଥିଲା। ସେଥିରୁ ୫ଟି ମାମଲାରେ ତାଙ୍କୁ ଜାମିନ ମିଳିଥିଲା। ଶୁକ୍ରବାର ୬ଷ୍ଠ ମାମଲାରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିlଲେ। ୨ ଲକ୍ଷ ଟଙ୍କା ଲେଖାଏ ୨ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ପ୍ରଦୀପଙ୍କୁ ଜାମିନ ଦେଇଥିଲେ। ଏଥିସହ ନିମ୍ନ କୋର୍ଟରେ ୨ ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥାନାର ଦ୍ୱାରସ୍ଥ ହୋଇ ନ ଥିବା ଗାଁ

କେନ୍ଦୁଝର, ୨୨ା୯ (ସ୍ବ.ପ୍ର.)-ବର୍ତ୍ତମାନ ସମୟରେ ବୃଦ୍ଧି ପାଉଥିବା ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ପୋଲିସର ସହାୟତା ସମସ୍ତେ ନେଇଥାନ୍ତି। କିନ୍ତୁ କେନ୍ଦୁଝର ଜିଲାରେ ଏଭଳି ଏକ...

ବରଗଡ଼ ଏମ୍‌ପିଙ୍କୁ କରୋନା

ବରଗଡ଼ ଅଫିସ,୮।୮: ବରଗଡ଼ ଏମ୍‌ପି ତଥା ଭାଜପା ନେତା ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି।...

ଗଞ୍ଜାମରୁ ଆନ୍ଧ୍ର, ଖୋର୍ଦ୍ଧା, ପୁରୀ ସାମୀ ସିଲ୍‌ : ୨୪ ଘଣ୍ଟିଆ ଯାଞ୍ଚ, ସିସିଟିଭି ବ୍ୟବସ୍ଥା

ଛତ୍ରପୁର, ୧୮।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗଞ୍ଜାମର ଆନ୍ଧ୍ର, ଖୋର୍ଦ୍ଧା, ପୁରୀ ଜ଼ିଲା ସୀମାକୁ ସିଲ୍‌ କରାଯାଇଛି। ଜିଲାପାଳ ବୁଜୟ ଅମୃତ କୁଲାଙ୍ଗେଙ୍କ...

ଓଡିଶା ଉପରେ ଏବେ ସାରା ବିଶ୍ୱର ନଜର: ନବୀନ

ଭୁବନେଶ୍ୱର,୨୨।୬(ବ୍ୟୁରୋ)-ପୁରୀ ରଥଯାତ୍ରା ପାଇଁ ସୋମବାର ମାନ୍ୟବର ସୁପ୍ରିମକୋର୍ଟ ଅନୁମତି ଦେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ...

ଏସ୍‌ସିବି ମେଡିକାଲରେ ରୋଗୀଙ୍କ ଉପରେ ଫ୍ୟାନ୍‌ ଖସିବା ଘଟଣା: ଶେଷରେ ଆଖି ବୁଜିଲେ

କଟକ ଅଫିସ, ୧୬।୩: କଟକ ବଡ଼ ଡାକ୍ତରଖାନାର ସର୍ଜରୀ ବିଭାଗ ଛାତରୁ ଫ୍ୟାନ ଖସି ଗୁରୁତର ହୋଇପଡ଼ିଥିବା ମହିଳା ରୋଗୀ ଶେଷରେ ଆଖି ବୁଜିଛନ୍ତି। ସୋମବାର...

ଦଶହରାରେ ବିଦ୍ୟୁତ୍‌ ବିଭ୍ରାଟ: ୧୧ କେଭି ବିଦ୍ୟୁତ୍‌ ତାର ଉପରେ ଗଛ କାଟି ପକାଇଲେ ଦୁର୍ବୃତ୍ତ

ଦାରିଙ୍ଗବାଡ଼ି,୭।୧୦(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରୁ ବିଭିନ୍ନ ଗ୍ରାମକୁ ସଂଯୋଗ ହୋଇଥିବା ୧୧ କେଭି ବିଦ୍ୟୁତ ତାର ଉପରେ ଦୁର୍ବୃତ୍ତମାନେ ବିରାଟ ଗଛ କାଟି ପକାଇଛନ୍ତି। ଫଳରେ...

ରାଶନକାର୍ଡ ଦାବି: ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ହୋ-ହାଲ୍ଲା

ଗଞ୍ଜାମ,୨୦।୪(ଡି.ଏନ୍‌.ଏ.): ଦୀର୍ଘ ମାସର ନୀରବତା ପରେ ପୁଣି ରାଶନ କାର୍ଡ ତାତି ଦେଖିବାକୁ ମିଳିଛି l ଗଞ୍ଜାମ ଜିଲା ଦାମୋଦରପୁର ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ମହିଳା...

ଏମ୍‌ଏମ୍‌ଡିଆର୍‌ ପରିବର୍ତ୍ତନ ଯୋଗୁ ଲାଭବାନ ହେବ ଓଡ଼ିଶା

ଭୁବନେଶ୍ୱର,୨୯।୨: କେନ୍ଦ୍ର ସରକାର ମାଇନ୍ସ ଆଣ୍ଡ ମିନେରାଲ ଡେଭଲପମେଣ୍ଟ ରେଗୁଲେଶନ ଆକ୍ଟ (ଏମ୍‌ଏମ୍‌ଡିଆର) ନିୟମରେ ପରିବର୍ତ୍ତନ କରିଥିବାରୁ ଓଡିଶା ବାର୍ଷିକ ପ୍ରାୟ ୨୦ ହଜାର କୋଟି...

Advertisement


Archives

Model This Week

Why Dharitri