ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି: ଲୋକାୟୁକ୍ତଙ୍କ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଖାରଜ

କଟକ ଅଫିସ, ୩।୨: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଭିଜିଲାନ୍ସ ଦୁର୍ନୀତି ମାମଲା ରୁଜୁ କରିଛି। ତେଣୁ ଅଭିଯୋଗକାରୀଙ୍କୁ ମାମଲାର ତଦନ୍ତଭାର ଦିଆଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହ ପ୍ରଦୀପଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ପାଇଁ ଲୋକାୟୁକ୍ତ ଦେଇଥିବା ନିର୍ଦ୍ଦେଶକୁ ମୁଖ୍ୟବିଚାରପତି ଏସ୍‌. ମୁରଲୀଧର ଏବଂ ବିଚାରପତି ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ପୀଠ ଖାରଜ କରିଦେଇଛନ୍ତି ବୋଲି ପ୍ରଦୀପଙ୍କ ପାଇଁ ହାଇକୋର୍ଟରେ ମାମଲା ପରିଚାଳନା କରୁଥିବା ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ବୁଧବାର ସୂଚନା ଦେଇଛନ୍ତି।
ହାଇକୋର୍ଟରେ ପ୍ରଦୀପଙ୍କ ମାମଲା ଶୁଣାଣି ବେଳେ ତାଙ୍କ ଓକିଲ ଆଚାର୍ଯ୍ୟ ଯୁକ୍ତି ବାଢ଼ିଥିଲେ ଯେ, ନିୟମ ଅନୁସାରେ ଲୋକାୟୁକ୍ତଙ୍କ ନିକଟରେ କୌଣସି ଅଭିଯୋଗ ଆସିଲେ, ସେ ଏହାର ପ୍ରାଥମିକ ତଦନ୍ତ କରିବେ। ଏଥିସହ ଯେଉଁ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆସିଥିବ ତାଙ୍କୁ ପକ୍ଷ ରଖିବାର ସୁଯୋଗ ଦେବେ। ହେଲେ ଏଠାରେ ଲୋକାୟୁକ୍ତ ପ୍ରଦୀପଙ୍କୁ ପକ୍ଷ ରଖିବାର ସୁଯୋଗ ନ ଦେଇ ତାଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ। ଯାହାକି ଆଇନ ବିରୋଧ ବୋଲି ଆଚାର୍ଯ୍ୟ ଯୁକ୍ତି ବାଢ଼ିଥିଲେ।
ପ୍ରକାଶ ଯେ, ପ୍ରଦୀପଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଭିଜିଲାନ୍ସ ଡିଏସ୍‌ପି ରଞ୍ଜନ ଦାସ ଲୋକାୟୁକ୍ତଙ୍କ ନିକଟରେ ଆବେଦନ କରିଥିଲେ। ଉକ୍ତ ଆବେଦନକୁ ଗ୍ରହଣ କରି ଗତ ଡିସେମ୍ବର ୧୧ତାରିଖରେ ଲୋକାୟୁକ୍ତ ମାମଲାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ୨ମାସ ମଧ୍ୟରେ ପ୍ରାଥମିକ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ଭିଜିଲାନ୍ସକୁ କହିଥିଲେ। ଲୋକାଯୁକ୍ତଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ପ୍ରଦୀପ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଓଡ଼ିଶାରେ ଲୋକାୟୁକ୍ତ ଗଠନ ହେବା ପରେ ପ୍ରଦୀପଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ମାମଲା ପ୍ରଥମ ଯାହାକି ଉକ୍ତ ଅଦାଲତକୁ ଯାଇଥିଲା। ଟାଟା କମ୍ପାନୀରେ ଚାକିରି କରାଇଦେବା ନାମରେ ପ୍ରଦୀପ ତାଙ୍କ ଭାବୀ ଜ୍ୱାଇଁ ତଥା ନିଲମ୍ବିତ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ପାଇଁ ବେକାର ଯୁବତୀଯୁବକଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ACSO, ଲାଞ୍ଚ ନେବାବେଳେ ରେଡ୍‌ ହ୍ୟାଣ୍ଡରେ ଧରାପଡ଼ିଲେ

କେନ୍ଦୁଝର,୨୭ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଚମ୍ପୁଆ ଅତିରିକ୍ତ ସିଭିଲ ସପ୍ଲାଏ ଅଧିକାରୀ (ACSO)।  ତାଙ୍କ ନାଁ ଭୂମାରାମ ମୁର୍ମୁ ବୋଲି ଜଣାପଡ଼ିଛି।…

ତାଳଚୁଆ ସାମୁଦ୍ରିକ ଥାନାରେ ଥାର୍ଡ ଡିଗ୍ରୀ : ମହିଳା ଓ ତାଙ୍କ ପୁଅଙ୍କୁ ଥାନାରେ ମାଡ଼

ଭୁବନେଶ୍ୱର/ରାଜନଗର, ୨୭।୫(ତ୍ରିନାଥ ମହାନ୍ତି/ଭାସ୍କର ରାଉତରାୟ): ବାରଙ୍ଗ ଥାନାରେ ଜଣେ ଯୁବକଙ୍କୁ ପତ୍ନୀ ହତ୍ୟା ସନ୍ଦେହରେ ପୋଲିସ ଉଠାଇ ଆଣି ଥାର୍ଡ ଡିଗ୍ରୀ ଦେଇ ଗୁରୁତର କରି ଆଇସିୟୁ’ରେ…

CM ବିଜୟଙ୍କ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବଡ଼ ଉପହାର! ଥ୍ରୀଏଟରରେ ବଦଳିବ ୭୦ ବର୍ଷର ନିୟମ, ଏବେ ହେବ ଜୋରଦାର ରୋଜଗାର

ଚେନ୍ନାଇ,୨୭।୫: ତାମିଲନାଡୁର ନବନିର୍ୱାଚିତ ମୁଖ୍ୟମନ୍ତ୍ରୀ ତଥା ସୁପରଷ୍ଟାର୍‌ ଥାଲାପତି ବିଜୟ (Thalapathy Vijay) ଏବେ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହା ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରି…

ସ୍ନାତକ ନାମଲେଖା ପାଇଁ ଆଜିଠାରୁ ଆବେଦନ

ଭୁବନେଶ୍ୱର, ୨୭।୫(ସୁଚିସ୍ମିତା ସାହୁ):୨୦୨୬-୨୭ ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଆବେଦନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୭ ତାରିଖରୁ ଅନ୍‌ଲାଇନ୍‌ରେ ଆବେଦନ…

ପୁରୀର ଏକ ରିସର୍ଟରୁ ଗିରଫ ହେଲେ TMC ବିଧାୟକ

ପୁରୀ,୨୭ା୫: ପଶ୍ଚିମବଙ୍ଗର ପୂର୍ବତନ ପରିବହନ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(TMC)ର ବରିଷ୍ଠ ନେତା ଦିଲ୍ଲୀପ ମଣ୍ଡଳଙ୍କୁ ଏସ୍‌ଟିଏଫ୍‌ ଦ୍ୱାରା ଗିରଫ ହୋଇଥିବା ନେଇ ସୂଚନା ମିଳିଛି ।…

ଆଉ ୨ ଦିନ ଗରମ, ଗୁଳୁଗୁଳି

ଭୁବନେଶ୍ୱର ୨୭।୫ (ବନ୍ଦନା ସେଠୀ): ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ମଙ୍ଗଳବାର ଗରମ ଓ ଗୁଳୁଗୁଳି ଜାରି ରହିଥିଲା। ୨୦ ସ୍ଥାନର ତାପମାତ୍ରା ୪୦…

ବ୍ୟବସାୟୀଙ୍କ ଦୋକାନରୁ ୪୩ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଜବତ, ଅତର୍କିତ ଚଢାଉ କରି ପୋଲିସ…

ମହାକାଳପଡ଼ା, ୨୭ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା କଣ୍ଟିଲୋ ଓ ପୂର୍ବ ସୁନୀତି ଗ୍ରାମରେ ଦୁଇ ବ୍ୟବସାୟୀଙ୍କ ଦୋକାନ ଗୃହରୁ…

୧୦ ବର୍ଷର ଝିଅକୁ ବଳାତ୍କାର ପରେ ହତ୍ୟା ଘଟଣାର ପ୍ରେସମିଟ୍‌ କରୁଥିବାବେଳେ ହସି ହସି ଗଡ଼ିଲେ ୩ IPS: ଭିଡିଓ ଭାଇରାଲ ପରେ…

କୋଏମ୍ବାଟୁର,୨୭।୫: ତାମିଲନାଡୁର କୋଏମ୍ବାଟୁରରେ ଜଣେ ୧୦ ବର୍ଷୀୟା ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ନୃଶଂସ ହତ୍ୟାକାଣ୍ଡ ସମଗ୍ର ରାଜ୍ୟକୁ ଦୋହଲାଇ ଦେଇଛି। ବିଜୟ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri