ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇନେଲେ

ଭୁବନେଶ୍ୱର, ୩।୧୨(ବ୍ୟୁରୋ): ବିଜେଡିରୁ ବହିଷ୍କୃତ ହୋଇ ଚର୍ଚ୍ଚାରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନିଆଯାଇଛି। କିଛି ଲୋକ କ୍ରାଇମବ୍ରାଞ୍ଚର ପରିଚୟ ଦେଇ ତାଙ୍କୁ ଭୁବନେଶ୍ୱର ସରକାରୀ ବାସଭବନରୁ ଉଠାଇ ନେଇଛନ୍ତି। ଏପରି କହିଛନ୍ତି ପ୍ରଦୀପଙ୍କ ସ୍ତ୍ରୀ ସୁଜାତା ।
ସେ କହିଛନ୍ତି ଯେ, ୪ଟି ଗାଡିରେ କିଛି ଲୋକ ଆସି କ୍ରାଇମବ୍ରାଞ୍ଚର ପରିଚୟ ଦେଇ ମୋ ସ୍ବାମୀଙ୍କୁ ଉଠାଇ ନେଇଛନ୍ତି। ନକ୍ସଲଙ୍କୁ ଉଠାଇ ନେଲା ଭଳି ପୂରା ବ୍ରିଗେଡ ଆଣିଆସି ଉଠାଇନେଲେ। ତେବେ କ୍ରାଇବ୍ରାଞ୍ଚ ଇଓଡବ୍ଲ୍ୟୁ ଅଫିସରେ ସେ ନାହାନ୍ତି ବୋଲି ସୂଜାତା କହିଛନ୍ତି।
ଆହୁରି ମଧ୍ୟ ସେ କହିଛନ୍ତି, ଯଦି ମୋ ସ୍ବାମୀଙ୍କର କିଛି ହୁଏ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ। ମୋ ସ୍ବାମୀଙ୍କର କିଛି ହେଲେ, ମୁଁ ସମସ୍ତଙ୍କୁ କାଠଗଡ଼ାକୁ ଟାଣିବି ବୋଲି ସୂଜାତା କହିଛନ୍ତି।