ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି: ଏବେ କହୁଛନ୍ତି କଥା

ଭୁବନେଶ୍ୱର,୧୯।୫(ବ୍ୟୁରୋ): ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି । ବର୍ତ୍ତମାନ ସେ ଧୀରେ ଧୀରେ କଥା କହିବା ଆରମ୍ଭ କଲେଣି । ଭୁବନେଶ୍ୱର ଏମ୍ସର କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି । କରୋନା ସଂକ୍ରମିତ ହେବା ପରେ ପ୍ରଦୀପ୍ତଙ୍କ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭେଣ୍ଟିଲେଟରେ ରଖି ଚିକିତ୍ସା କରାଯାଉଛି। ତାଙ୍କୁ ସ୍ବତନ୍ତ୍ର ବିଶେଷଜ୍ଞ ଡାକ୍ତରୀ ଟିମ ଚିକିତ୍ସା କରୁଛନ୍ତି ।
ଏପ୍ରିଲ ୧୯ ତାରିଖରେ ସେ କରୋନା ସଂକ୍ରମିତ ହୋଇଥିବା ନିଜେ ଟୁଇଟ୍‌ କରି ସୂଚନା ଦେଇଥିଲେ । ପରେ କ୍ୱାରାଣ୍ଟାଇନରେ ମଧ୍ୟ ରହିଥିଲେ । ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗତ ୨୦ ଦିନରୁ ଅଧିକ ଦିନ ହେବ ଭେଣ୍ଟିଲେଟରରେ ଥିଲେ । ବର୍ତ୍ତମାନ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ।