ଭବାନୀପାଟଣା,୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ବିଜେଡି ସଭାପତି ଭାବେ ସୋମବାର ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମନୋନୀତ ହୋଇଛନ୍ତି। ଏ ନେଇ ଦଳର ସଭାପତି ନବୀନ ପଟ୍ଟନାୟକ ଏକ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି। ପ୍ରଦୀପ ଗତ ୨୦୧୯ରେ ଓ ୨୦୨୪ରେ ଲାଞ୍ଜିଗଡ଼ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଆଗାମୀ ଦିନରେ ଦଳର ସଂଗଠନକୁ ମଜଭୁତ କରିବା ସହ ଭାଜପା ସରକାରଙ୍କ ବିଭିନ୍ନ ଅବହେଳାକୁ ନେଇ ସ୍ବର ଉତ୍ତୋଳନ କରାଯିବ ବୋଲି ପ୍ରକାଶ କରିଛନ୍ତି।

