Categories: ଖେଳ

ଭାରତୀୟ ଟେଷ୍ଟ ଦଳର ଅଭ୍ୟାସ ଆରମ୍ଭ

ଲିସେଷ୍ଟର,୨୧।୬: ଆସନ୍ତା ୧ ତାରିଖରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଟେଷ୍ଟ ଦଳ ଲିସେଷ୍ଟରଶାୟାର ଗ୍ରାଉଣ୍ଡରେ ଅଭ୍ୟାସ ଆରମ୍ଭ କରିଛି। ଆହତ ସମସ୍ୟା କାରଣରୁ ଲୋକେଶ ରାହୁଲ ଦଳରେ ନ ଥିବାରୁ ଅଧିନାୟକ ରୋହିତଙ୍କ ସହ ଶୁବମନ ଗିଲ ଓପ୍‌ନିଂ କରିବା ଏକପ୍ରକାର ନିଶ୍ଚିତ।

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ବେଳେ ବିଶ୍ରାମ ନେଇଥିବା ରୋହିତ ନେଟ୍ସରେ କିଛି ବଲ୍‌ ଫ୍ରଣ୍ଟଫୁଟ୍‌ ଡିଫେନ୍ସ କରିବା ସହ ଶର୍ଟ ପିଚ୍‌ ବଲ୍‌ରେ ପୁଲ୍‌ ଶଟ୍‌ ଅଭ୍ୟାସ କରିଥିଲେ। ତାଙ୍କ ସହିତ ବିରାଟ କୋହଲି, ଚେତେଶ୍ୱର ପୂଜାରା, ରବୀନ୍ଦ୍ର ଜାଡେଜାଙ୍କ ଭଳି ସିନିୟର ଖେଳାଳିମାନେ ମଧ୍ୟ ପ୍ରାକ୍ଟିସ୍‌ ସେସନରେ ଯୋଗଦେଇଥିଲେ। ଭାରତୀୟ ଦଳ ଏଠାରେ ଏକ ସପ୍ତାହ ପାଇଁ ଅଭ୍ୟାସ କରିବ ଏବଂ ୨୪ ତାରିଖରୁ ଲିସେଷ୍ଟରଶାୟାର ବିପକ୍ଷରେ ଏକ ୪ ଦିନିଆ ଓ୍ବାର୍ମଅପ୍‌ ମ୍ୟାଚ୍‌ ଖେଳିବ।

Share