ଖେମୁଣ୍ଡି କଲେଜରେ ପ୍ରବେଶ ଉତ୍ସବ, ଶୃଙ୍ଖଳା-ନୈତିକ ମୂଲ୍ୟବୋଧ ପାଇଁ ପରାମର୍ଶ

ଦିଗପହାଣ୍ଡି,୨୯।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ବୁଧବାର ଯୁକ୍ତ ୨ ପ୍ରଥମ ବର୍ଷର ନବାଗତ  ଛାତ୍ରୀଛାତ୍ରଙ୍କୁ ସ୍ୱାଗତ ଜଣାଇ “ପ୍ରବେଶ ଉତ୍ସବ–୨୦୨୬” ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି।
କଲେଜ ଅଧ୍ୟକ୍ଷ ଡ. ଅସିତ୍ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ବାଗତ ସମାରୋହ ସଭାରେ ନବାଗତ ଛାତ୍ରୀଛାତ୍ରମାନଙ୍କୁ ସ୍ୱାଗତ କରାଯାଇଥିଲା। କଲେଜ ଅଧ୍ୟକ୍ଷ ନିଜ ଅଭିଭାଷଣରେ ଛାତ୍ର ଜୀବନରେ ଶୃଙ୍ଖଳା, ନୈତିକ ମୂଲ୍ୟବୋଧ, ଅଧ୍ୟବସାୟ ଓ ନିୟମିତ ଅଧ୍ୟୟନର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । କଲେଜର ବିଭିନ୍ନ ବିଭାଗର ଅଧ୍ୟାପିକା ଅଧ୍ୟାପକ ବୃନ୍ଦ ନବାଗତମାନଙ୍କୁ କଲେଜର ଶିକ୍ଷା ପରିବେଶ, ଶୈକ୍ଷିକ କାର୍ଯ୍ୟକ୍ରମ ଏବଂ କ୍ୟାରିଅର ସମ୍ଭାବନା ସମ୍ପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ନବାଗତ ଛାତ୍ରୀଛାତ୍ରମାନଙ୍କୁ ପୁଷ୍ପଗୁଚ୍ଛ ଓ ସ୍ୱାଗତ ଉତ୍ତରୀୟ ପ୍ରଦାନ କରାଯାଇ ସେମାନଙ୍କର ଉଜ୍ଜ୍ୱଳ ଶିକ୍ଷାଜୀବନ କାମନା କରାଯାଇଥିଲା।

କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା ପ୍ରତି ଆଗ୍ରହ, ଆତ୍ମବିଶ୍ୱାସ ଓ ଦାୟିତ୍ୱବୋଧ ସୃଷ୍ଟି କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଶେଷରେ କଲେଜ ଅଧ୍ୟାପିକା ଅଧ୍ୟାପକମାନଙ୍କ ପକ୍ଷରୁ ସମସ୍ତ ନବାଗତ ଛାତ୍ରୀଛାତ୍ରମାନଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କର ସର୍ବାଙ୍ଗୀନ ବିକାଶ ଓ ସଫଳ ଭବିଷ୍ୟତ କାମନା କରାଯାଇଥିଲା। କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପିକା ଅଧ୍ୟାପକ, କର୍ମଚାରୀ ବୃନ୍ଦ ଏବଂ ବହୁ ସଂଖ୍ୟକ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

Share