ଲୋକାୟୁକ୍ତରେ ହାଜର ହେଲେ ଔଷଧ ନିଗମ ଅଧ୍ୟକ୍ଷା, ଶିଳ୍ପ ସଚିବ

ଭୁବନେଶ୍ୱର, ୨୩।୧୧(ବ୍ୟୁରୋ): ଲୋକାୟୁକ୍ତରେ ହାଜର ହେଲେ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ ଓ ଶିଳ୍ପ ସଚିବ ହେମନ୍ତ ଶର୍ମା। ମାସ୍କ ଦୁର୍ନୀତି ଅଭିଯୋଗରେ ଉଭୟ ପୁଣିଥରେ ହାଜର ହୋଇଛନ୍ତି। ଏହି ମାମଲାରେ ନିଜ ପକ୍ଷ ରଖିବାକୁ ଲୋକାଯୁକ୍ତ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ମଧ୍ୟ ଯାମିନୀ ଓ ହେମନ୍ତ ଲୋକାଯୁକ୍ତରେ ହାଜର ହୋଇଥିଲେ।
ପିପିଇ କିଟ୍‌ ଓ ମାସ୍କ କିଣାରେ ରାଜକୋଷକୁ ବ୍ୟାପକ ହରିଲୁଟ୍‌ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଶିଳ୍ପ ସଚିବ ଆଇଏଏସ୍‌ ହେମନ୍ତ ଶର୍ମା ଓ ଯାମିନୀ ଷଡଙ୍ଗୀଙ୍କୁ ଏଥିନିମନ୍ତେ ଦାୟୀ କରାଯାଇଥିଲା। ଏହାକୁ ନେଇ ରାଜନୈତିକ ବିବାଦ ଜୋର୍‌ ଧରିଥିବା ବେଳେ ଲୋକାୟୁକ୍ତଙ୍କ ଦ୍ୱାରା ଏହାର ତଦନ୍ତ ଆରମ୍ଭ ହୋଇଥିଲା।