ଆପାର୍ଟମେଣ୍ଟ କ୍ରେତା ସଂଘକୁ କ୍ଷମତା

ଭୁବନେଶ୍ୱର,୨୭ା୯ (ଅନିଲ ଦାସ): ବହୁ ପ୍ରତୀକ୍ଷା ପରେ ଆପାର୍ଟମେଣ୍ଟ ମାଲିକ(କ୍ରେତା)ମାନଙ୍କୁ ସୁରକ୍ଷା ଦେବା ସକାଶେ ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ(ମାଲିକାନା ଓ ପରିଚାଳନା) ବିଲ୍‌-୨୦୨୩କୁ ମଙ୍ଗଳବାର ବିଧାନସଭାରେ ଗୃହୀତ କରାଇଛନ୍ତି॥ ଏଥିରେ ଆପାର୍ଟମେଣ୍ଟ କ୍ରେତାମାନଙ୍କ ସଂଘକୁ ଅଧିକ କ୍ଷମତା ଦିଆଯାଇଛି। ସଂଘର ବାଇ-ଲ ଅନୁଯାୟୀ ଆପାର୍ଟମେଣ୍ଟ ପରିଚାଳିତ ହେବ।
ନୂଆ ବିଧେୟକ ବ୍ୟବସ୍ଥା ଅନୁଯାୟୀ ବିଲ୍‌ଡର କିମ୍ବା ପ୍ରମୋଟର କ୍ରେତାମାନଙ୍କୁ ଅକୁପାନ୍ସି ସାର୍ଟିଫିକେଟ ଦେବାର ୩୦ ଦିନ ମଧ୍ୟରେ ସଂଘକୁ କମନ ଏରିଆର ସମସ୍ତ ମୂଳ ପ୍ରମାଣପତ୍ର ଦେବା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି। ଏଥିସହିତ କ୍ରେତାଙ୍କଠାରୁ ସିକ୍ୟୁରିଟି, ଆଡ୍‌ଭାନ୍ସ ଆକାରରେ ନେଇଥିବା ସମସ୍ତ ଅର୍ଥ ୩୦ ଦିନ ମଧ୍ୟରେ ଫେରାଇବେ। ରିୟଲ ଇଷ୍ଟେଟ୍‌ ଅଧିନିୟମ(ବିନିୟମ ଓ ଉନ୍ନୟନ) ଆଇନ-୨୦୧୬ ଅନୁଯାୟୀ ପ୍ରକଳ୍ପରେ ୫୦ ପ୍ରତିଶତ ଅଥବା ୭ ଜଣ କ୍ରେତା ହେବା ପରେ ସଂଘ ଗଠନ କରାଯିବ। ପୂର୍ବରୁ ମାଲିକ ସଂଘ ସାଧାରଣ ଅଞ୍ଚଳ(କମନ ଏରିଆ)ରୁ ମାଲିକାନା ହକ୍‌ ପାଇପାରୁ ନ ଥିଲା। ଏହି ବିଧେୟକ ପାରିତ ହେବା ପରେ ଉକ୍ତ ଅଞ୍ଚଳ ମାଲିକାନା ସଂଘଠାରେ ନ୍ୟସ୍ତ ହେବ। ଏଥିସହିତ ଆପାର୍ଟମେଣ୍ଟ ବିକ୍ରି, ଉତ୍ତରାଧିକାରୀ ସୂତ୍ରରେ ଆବଣ୍ଟନ ଆଦି କ୍ଷେତ୍ରରେ କମନ ଏରିଆ ହସ୍ତାନ୍ତର କରାଯାଇପାରିବ। ମାତ୍ର ଉକ୍ତ ଅଂଶକୁ କୌଣସି ଉଦ୍ଦେଶ୍ୟରେ ଖଣ୍ଡ ଖଣ୍ଡ କରାଯାଇପାରିବ ନାହିଁ। ପ୍ରତ୍ୟେକ ମାଲିକ ବିଧେୟକରେ ଥିବା ଚୁକ୍ତି, ସର୍ତ୍ତ ଓ କଟକଣାକୁ ମାନିବାକୁ ବାଧ୍ୟ ହେବେ। ଯଦି କେହି ଏହାକୁ ଉଲ୍ଲଂଘନ କରିବେ ଆପାର୍ଟମେଣ୍ଟ ମାଲିକ ସଂଘ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ କ୍ଷତିଭରଣା କରିପାରିବେ। ଏଥିସହିତ ନିଜ ଅଧୀନରେ ଥିବା ଆପାର୍ଟମେଣ୍ଟ ଉପରେ ମାଲିକମାନେ ଋଣ କରିପାରିବେ।
ପୂର୍ବରୁ ଆପାର୍ଟମେଣ୍ଟ ବିକ୍ରୟ କରୁଥିବା ପ୍ରମୋଟରଙ୍କ ନାମରେ କମନ ଏରିଆର ରେକର୍ଡ ଅଫ୍‌ ରାଇଟସ୍‌ (ଆର୍‌ଓଆର୍‌) ରହୁଥିଲା। ଏହି ବିଧେୟକ ପାରିତ ହେବା ପରେ ଉକ୍ତ ଅଞ୍ଚଳ ଆପାର୍ଟମେଣ୍ଟ ଆସୋସିଏଶନ ନାମରେ ରେଜିଷ୍ଟ୍ରେଶନ ଅଧିନିୟମ-୧୯୦୮ ଅନୁଯାୟୀ ରେଜିଷ୍ଟ୍ରି କରାଯିବ। ତେବେ ରିୟଲ ଇଷ୍ଟେଟ ଅଧିନିୟମ (ବିନିୟମ ଓ ଉନ୍ନୟନ) ଆଇନ-୨୦୧୬ ପରେ ଯଦି କୌଣସି ଆପାର୍ଟମେଣ୍ଟ ବିକ୍ରି ହୋଇଥିବ ଏବଂ କମନ ଏରିଆ ଆସୋସିଏଶନ ନାମରେ ଆର୍‌ଓଆର୍‌ ହୋଇ ନ ଥିବ ସେ କ୍ଷେତ୍ରରେ ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍‌-୨୦୨୩ ବ୍ୟବସ୍ଥା ଅନୁଯାୟୀ ୩ ମାସ ମଧ୍ୟରେ ରେଜିଷ୍ଟ୍ରି କରାଯିବାକୁ ବ୍ୟବସ୍ଥା ହୋଇଛି। ପଞ୍ଜୀକରଣ ସମୟରେ ଓଡ଼ିଶା ରିୟଲ ଇଷ୍ଟେଟ ବିନିୟାମକ ପ୍ରାଧିକରଣ(ରେରା) ପଞ୍ଜୀକରଣ ପ୍ରମାଣପତ୍ର ଦେବାକୁ ହେବ। ଆପାର୍ଟମେଣ୍ଟ ମାଲିକମାନେ ସଂଘର ବାଇ-ଲ’କୁ ମାନି ଚଳିବାକୁ ହେବ। କମନ ଏରିଆ ଯେଉଁ ଉଦ୍ଦେଶ୍ୟରେ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ କେବଳ ସେହି ଉଦ୍ଦେଶ୍ୟରେ ହିଁ ବ୍ୟବହାର କରାଯିବ। ଆପାର୍ଟମେଣ୍ଟ ସଂଘର ନୀତିନିୟମକୁ କୌଣସି ପରିସ୍ଥିିତିରେ ବାଧା ଦେବା କିମ୍ବା ହସ୍ତକ୍ଷେପ କରାଯାଇ ପାରିବ ନାହିଁ। ମାଲିକମାନେ ନିଜ ଆପାର୍ଟମେଣ୍ଟକୁ ନିଜ ଖର୍ଚ୍ଚରେ ମରାମତି କିମ୍ବା ରକ୍ଷଣାବେକ୍ଷଣ କରିପାରିିବେ। ମାତ୍ର ସାଧାରଣ ସ୍ଥାନରେ ଥିବା କୌଣସି ଭାଗକୁ କ୍ଷତି ପହଞ୍ଚାଇ
ପାରିବେ ନାହିଁ। ଆପାର୍ଟମେଣ୍ଟ କାନ୍ଥ କିମ୍ବା ସାଧାରଣ ସ୍ଥାନରେ ପୋଷ୍ଟର, ହୋର୍ଡିଂ ଲଗାଇପାରିବେ ନାହିଁ। ଆପାର୍ଟମେଣ୍ଟରେ କୌଣସି ଅଦଳ ବଦଳ କରି ପାରିବେ ନାହିଁ କିମ୍ବା ଯୋଗ କରିପାରିବେ ନାହିଁ। ମାଲିକ ସଂଘର ଲିଖିତ ଅନୁମତି ନ ନେଇ ବାହାର ପଟ ଝରକା କିମ୍ବା କାନ୍ଥର ରଙ୍ଗ ବଦଳାଇ ପାରିବେ ନାହିଁ। ଶିଡି କିମ୍ବା ସାଧାରଣ ଯାତାୟାତ ସ୍ଥାନରେ ଓଜନିଆ ଜିନିଷ ରଖିପାରିବେ ନାହିଁ। ଆପାର୍ଟମେଣ୍ଟ ମାଲିକ ଭଡାଟିଆମାନଙ୍କର କୌଣସି କାର୍ଯ୍ୟ ଓ ତ୍ରୁଟି ପାଇଁ ଦାୟୀ ରହିବେ। ଆପାର୍ଟମେଣ୍ଟ ବ୍ୟବହାର ନ କଲେ ମଧ୍ୟ ସାଧାରଣ ବ୍ୟୟ ବାବଦକୁ ନିଜର ଅଂଶ ଦେବାକୁ ବାଧ୍ୟ। ଆପାର୍ଟମେଣ୍ଟ ବିକ୍ରି ପରେ ବକେୟା ଥିବା ସମସ୍ତ ସାଧାରଣ ଦେୟ ଦେବାକୁ ପଡ଼ିବ। ଜଣେ କ୍ରେତା ଯେତୋଟି ଆପାର୍ଟମେଣ୍ଟ କ୍ରୟ କଲେ ମଧ୍ୟ ସଂଘର ଜଣେ ସଦସ୍ୟ ରୂପେ ବିବେଚିତ ହେବା ସହ ଗୋଟିଏ ଭୋଟ ଦେବା ଅଧିକାର ପାଇବେ। ଯଦି ଆପାର୍ଟମେଣ୍ଟ କ୍ରେତାଙ୍କ ନାମରେ ଦଲିଲ ହୋଇ ନ ଥିବ ତେବେ ସେ ସଂଘର ସଦସ୍ୟ ହୋଇପାରିବେ ନାହିଁ। ଆପାର୍ଟମେଣ୍ଟ ମାଲିକ ସଂଘ ଗଠନ କରିବା ସହ ବିଧେୟକ କାର୍ଯ୍ୟକାରୀ ହେବାର ୬ ମାସ ଭିତରେ ପଞ୍ଜୀକରଣ କରିବାକୁ ହେବ। ପୂର୍ବରୁ ଥିବା ସଂଘଗୁଡ଼ିକ ମଧ୍ୟ ଏହି ବିଧେୟକ ଅନୁଯାୟୀ ପରିଚାଳିତ ହେବେ। ଉକ୍ତ ବିଧେୟକ କାର୍ଯ୍ୟକାରୀ ହେବା ପରେ ପୂର୍ବ ପ୍ରଚଳିତ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିମୟ -୧୯୮୨ ଅକାମୀ ହୋଇଯିବ।
ଗୃହୀତ ହୋଇଥିବା ବିଲ୍‌ରେ ଆପାର୍ଟମେଣ୍ଟଗୁଡ଼ିକର ବୀମା, ୩୦ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ଢାଞ୍ଚାଗୁଡ଼ିକର ଗୁଣବତ୍ତା ପରୀକ୍ଷା, କ୍ଷମତାପ୍ରାପ୍ତ ପ୍ରାଧିକାରୀଙ୍କ ନିର୍ଦ୍ଦେଶ ବିରୋଧରେ ଅପିିଲ ଆଦି ବ୍ୟବସ୍ଥା କରାଯାଇଛି। ଯଦି ସଂଘର ବାଇ-ଲକୁ କୌଣସି ଆପାର୍ଟମେଣ୍ଟ ମାଲିକ ଅମାନ୍ୟ କରିବେ କିମ୍ବା ମୌଳିକ ଖର୍ଚ୍ଚ ଦେଉ ନ ଥିବେ କିମ୍ବା ଏହି ବିଧେୟକରେ ଥିବା ବ୍ୟବସ୍ଥାକୁ ଉଲ୍ଲଂଘନ କରିବାକୁ ଧମକ ଦେବେ ସଂଘ ସମ୍ପୃକ୍ତ ମାଲିକଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଣ ବନ୍ଦ କରିପାରିବେ। ତେବେ ବିନା ୧୫ ଦିନିଆ ନୋଟିସରେ ସଂଘ ଉଲ୍ଲଂଘନକାରୀ ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ। ଯଦି ଆପାର୍ଟମେଣ୍ଟ ୩୦ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିବ ତେବେ ସଂଘ ଆପାର୍ଟମେଣ୍ଟର ସ୍ଥାୟିତ୍ୱ ନେଇ ପଞ୍ଜୀକୃତ ଇଞ୍ଜିନିୟରଙ୍କ ଦ୍ୱାରା ଯାଞ୍ଚ କରାଇପାରିବେ।
ଏହି ନୂତନ ବିଧେୟକରେ ଆପାର୍ଟମେଣ୍ଟ ନିର୍ମାତାଙ୍କ ପାଇଁ ଦଣ୍ଡବିଧିର ବ୍ୟବସ୍ଥା ରହିଛି। ଯଦି କେତ୍ରାମାନଙ୍କ ସଂଘ ଗଠନ କରିବାରେ ପ୍ରମୋଟର ବିଫଳ ହେବେ କିମ୍ବା ବିନା ଅକୁପାନ୍ସି ସାର୍ଟିିଫିକେଟରେ ଗୃହ ଆବଣ୍ଟନ କରିବେ ତେବେ ତାଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ଭରିବାକୁ ପଡ଼ିବ। ଯଦି ଜରିମାନା ଦାଖଲ କରିବାରେ ବିଳମ୍ବ ହେବ ପ୍ରତ୍ୟେକ ଦିନ ୨ ହଜାର ଟଙ୍କା ଅତିରିକ୍ତ ଜରିମାନା ଦାଖଲ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri