ପରିତ୍ୟକ୍ତ ଅବସ୍ଥାରେ ଦେଶର ପ୍ରଥମ ଘରୋଇ ପାୱାର ହାଉସ

ଭବାନୀପାଟଣା,୧୬।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଗାନ୍ଧୀଛକ ନିକଟରେ ୧୯୨୫ରେ ନିର୍ମାଣ ହୋଇଥିବା ଦେଶର ପ୍ରଥମ ଘରୋଇ ପାୱାର ହାଉସ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ତକତ୍ାଳୀନ କଳାହାଣ୍ଡି ମହାରାଜା ବ୍ରଜମୋହନ ଦେଓଙ୍କ ଉଦ୍ୟମକ୍ରମେ ଏହା ଆରମ୍ଭ ହୋଇଥିଲା। ଏଥିରେ ବିଜୁଳି ଉପତ୍ାଦନ ପାଇଁ ବ୍ୟବହାର ହୋଇଥିବା ଜର୍ମାନୀର ମେଶିନଗୁଡିକ ଏବେ ଖତଖାଇ ପଡିରହିଛି। ଇତିହାସର ମୁକସାକ୍ଷୀ ପାଲଟିଥିବା ଏହି ପାୱାର ହାଉସ କଳାହାଣ୍ଡିବାସୀଙ୍କ ପାଇଁ ଗର୍ବ ଓ ଗୌରବ ଆଣିଥିଲା। ମିଳିଥିବା ସୂଚନା ଅନୁଯାୟୀ,୧୯୧୦ରେ ପଞ୍ଜାବର ଗୁରୁଦାସପୁର ଜିଲା ଶେଖମାରର ସର୍ଦ୍ଦାର ପାଲା ସିଂହଙ୍କୁ ତକତ୍ାଳୀନ କଳାହାଣ୍ଡି ମହାରାଜା ବ୍ରଜ ମୋହନ ଦେଓ ଭବାନୀପାଟଣାକୁ ଆଣିଥିଲେ। ସର୍ଦ୍ଦାର ପାଲା ସିଂହ ଜଣେ ଇଲେକ୍ଟ୍ରିକ୍‌ ମେକାନିକାଲ ଇଞ୍ଜିନିୟର ଥିଲେ। କଳାହାଣ୍ଡି ମହାରାଜାଙ୍କ ବୈଷୟିକ ଉପଦେଷ୍ଟା ଭାବେ ସେ କାର୍ଯ୍ୟ କରୁଥିଲେ। ଭବାନୀପାଟଣା ସହରରେ ବିଜୁଳି ଆଲୁଅ ପାଇଁ ଜେନେରେଟର ସାହାଯ୍ୟରେ ବିଦ୍ୟୁତ ଉପତ୍ାଦନ ନିମନ୍ତେ ଗାନ୍ଧୀଛକ ନିକଟରେ ୧୯୨୫ରେ ଏକ ଘରୋଇ ପାୱାର ହାଉସ ନିର୍ମାଣ କରାଯାଇଥିଲା। ଏହି ପାୱାର ହାଉସ ଜରିଆରେ ସହରକୁ ବିଜୁଳି ଯୋଗାଣ ହେଉଥିଲା। ବର୍ତ୍ତମାନ ଏଠାରେ ଟିପିଡବ୍ଲ୍ୟୁଓଡିଏଲ ବିଦ୍ୟୁତ ବିଭାଗର ସବଡିଭିଜନ୍‌ କାର୍ଯ୍ୟାଳୟ ଚାଲୁଛି। ୧୯୨୫ରେ ଆରମ୍ଭ ହୋଇଥିବା ଦେଶର ପ୍ରଥମ ଘରୋଇ ପାୱାର ହାଉସ ନିର୍ମାଣରେ ଜର୍ମାନୀର ମେଶିନଗୁଡିକ ଲାଗିଥିଲା। ପ୍ରଥମ ପର୍ଯ୍ୟାୟରେ ପାୱାର ହାଉସଠାରୁ ରାଜବାଟି ଓ ରାଜବାଟିଠାରୁ ବର୍ତ୍ତମାନର ମେଟରନିଟି ୱାର୍ଡ ପର୍ଯ୍ୟନ୍ତ ବିଭିନ୍ନ ଛକରେ ଲୁହା ପାଇପରେ ବିଜୁଳି ବତି ଲଗାଯାଇଥିଲା। ସନ୍ଧ୍ୟା ହେଲେ ପାୱାର ହାଉସର ଜେନେରେଟର ଶଦ୍ଧ ଆରମ୍ଭ ହେବା ପରେ ଛକରେ ବିଜୁଳି ବତି ଜଳୁଥିଲା। କଳାହାଣ୍ଡି ମହାରାଜାଙ୍କ ଉଦ୍ୟମ ଓ ସର୍ଦ୍ଦାର ପାଲା ସିଂହଙ୍କ ମାର୍ଗଦର୍ଶନରେ ଭବାନୀପାଟଣା ସହରରେ ବିଦ୍ୟୁତ୍‌କରଣ ଆରମ୍ଭ ହୋଇଥିଲା। ୧୯୪୭ ପରେ ଏହାର ଗୋଟିଏ ମେଶିନ ଭୁବନେଶ୍ୱର ପାୱାର ହାଉସକୁ ନିଆଯାଇଥିଲା। ସେହିପରି ଅନ୍ୟ ଏକ ମେଶିନ ଭୁବନେଶ୍ୱର ରାଜଭବନକୁ ନିଆଯାଇଥିଲା। ଭବାନୀପାଟଣା ସହରରେ ଆଲୋକୀକରଣ ସେତେବେଳେ ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା। ପରେ ପାୱାର ହାଉସରୁ ସହରର ବାହାଦୁରବଗିଚା ପଡା, ମନ୍ଦାର ବଗିଚାପଡା ସମେତ ଅନ୍ୟପଡାକୁ ମଧ୍ୟ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ହୋଇଥିଲା। ଯାହାକି ଦେଶ ପାଇଁ ଏକ ନିଆରା ଅନୁଭୁତି ଥିଲା। ଯେତେବେଳେ ଦେଶର କାରିଗରୀ କୌଶଳ ବିକଶିତ ହୋଇ ନ ଥିଲା। ସେତେବେଳେ କଳାହାଣ୍ଡି ଜିଲାରେ ୯୬ବର୍ଷ ପୂର୍ବେ ଭବାନୀପାଟଣା ସହରର ବିଭିନ୍ନ ଛକକୁ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ଜିଲା ପାଇଁ ଗର୍ବ ଓ ଗୌରବ ବିଷୟ ଆଣିଥିଲା। ମେକାନିକାଲ ଇଞ୍ଜିନିୟର ସର୍ଦ୍ଦାର ପାଲା ସିଂହ ପଞ୍ଜାବରୁ ଆସି ଭବାନୀପାଟଣା ସହରବାସୀଙ୍କୁ ଆଲୁଅ ଦେଖାଇବା ଇତିହାସର ସ୍ବର୍ଣ୍ଣ ଅକ୍ଷରରେ ସବୁଦିନ ପାଇଁ ଲିପିବଦ୍ଧ ହୋଇରହିବ। ଏହି ପାୱାର ହାଉସ ଏବେ ଇତିହାସ ପାଲଟିଯାଇଛି। କିନ୍ତୁ ଏହାର ଉଦ୍ୟମ ଓ କାରିଗରୀ କୌଶଳ ସ୍ମୃତି ହୋଇ ରହିଛି। ଏପରିସ୍ଥଳେ ବର୍ତ୍ତମାନ ମଧ୍ୟ ମେଶିନଗୁଡିକର ଅବଶିଷ୍ଟ ଯନ୍ତ୍ରାଂଶ ଏକ ଅନ୍ଧାରୁଆ ଗର୍ଭଗୃହରେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri