Posted inଜାତୀୟ

ଭାରତ ମହାସାଗରରେ ପାଓ୍ବାର ଗେମ୍‌, ମରିସସ୍‌ର ଦ୍ୱୀପରେ ଗୁପ୍ତ ସୈନ୍ୟ ଶିବିର…

ନୂଆଦିଲ୍ଲୀ,୯।୮: ଭାରତ ମହାସାଗରେ ପୃଥିବୀର ବଡ଼ବଡ଼ ଦେଶ ପାଓ୍ବାର ଗେମ୍‌ ଆରମ୍ଭ କରିଛନ୍ତି। ନିଜର ଶକ୍ତି ବୃଦ୍ଧି ପାଇଁ ଭାରତ ମଧ୍ୟ ଏଥିରେ ସାମିଲ୍‌ ହୋଇଛି। ଭାରତ ପକ୍ଷରୁ ମରିସସ୍‌ର ଏକ ନିର୍ଜନ ଦ୍ୱୀପରେ ଗୁପ୍ତ ସୈନ୍ୟ ଶିବିର ସ୍ଥାପନ କରାଯାଇଛି। ସମୁଦ୍ରରେ ନିଜର ଶକ୍ତି ବଢାଇବା ସହିତ ବିଭିନ୍ନ ଗବେଷଣାକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ଏହି ଗୁପ୍ତ ଶିବିର ନିର୍ମାଣ କରାଯାଇଛି। ମରିସସ୍‌ଠାରୁ ୧୧୦୦ କିଲୋମିଟର ଦୂରରେ ଥିବା ଆଗଲେଗା ଦ୍ୱୀପରେ ଭାରତ ଏହି ଶିବିର ନିର୍ମାଣ କରୁଛି। ଏଠାରେ ସାମରୀକ ବିମାନ ଘାଟି ନିର୍ମାଣ ମଧ୍ୟ କରାଯାଉଛି। ଯାହାଦ୍ୱାରା ଆବଶ୍ୟକ ସମୟରେ ଯୁଦ୍ଧ ବିମାନ ଅବତରଣ କରାଇବା ସହଜ ହେବ। ଏହା ପୂର୍ବରୁ ଆମେରିକା, ଚାଇନା, ବ୍ରିଟେନ୍‌, ଫ୍ରାନ୍ସ ଆଦି ସୁପର ପାଓ୍ବାର ଭାରତ ମହାସାଗରରେ ନିଜ ନିଜର ଉପସ୍ଥିତି ଜାହିର କରିସାରିଛନ୍ତି। ଅଗାଲେଗା ଦ୍ୱୀପର ଲମ୍ବ ୧୨ କିଲୋମିଟର ଥିବାବେଳେ ଚୌଡ଼ା ଦେଢ଼ କିଲୋମିଟର ରହିଛି। ଏଠାରେ ମାତ୍ର ୩୦୦ରୁ ୩୫୦ ଜଣ ଲୋକ ବାସ କରୁଛନ୍ତିି।

ଆଗଲେଗା ଦ୍ୱୀପ ଠାରୁ କିଛି ଦୂରରେ ଆମେରିକାର ସାମରିକ ବେସ ଡିଏଗୋ ଗାର୍ସିଆ, ଚାଇନା ସାମରିକ ବେସ ଡିଜିବୌଟି, ଫ୍ରାନ୍ସର ସାମରିକ ବେସ ରିୟୁନିୟୋ ନିର୍ମାଣ କରାଯାଇଛି। କତାରର ମିଡିଆ ହାଉସ ଅଲ ଜଜିରା ଅନୁଯାୟୀ ଭାରତ ଆଗଲେଗା ଦ୍ୱୀପରେ ଏକ ଗୁପ୍ତଚର ସାମରିକ ବେସ ନିର୍ମାଣ କରୁଛି। ଅଲ ଜଜିରା ନୂଆଦିଲ୍ଲୀ ସ୍ଥିତ ଥିଙ୍କ ଟ୍ୟାଙ୍କ ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନର ଗବେଷକ ଅଭିଷେକ ମିଶ୍ରଙ୍କ ଉଦ୍ଦେଶ୍ୟରେ କହିଛି ଯେ, ଏହା ଭାରତ ପାଇଁ ଏକ ଗୁପ୍ତଚର ସୁବିଧା ସାବ୍ୟସ୍ତ ହେବ। ଯାହା ମାଧ୍ୟମରେ ଭାରତ ଦକ୍ଷିଣ-ପଶ୍ଚିମ ଭାରତ ମହାସାଗର ଏବଂ ମୋଜାମ୍ବିକ ଚ୍ୟାନେଲରେ ନିଜର ବାୟୁସେନା ଏବଂ ନୌସେନାର ଉପସ୍ଥିତି ଜାହିର କରିବାକୁ ସକ୍ଷମ ହୋଇପାରିବ। ଭାରତ ଏଠାରେ ୩ କିଲୋମିଟର ଲମ୍ବା ଏୟାରଷ୍ଟ୍ରିପ ନିର୍ମାଣ କରୁଛି। ଅଭିଷେକ ମିଶ୍ର ଅଲ୍‌ ଜଜିରାକୁ କହିଛନ୍ତି ଯେ, ସେ ଜାଣିବାକୁ ପାଇଛନ୍ତି ଭାରତ ଏହି ଅଞ୍ଚଳକୁ ଜାହାଜ ଷ୍ଟେସନ ଭାବରେ ବ୍ୟବହାର କରିବ। ଏହା ବ୍ୟତୀତ ରନୱେକୁ ପି-୮ଆଇ ବିମାନ ଲାଗି ବ୍ୟବହାର କରିବ। ପି-୮ ଆଇ ଭାରତୀୟ ସାମୁଦ୍ରିକ ପାଟ୍ରୋଲିଂ ବିମାନ ଦ୍ୱାରା ଏଠାରେ ସର୍ଭେଲାନ୍ସ୍‌ କାର୍ଯ୍ୟ କରାଯିବ। ବୋଲି ଅଭିଷେକ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri