‘ଗୁଳୁଗୁଳିରେ ଅତିଷ୍ଠ କରୁଛି ପାଓ୍ବାରକଟ୍‌’

ଭୁବନେଶ୍ୱର,୨୧ା୫(ବ୍ୟୁରୋ)- ରାଜ୍ୟରେ କିଛିଦିନ ଧରି ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଏପରିକି ଭୁବନେଶ୍ୱରରେ ମଧ୍ୟ କିଛିଦିନ ହେବ ତାପମାତ୍ରା ୩୮ଡିଗ୍ରୀ ସେଲସିୟସରୁ ଅଧିକ ରହୁଥିବାବେଳେ ମାତ୍ରାଧିକ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ରାଜଧାନୀରେ ପାଓ୍ବାର କଟ୍‌ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ଧନିକ ଶ୍ରେଣୀର ଲୋକମାନେ ଇନ୍‌ଭର୍ଟର ଲଗାଇ ସମସ୍ୟାରୁ ସାମାନ୍ୟ ଉପଶମ ପାଉଥିବାବେଳେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଖରା ଗରମରେ ଛଟପଟ ହେଉଛନ୍ତି। ନୁଆଁଣିଆ ଆଜବେଷ୍ଟସ୍‌ ଘରେ ରହୁଥିବା ବସ୍ତି ବାସିନ୍ଦାଙ୍କ ସମସ୍ୟା ସବୁଠୁ ବେଶି ରହୁଛି। ପଙ୍ଖା ଟିକେ ଚଳାଇ ଦ୍ୱିପହର ବିତାଇଦେବାକୁ ଚାହୁଁଥିବା ଲୋକମାନେ ପାଓ୍ବାର କଟ୍‌ ଯୋଗୁ ଭୋଗୁଥିବା ଯନ୍ତ୍ରଣାକୁ ବଖାଣିଛନ୍ତି।

ବସ୍ତି ଅଞ୍ଚଳରେ ଆମର ଆଜବେଷ୍ଟସ୍‌ ଘର। ଟିକେ ଖରାହେଲେ ଗରମରେ ଘର ଭିତରେ ପଶିହେଉନି।ସେଥିରେ ପୁଣି ପ୍ରତିଦିନ ୧୦ରୁ ୧୨ ଥର ପାଓ୍ବାର କଟ୍‌ ହେଉଛି। ବୟସ୍କ ଓ ଛୋଟଛୋଟ ପିଲାମାନେ ଗରମରେ କଲବଲ ହେଉଛନ୍ତି। ଗରମରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ବାହାରୁଛି। ନେତା ମନ୍ତ୍ରୀ, ବିଦ୍ୟୁତ୍‌ ବିଭାଗ ଅଧିକାରୀ ଶୀତତାପ ନିୟନ୍ତ୍ରିତ କାର୍ଯ୍ୟାଳୟରେ ବସୁଛନ୍ତି, ଶୀତତାପ ନିୟନ୍ତ୍ରିତ ଗାଡ଼ିରେ ଯାଉଛନ୍ତି। ତେଣୁ ସାଧାରଣ ଲୋକଙ୍କ ସମସ୍ୟା ସେମାନେ ବୁଝିପାରୁନାହାନ୍ତି। ପାଓ୍ବାର କଟ୍‌ ହେଉ ନ ଥିବା କହି ବିଭାଗୀୟ ମନ୍ତ୍ରୀ ଦୋଷ ଖସାଉଛନ୍ତି। ରାଜ୍ୟ ସରକାରଙ୍କର ଲୋକଙ୍କ ପ୍ରତି ଯଦି ସାମାନ୍ୟ ଦରଦ ଥାଏ ଦୋଷ ସ୍ବୀକାର କରି ପାଓ୍ବାର କଟ୍‌ ବନ୍ଦ କରିଲେ ଆମ ଭଳି ଲୋକେ ଉପକୃତ ହୋଇପାରନ୍ତୁ।
– ଚିନ୍ତାମଣି ମହାରଣା, ଖଣ୍ଡଗିରିବାରି

ଏଭଳି ଅସହ୍ୟ ଖରା ଗରମରେ ପାୱାର କଟ୍‌ କଟା ଘା’ରେ ଚୂନ ବୋଳିଲା ଭଳି ଲାଗୁଛି। ଦିନରେ ବହୁତ ଥର କରେଣ୍ଟ ଚାଲିଯିବା ହେତୁ ମୋର ବର୍ଷକର ଛୁଆ ଜମା ଶୋଇପାରୁନି, ସେ ଖାଲି କାନ୍ଦୁଛି। ଅନେକ ସମୟରେ ଘୋଷଣା ନ କରି ଘଣ୍ଟା ଘଣ୍ଟା ଧରି କରେଣ୍ଟ କାଟିଦେଉଛନ୍ତି। ଫଳରେ ଆମେ ଜାଣିପାରୁନୁ। ପାଣି ଟାଙ୍କି ଭରିପାରୁନୁ। କେତେବେଳେ ପାଣି ସରିଯାଉଛି, ଆଉ ବିନା ପାଣିରେ ସବୁ କାମ ବନ୍ଦ ରହୁଛି, କିଛି କାମ ଠିକ୍‌ ସମୟରେ ହୋଇପାରୁନି।
-ଶ୍ରଦ୍ଧାଞ୍ଜଳି ପଣ୍ଡା, ଗୃହିଣୀ, ଆଚାର୍ଯ୍ୟବିହାର

ପାଠପଢ଼ା ପାଇଁ ଭୁବନେଶ୍ୱରରେ ଘର ଭଡ଼ା ନେଇ ରହୁଛୁ। ଇନଭର୍ଟର ଲଗାଇବା ସମ୍ଭବ ନୁହେଁ। ଖରା ଓ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ପଙ୍ଖା ହିଁ ଏକମାତ୍ର ଭରସା। ହେଲେ ଦିନକୁ ଏତେଥର କରେଣ୍ଟ କଟୁଛି ଯେ ନ କହିବା ଭଲ। ରାତିରେ ଅନେକ ସମୟରେ ଲାଇନ୍‌ କଟିବା ଫଳରେ ଆଦାୈ ଶୋଇ ହେଉନାହିଁ। ଏଥିରେ ପାଠପଢ଼ାରେ କିପରି ମନ ଲାଗିବ। ସହରରେ ଯଦି ଏପରି ଅବସ୍ଥା ଗାଁଗଣ୍ଡାରେ କ’ଣ ପରିସ୍ଥିତି ଥିବ ଭାବି ଚିନ୍ତା ଲାଗୁଛି।
– ଶାନ୍ତନୁ ବେହେରା, ଛାତ୍ର, ନୟାପଲ୍ଲୀ

ବିଜୁଳି ଉତ୍ପାଦନରେ ଓଡ଼ିଶା ଏକ ବଳକା ରାଜ୍ୟ ହୋଇଥିବା ସତ୍ତ୍ୱେ ସରକାର ପ୍ରତ୍ୟେକ ଘରକୁ ବିଦ୍ୟୁତ୍‌ ସଂଯୋଗ କରିବାରେ ବିଫଳ ହୋଇଛନ୍ତି। ଏତେ ଖରା ଗୁଳୁଗୁଳିରେ ବାରମ୍ବାର ପାଓ୍ବାର କଟ୍‌ ହେଉଛି। ସରକାର ପାୱାର କଟ୍‌କୁ ଅନ୍ୟ ଏକ ରୂପ ଦେବାକୁ ପ୍ରୟାସ କରି କହୁଛନ୍ତି ଯେ ପାୱାର ଟ୍ରିପ୍‌ ହେଉଛି। ଏଭଳି କହି ସରକାର ରାଜ୍ୟ ଜନତାଙ୍କୁ ଭୁଆଁ ବୁଲାଉଛନ୍ତି। ଏକ ଘରୋଇ କମ୍ପାନୀ ଅର୍ଥାତ ଟାଟା ପାୱାର ରାଜ୍ୟ ଡିସ୍‌କମ୍‌କୁ ଅଧିକୃତ କରିବା ପରେ ରାଜ୍ୟରେ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ଅଧିକ ଶୋଚନୀୟ ହୋଇପଡ଼ିଛି।
– ଅପର୍ଣ୍ଣେଶ ମନ୍ତ୍ରୀ, ପଲିଟିକାଲ ଆନାଲିଷ୍ଟ, ଜାଗମରା

ଏଇ କିଛିଦିନ ହେଲା ଯେମିତି ଖରା ହେଉଛି, ୫ ମିନିଟ୍‌ କରେଣ୍ଟ ଚାଲିଗଲେ ଜୀବନ ଚାଲିଗଲା ଭଳି ଲାଗୁଛି। ଧନୀ ଲୋକମାନଙ୍କ ପାଖରେ ଇନଭର୍ଟର ଅଛି ବୋଲି ଚଳିଯିବେ। ମାତ୍ର ଆମେ ମଧ୍ୟବିତ୍ତ ଶ୍ରେଣୀର ଲୋକ କରେଣ୍ଟ ଆସିବା ଯାଏଁ ଅପେକ୍ଷା କରିଥାଉ। ମାସକୁ ମାସ ଆମେ ଖର୍ଚ୍ଚ କରିଥିବା ବିଦ୍ୟୁତ୍‌ ଶକ୍ତି ହିସାବରେ ବିଲ୍‌ ଦେଇଥାଉ। ଏଥିରେ ସାମାନ୍ୟ ଖିଲାପ ହେଲେ ଫାଇନ୍‌ ମଧ୍ୟ ଦେଇଥାଉ। ମାତ୍ର ଆମେମାନେ ଏହି ଖରା ଗୁଳୁଗୁଳିରେ ଯେଉଁ ସମସ୍ୟା ଦେଇ ଗତି କରୁଛୁ ତାହାର ଫାଇନ୍‌ କିଏ ଦେବ?
– ସୋନାଲି ବେବର୍ତ୍ତା, ଗୃହିଣୀ, ଚନ୍ଦ୍ରଶେଖରପୁର।


Enter your email to get our daily news in your inbox.

All Right Reserved By Dharitri.Com

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri