ପାକିସ୍ତାନ ଅନ୍ଧାର, ଭାରତକୁ ଦୋଷ ଦେଲେ ମନ୍ତ୍ରୀ

ଇସଲାମାବାଦ,୧୦।୧: ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିର୍ବାଚନରେ ଏକ ‘ନୂତନ ପାକିସ୍ତାନ’ ଗଢିବାକୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ। କିନ୍ତୁ ଏବେ ଦେଶ ଆର୍ଥିକ ଦେବାଳିଆ ହେବା ସହ ଶନିବାର ବିଳମ୍ବିତ ରାତିରେ ହଠାତ୍‌ ସମଗ୍ର ଦେଶ ଅନ୍ଧାରରେ ବୁଡି ଯାଇଥିବା ଦେଖିବାକୁ ମିଳିଛି। ଏହି କାରଣରୁ ପାକିସ୍ତାନର ସମସ୍ତ ପ୍ରମୁଖ ସହର ଏବଂ ପ୍ରଦେଶ, କରାଚି, ଲାହୋର, ପେଶୱାର, ଇସଲାମାବାଦ, ମୁଲତାନ ଏବଂ ରାୱଲପିଣ୍ଡି ସମ୍ପୂର୍ଣ୍ଣ ଅନ୍ଧକାରରେ ବୁଡି ଯାଇଥିଲା। ସବୁଥର ପରି ପାକିସ୍ତାନ ମଧ୍ୟ ଏଥିପାଇଁ ଭାରତକୁ ଦାୟୀ କରିଛି। ଇମ୍ରାନ ସରକାରଙ୍କ ମନ୍ତ୍ରୀ ଶେଖ ରସିଦ ଏହା ଭାରତର ଷଡଯନ୍ତ୍ର ବୋଲି କହିଥିଲେ। ଶେଖ ରସିଦ କହିଛନ୍ତି ଯେ, ଭାରତ ପାକିସ୍ତାନର ବିଦ୍ୟୁତ କାଟି ଦେଇଛି ଯାହା ଦ୍ୱାରା ସେଠାରେ ଘଟୁଥିବା କୃଷକ ଆନ୍ଦୋଳନରୁ ବିଶ୍ୱର ଦୃଷ୍ଟି ଆକର୍ଷଣ କରାଯାଇପାରିବ। ସୂଚନାଯୋଗ୍ୟ, ଜାତୀୟ ବିଦ୍ୟୁତ ବିତରଣ ବ୍ୟବସ୍ଥାରେ ଟ୍ରିପିଙ୍ଗ ହେତୁ ଏହି ବ୍ଲାକଆଉଟ ଘଟିଛି। ପାକିସ୍ତାନର ଶକ୍ତି ମନ୍ତ୍ରୀ କହିଛନ୍ତି ଯେ ଏହାର ଅନୁସନ୍ଧାନ କରାଯାଉଛି ଏବଂ ବର୍ତ୍ତମାନ ତରବେଲା ପାୱାର ଷ୍ଟେସନ ମାଧ୍ୟମରେ ବିଦ୍ୟୁତ ଯୋଗାଣ ପାଇଁ ଉଦ୍ୟମ କରାଯାଉଛି। ତେଣୁ ଲୋକଙ୍କୁ ଧୈର୍ଯ୍ୟ ବଜାୟ ରଖିବା ପାଇଁ ପାକିସ୍ତାନ ଶକ୍ତି ମନ୍ତ୍ରୀ ନିବେଦନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କିସ୍‌ ହଷ୍ଟେଲ୍‌ରୁ ମିଳିଲା ଜଣେ ଛାତ୍ରଙ୍କ ମୃତଦେହ: ବଢୁଛି ସନ୍ଦେହ

ଭୁବନେଶ୍ୱର,୨୧।୨(ତ୍ରିନାଥ ମହାନ୍ତି):ଇନ୍‌ଫୋସିଟି ଥାନା ଅନ୍ତର୍ଗତ କିସ୍‌(କଳିଙ୍ଗ ଇନ୍‌ଷ୍ଟଚ୍ୟୁଟ୍‌ ଅଫ୍‌ ସୋସିିଆଲ ସାଇନ୍ସ)ରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଛାତ୍ର ହେଲେ ଚନ୍ଦନ ସବର। ତାଙ୍କ…

ବାଇକକୁ ପିଟିଲା ଟ୍ରକ, ଚାପି ହୋଇ ବାଇକ ଆରୋହୀଙ୍କ ଜୀବନ ଗଲା

ବାଲେଶ୍ୱର, ୨୧।୨( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ଦଣ୍ଡିକା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି…

ଧସିଲା ଜଳସେଚନ ବିଭାଗର ସର୍ବପୁରାତନ କେନାଲ ବ୍ରିଜ୍‌, ଯାତାୟାତ ଠପ୍‌

ଜୟପୁର,୨୧।୨(ପବନ ପାଣିଗ୍ରାହୀ): ଜଳସେଚନ ବିଭାଗର ଏହି ସର୍ବପୁରାତନ କେନାଲ ବ୍ରିଜ ଧସିଯାଇଛି । ଫଳରେ ଜୟପୁର ସହରରୁ ବାରିଣୀପୁଟ ପଞ୍ଚାୟତର ଅନେକ ଗାଁକୁ ଯାତାୟତ ଠପ୍ ହୋଇଯାଇଛି…

ନାଣ୍ଡୁ ଆଣିଥିଲେ ବନ୍ଧୁକ, ଚଳାଇଲେ ଉତ୍କଳ କେଶରୀ

କଟକ,୨୧।୨(କାର୍ତ୍ତିକ ସାହୁ):କଟକ ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡ଼ା ଗୁଳିକାଣ୍ଡ ମାମଲାରେ କମିଶନରେଟ ପୋଲିସ ୫ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ହୁକୁ…

ପତ୍ନୀଙ୍କୁ ଚାପୁଡ଼ା ମାରିବା ନିଷ୍ଠୁରତା ନୁହେଁ…. କାହିଁକି ଏଭଳି କହିଲେ ହାଇକୋର୍ଟ ଜାଣନ୍ତୁ

ଚଣ୍ଡିଗଡ଼,୨୧।୨: ଗୁଜରାଟ ହାଇକୋର୍ଟଙ୍କ ଏକ ନିଷ୍ପତ୍ତି ବର୍ତ୍ତମାନ ଦେଶବ୍ୟାପୀ ଆଲୋଚନାର ବିଷୟ ପାଲଟିଛି । କେତେକ ଏହାକୁ ଧାର୍ମିକ ବୋଲି କହୁଥିବା ବେଳେ ଅନ୍ୟମାନେ ଏହାକୁ ସମ୍ପୂର୍ଣ୍ଣ…

ଟି୨୦ ବିଶ୍ୱକପ ମଝିରେ ସ୍ତ୍ରୀଙ୍କଠାରୁ ଅଲଗା ହେଲେ ଏହି କ୍ରିକେଟର୍‌: ଛାଡ଼ପତ୍ର ପରେ…

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ମଧ୍ୟରେ ଭାରତୀୟ ଦଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଟିମ ଇଣ୍ଡିଆର ଷ୍ଟାର ସ୍ପିନର ରାହୁଲ ଚହରଙ୍କ ଛାଡ଼ପତ୍ର ହୋଇଛି।…

ଫେବୃଆରୀ ୨୩ ତାରିଖରେ କୁମ୍ଭ ରାଶିରେ ଅଙ୍ଗାରକ ଯୋଗ, ୩ ରାଶିକୁ ସତର୍କ….

ଯେତେବେଳେ ମଙ୍ଗଳ ଏବଂ ରାହୁଙ୍କ ସଂଯୋଗ ହୁଏ, ଅଙ୍ଗାରକ ଯୋଗ ସୃଷ୍ଟି ହୁଏ। ୨୩ ଫେବୃଆରୀରେ ମଙ୍ଗଳ ମକର ରାଶି ଛାଡି କୁମ୍ଭ ରାଶିରେ ପ୍ରବେଶ କରିବେ…

ତୁମମାନଙ୍କ ଯୋଗୁ ମୋ ବାପା ହଇରାଣ ହେଲେ….ଶଙ୍ଖ ଭବନରୁ ଆସିଲା ପୁଣି ଏକ ରୋଚକ ଘଟଣା

ଭୁବନେଶ୍ୱର, ୨୧।୨(ସୁନିତ୍‌ ମିଶ୍ର):ବିଜେଡି ଭିତରେ ଅସନ୍ତୋଷ ଥମିବାର ନାଁ ଧରୁନାହିଁ। ପ୍ରତିଦିନ ନେତାମାନେ ପରସ୍ପର ବିରୋଧରେ ବିଷ ଓକାଳିବାରେ ଲାଗିଛନ୍ତି। ଏବେ ସେହି ଧାରା ତୀବ୍ର ହେବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri