ବିକାଶରେ ବାଧକ ସାଜିଛି ଗୁଡ଼ାଙ୍ଗଘାଟି: ପ୍ରାଥମିକ ଶିକ୍ଷାରୁ ପିଲାଙ୍କ ପାଠପଢା ଠପ୍‌

ଭବାନୀପାଟଣା,୨୪ା୧୦(ଉତ୍ତମ କୁମାର ଦାଶ):ସରକାର ବଦଳିଛି, ମାତ୍ର କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳର ବାସ୍ତବ ଚିତ୍ରରେ କୌଣସି ପରିବର୍ତ୍ତନ ଆସିଲା ନାହିଁ। ରାସ୍ତା ନ ଥିବାରୁ ବିକାଶ ଅପହଞ୍ଚ ହୋଇରହିଛି। ପୂର୍ବରୁ ଯେଉଁ ସମସ୍ୟା ଥିଲା ଆଜି ମଧ୍ୟ ସମାନ ଅବସ୍ଥା। ଲୋକଙ୍କ ଜୀବନଧାରଣ ମାନରେ ପରିବର୍ତ୍ତନ ଆସି ପାରୁନାହିଁ।
କଳାହାଣ୍ଡି ଜିଲା ସଦର ବ୍ଲକ ଭବାନୀପାଟଣା ସଦର ମହକୁମାଠାରୁ ମାତ୍ର ୧୮ କିଲୋମିଟର ଦୂରରେ ରହିଛି ଚାଞ୍ଚେର ପଞ୍ଚାୟତ। ଏହି ପଞ୍ଚାୟତର ଗୁଡାଙ୍ଗଘାଟି ଶିଖରରେ ରହିଥିବା ୨ ଗାଁ ପିରୁଙ୍ଗଗୁଡା ଓ ପରଡଙ୍ଗଗୁଡାକୁ ନିତିଦିନିଆ ରାସ୍ତା ନାହିଁ। କହିବାକୁ ଗଲେ ଗୁଡ଼ାଙ୍ଗ ଘାଟି ଏହି ଦୁଇ ଗାଁର ବିକାଶରେ ବାଧକ ସାଜିଛି। କେରାଣ୍ଡିହାପର ଛକଠାରୁ ଗୁଡାଙ୍ଗ ପରେ ୮ କିଲୋମିଟର ବିପଦପୂର୍ଣ୍ଣ ପାହାଡ଼ିଆ ରାସ୍ତାରେ ଗଲେ ଗାଁରେ ପହଞ୍ଚତ୍ହେବ। ମାତ୍ର ବର୍ଷା ହେଲେ ଆଉ ଫେରିବା ପାଇଁ ରାସ୍ତା ମିଳିବ ନାହିଁ। ବର୍ଷ ବର୍ଷ ଧରି ଦୁଇ ଗ୍ରାମବାସୀ ପ୍ରଶାସନ ଓ ସ୍ଥାନୀୟ ନେତାଙ୍କଠାରେ ରାସ୍ତାଟିଏ ପାଇଁ ଗୁହାରି ହୋଇ ଥକିଗଲେଣି। ହେଲେ ପ୍ରଶାସନର ଅଣଦେଖା ଲୋକଙ୍କ ମନୋବଳ ଭାଙ୍ଗିଦେଉଛି ବୋଲି ପିରୁଙ୍ଗଗୁଡା ଗ୍ରାମର ବାସନ୍ତୀ ମାଝୀ, ପଦ୍ମା ମାଝୀ, ପରଡଙ୍ଗଗୁଡାର ଗ୍ରାମର ଜୁଲି ମାଝୀ ଓ ଅନ୍ୟମାନେ ଅଭିଯୋଗ କରୁଛନ୍ତି। ପରଡଙ୍ଗଗୁଡା ଗାଁକୁ ବିଦ୍ୟୁତ୍‌ ସଂଯୋଗ ହୋଇଥିବାବେଳେ ନେଟ୍‌ୱର୍କ ମଧ୍ୟ ଆସୁଛି। ହେଲେ ପିଇବା ପାଣି ମିଳୁ ନାହିଁ। ଗ୍ରାମବାସୀଙ୍କୁ ମିଳିଥିବା ବସୁଧା ଅଧାପନ୍ତରିଆ ରହିଛି। ସେହିପରି ଦୁଇ ଗାଁର ପ୍ରାୟ ପ୍ରଧାନମନ୍ତ୍ରୀ ଜନମନ ଯୋଜନା ହିତାଧିକାରୀଙ୍କ ଆବାସ ରାସ୍ତା ସମସ୍ୟା ପାଇଁ ଅଧାପନ୍ତରିଆ ହୋଇ ପଡିରହିଛି। ସାସ୍ଥ୍ୟସେବା କଥା ନ କହିବା ଭଲ। ଗୁରୁତର ରୋଗୀ ଭାରରେ ବୁହାହୋଇ ଘାଟି ପାର ହେଉଛନ୍ତି। ପିଲାଙ୍କ ପ୍ରାଥମିକ ଶିକ୍ଷା ପରେ ରାସ୍ତା ଯୋଗୁ ପାଠପଢା ଠପ ହୋଇଯାଉଛି। ଦୁଇ ଗାଁରେ ପ୍ରାୟ ୪୦ରୁ ଅଧିକ ପିଲା ଉଚ୍ଚଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ରାସ୍ତା ହିଁ ଦୁଇ ଗାଁ ବିକାଶରେ ବାଧକ ହୋଇଛି ବୋଲି ଛାତ୍ର ପ୍ରମୋଦ ମାଝୀଙ୍କ ସମେତ ପରଡଙ୍ଗଗୁଡାର ମାଣ୍ଡେ ମାଝୀ ଅଭିଯୋଗ କରୁଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ପିରୁଙ୍ଗଗୁଡା ଓ ପରଡଙ୍ଗଗୁଡା ଗ୍ରାମକୁ ଯାତାୟାତ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରଧାନମନ୍ତ୍ରୀ ସଡ଼କଟିଏ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଆଖି ବୁଜିଛନ୍ତି ଗୁରୁ, ହେଲେ ଆଦର୍ଶକୁ ଭୁଲିନାହାନ୍ତି ଶିଷ୍ୟ: ପ୍ରତିମୂର୍ତ୍ତୀ ଗଢ଼ି ଗୁରୁଦିବସ ପାଳିଲା…

ପୁରୁଷୋତ୍ତମପୁର,୫।୯ (ସବିତା ମିଶ୍ର): ଗୁରୁଙ୍କ ଶରୀର ନ ଥାଇପାରେ, କିନ୍ତୁ ତାଙ୍କ ଆଦର୍ଶ ଆଜି ବି ଜୀବନ୍ତ। ଏହି ବାକ୍ୟକୁ ସତ୍ୟରେ ପରିଣତ କରିଛନ୍ତି ଗଞ୍ଜାମ ଜିଲା…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri