ପ୍ରଦୂଷଣ ଆଇନ ପରିସରଭୁକ୍ତ ହେବ ଛୋଟ କୁକୁଡ଼ା ଫାର୍ମ

ଯାଜପୁର ଅଫିସ,୧୭ା୫
ରାଜ୍ୟରେ ପ୍ରମୁଖ ସହର ଓ ଶିଳ୍ପାଞ୍ଚଳଗୁଡ଼ିକରେ ବାୟୁ ଓ ଜଳ ପ୍ରଦୂଷଣ ଅଣାୟତ୍ତ ହେଉଛି। ଫଳରେ ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟରେ ଓଡ଼ିଶାବାସୀ ହନ୍ତସନ୍ତ ହେଉଛନ୍ତି। ଏହାର ମୁକାବିଲା ଓ ପରିଚାଳନା କରିବାକୁ ସରକାରଙ୍କ ପକ୍ଷରୁ ଗ୍ରୀନ୍‌ ହାଉସ ନିରାକରଣ, କାର୍ବନ ଫୁଟ୍‌ପ୍ରିଣ୍ଟ ଭଳି ଅନେକ ପଦକ୍ଷେପ ଗ୍ରହଣ କରାଯାଉଛିି। ଏହି କ୍ରମରେ ୧୦ା୧୨ା୨୦୨୧ରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଏକ ମାମଲା (ଓଏ ନମ୍ବର ୩୨୦/୨୦୨୧)ର ବିଚାର କରି ଯେଉଁ ରାୟ ଦେଇଛନ୍ତି ସେଥିରୁ ଗୋଟିଏ ସ୍ଥାନରେ ୫ ହଜାର କୁୁକୁଡ଼ା ପାଳନ ହେଉଥିବା ଏକକ ଫାର୍ମଗୁଡ଼ିକ ମଧ୍ୟ ପ୍ରଦୂଷଣ ନିୟନ୍ତ୍ରଣ ଆଇନ ପରିସରଭୁକ୍ତ ହେବ ବୋଲି ଜଣାପଡ଼ିଛି। ଫଳରେ ଏହି ଛୋଟ କୁକୁଡ଼ା ଫାର୍ମଗୁଡ଼ିକର ପ୍ରତିଷ୍ଠା ଓ ପରିଚାଳନା ପାଇଁ ଜଳ ଆଇନ ୧୯୭୪ ଏବଂ ବାୟୁ ଆଇନ ୧୯୮୧ ଅନୁଯାୟୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ଠାରୁ ଅନୁମତି ଦରକାର। ଏହି ବ୍ୟବସ୍ଥା ୧ ଜାନୁୟାରୀ ୨୦୨୩ରୁ ଲାଗୁ ହେବ। ସେହି ତାରିଖ ପର୍ଯ୍ୟନ୍ତ ଏହି ନିୟମ ୨୫ ହଜାର କୁକୁଡ଼ା ପାଳନ ହେଉଥିବା ଏକକ ଫାର୍ମଗୁଡ଼ିକ ପାଇଁ ଲାଗୁ ହୋଇଥିବା ଏସ୍‌ପିସିବିର ଅଫିସ୍‌ ଅର୍ଡର (୩୩୯୫/୪ା୩ା୨୦୨୨)ରୁ ଜଣାପଡ଼ିଛି। ହେଲେ ଏହି ନିର୍ଦ୍ଦେଶର ୨ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଗୋଟିଏ ବି କୁକୁଡା ଫାର୍ମ ଉପରେ ତାହାକୁ ଲାଗୁ କରାଯାଇ ନ ଥିବା ସୂଚନା ମିଳିଛି।
ମତ୍ସ୍ୟ, ପ୍ରାଣୀ ପାଳନ ଓ ଦୁଗ୍ଧ ଉପତ୍ାଦନ ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟ ଅନୁସାରେ ୨୦ତମ ପ୍ରାଣୀ ସମ୍ପଦ ଗଣନାରେ ଦେଶରେ ୮୫୧.୮୦୯ ମିଲିୟନ କୁକୁଡ଼ା ରହିଛନ୍ତି। ସେଥିମଧ୍ୟରୁ ଓଡ଼ିଶାରେ ୨୭.୪୩୯ ମିଲିୟନ କୁକୁଡା ରହିଛନ୍ତି। ୨୦୧୫ରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଥିବା କୁକୁଡ଼ା ଫାର୍ମର ପ୍ରତିଷ୍ଠା ଓ ପରିଚାଳନା ନିମନ୍ତେ ସିପିସିବି ପକ୍ଷରୁ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ ହୋଇଥିଲା। ଏହି ଫାର୍ମ ପ୍ରଦୂଷଣ କ୍ଷେତ୍ରରେ ସବୁଜ ବର୍ଗର ବୋଲି ଚିହ୍ନଟ ହୋଇଥିଲା। କୁକୁଡ଼ା ଫାର୍ମକୁ ୩ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ଏଥିରେ ୫ ହଜାରରୁ ୨୫ ହଜାର ପର୍ଯ୍ୟନ୍ତ କୁକୁଡା ରହୁଥିବା ଫାର୍ମକୁ ଛୋଟ, ୨୫ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ମଧ୍ୟମ ଏବଂ ୧ ଲକ୍ଷରୁ ଊର୍ଦ୍ଧ୍ୱ କୁକୁଡା ଫାର୍ମକୁ ବଡ଼ ପର୍ଯ୍ୟାୟଭୁକ୍ତ କରାଯାଇଛି। ତେବେ କୁକୁଡା ଫାର୍ମରୁ ନିର୍ଗତ ରାସାୟନିକ ଦ୍ରବ୍ୟ ଏମୋନିଆ ଏବଂ ହାଇଡ୍ରୋଜେନ ବାୟୁ ପରିବେଶକୁ ଦୁର୍ଗନ୍ଧମୟ କରିଥାଏ। ଏହାବାଦ୍‌ କୁକୁଡ଼ାଙ୍କ ଖାଦ୍ୟ ଉପାଦାନ ଗ୍ରାଇଡିଂ ଏବଂ ମଳ ସଂଗ୍ରହ ସମୟରେ ବାୟୁ ପ୍ରଦୂଷଣ ସୃଷ୍ଟି ହୋଇଥାଏ। ଫାର୍ମରେ କୁକୁଡ଼ା ମୃତ୍ୟୁ ସାଧାରଣ କଥା। ଏଥିଯୋଗୁ ଆଖପାଖ ଅଞ୍ଚଳ ଅତି ପ୍ରଦୂଷଣ ସହ ଲୋକଙ୍କୁ ବିଭିନ୍ନ ରୋଗ ହେବା ଆଶଙ୍କା ରହିଥାଏ। ଏହିସବୁ କାରଣରୁ କୁକୁଡା ଫାର୍ମ କରିବା ପୂର୍ବରୁ ଏବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସପିସିବି)ର ଅନୁମତି ନିହାତି ଆବଶ୍ୟକ ବୋଲି ଏନଜିଟି ପକ୍ଷରୁ ରାୟ ପ୍ରକାଶ ପାଇଛି। ଗ୍ରାମାଞ୍ଚଳରେ କୁକୁଡା ଫାର୍ମଗୁଡ଼ିକୁ ଆଖପାଖ ଲୋକେ ବିରୋଧ କରି ଆସୁଛନ୍ତି। ତେଣୁ ଜନବସତି ନିକଟ ଅଞ୍ଚଳରେ କୁକୁଡା ଫାର୍ମକୁ ଅନୁମତି ନ ଦେବାକୁ ସାଧାରଣରେ ଦାବି ହେଉଛି। ଏନ୍‌ଜିଟି ରାୟ ଏବଂ ସିପିସିବିର ନୂତନ ଗାଇଡଲାଇନକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରାଗଲେ କୁକୁଡା ଫାର୍ମ ପ୍ରଦୂଷଣରୁ ଲୋକେ ମୁକ୍ତି ପାଇପାରିବେ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?