Posted inଫୁରସତ

ପୋଟ୍‌ଲି ବ୍ୟାଗ୍‌ ଫ୍ୟାଶନ, ଟ୍ରାଏ କରି ପାଇପାରିବେ ପାର୍ଟି ଲୁକ୍‌…

ପାର୍ଟି ଫଙ୍କଶନ୍‌ରେ ଟ୍ରାଡିସନାଲ୍‌ ହେଉ ଅବା ଏଥେନିକ୍‌ ଆଉଟ୍‌ଫିଟ୍‌ ସାଙ୍ଗରେ ମ୍ୟାଚିଂ କରି ହାତରେ ହ୍ୟାଣ୍ଡବ୍ୟାଗ୍‌ କିମ୍ବା କ୍ଲଚ୍‌ ଧରିଲେ ଲୁକ୍‌ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ଏବେ ତ ପୋଟ୍‌ଲି ବ୍ୟାଗ୍‌ର ଟ୍ରେଣ୍ଡ ଖୁବ୍‌ ଚାଲିଥିବାର ଦେଖିବାକୁ ମିଳୁଛି। ଏହାର ମଧ୍ୟ ଅନେକ ଭେରାଇଟି ରହିଛି; ଯାହାକୁ ଟ୍ରାଏ କରି ନାରୀମାନେ ଅତି ସହଜରେ ଆକର୍ଷଣୀୟ ପାର୍ଟି ଲୁକ୍‌ ପାଇପାରିବେ…

* ପିଙ୍କ୍‌ ପୋଟ୍‌ଲି ବ୍ୟାଗ୍‌: ବାହାଘର, ପାର୍ଟି ଆଦିରେ ଯଦି ଆପଣଙ୍କର ପିଙ୍କ୍‌ କଲର୍‌ର ଶାଢି କିମ୍ବା କୌଣସି ହେଭି ଡିଜାଇନ୍‌ର ଆଉଟ୍‌ଫିଟ୍‌ ପିନ୍ଧିବାର ପ୍ଲାନିଂ ଅଛି, ତା’ହେଲେ ତା’ସହିତ ମ୍ୟାଚିଂ କରି ପିଙ୍କ୍‌ କଲର୍‌ର ଯେ କୌଣସି ଟ୍ରାଡିସ୍‌ନାଲ୍‌ ପୋଟ୍‌ଲି ବ୍ୟାଗ୍‌ ଟ୍ରାଏ କରିପାରିବେ। ଏହା ଆପଣଙ୍କୁ ଗର୍ଜିୟସ୍‌ ଲୁକ୍‌ ଦେବ।

* ବ୍ରାଇଡାଲ୍‌ ପୋଟ୍‌ଲି ବ୍ୟାଗ୍‌: ବାହାଘର ଦିନ ଲୁକ୍‌କୁ ଆହୁରି ଆକର୍ଷଣୀୟ କରିବା ପାଇଁ ଲେହେଙ୍ଗାକୁ ମ୍ୟାଚିଂ କରି ଯେ କୌଣସି ଡିଜାଇନ୍‌ର ବ୍ରାଇଡାଲ୍‌ ପୋଟ୍‌ଲି ବ୍ୟାଗ୍‌ ଆରାମରେ କ୍ୟାରି କରାଯାଇପାରେ।

* ଗ୍ରୀନ୍‌ କଲର୍‌ ପୋଟ୍‌ଲି ବ୍ୟାଗ୍‌: ମେହେନ୍ଦି ଫଙ୍କଶନ୍‌ରେ ଗ୍ରୀନ୍‌ କଲର୍‌ର ପୋଟ୍‌ଲି ବ୍ୟାଗ୍‌ ଟ୍ରାଏ କଲେ ଲୁକ୍‌କୁ ପରଫେକ୍ଟ ମ୍ୟାଚ୍‌ କରିଥାଏ। ଖାସ୍‌ କରି ଗ୍ରୀନ୍‌ କଲର୍‌ର ଶାଢି ସାଙ୍ଗରେ ଏହି କଲର୍‌ର ପୋଟ୍‌ଲି ବ୍ୟାଗ୍‌ ଅଧିକ ସୁନ୍ଦର ଦେଖାଯାଇଥାଏ।

* ଲାଇଟ୍‌ କଲର୍‌ର ପୋଟ୍‌ଲି ବ୍ୟାଗ୍‌: ଅଧିକାଂଶ ସମୟରେ ଦେଖାଯାଏ, ପ୍ରି-ଓ୍ବେଡିଙ୍ଗ୍‌ ଫଙ୍କଶନ୍‌ ପ୍ରାୟତଃ ଦିନବେଳା ହୋଇଥାଏ। ଦିନବେଳା ହେଉଥିବା ଏହି ଫଙ୍କସନ୍‌ରେ ଆପଣ ଚାହିଁଲେ ଲାଇଟ୍‌ କଲର୍‌ର ଯେ କୌଣସି ପୋଟ୍‌ଲି ବ୍ୟାଗ୍‌କୁ ଟ୍ରାଏ କରିପାରିବେ। କାରଣ ଏହା ସବୁ ପ୍ରକାରର ଆଉଟ୍‌ଫିଟ୍‌ ସହ ଭଲ ମ୍ୟାଚ୍‌ କରିଥାଏ।

* ମ୍ୟାଚିଂ ପୋଟ୍‌ଲି ବ୍ୟାଗ୍‌: କେବଳ ଶାଢି, ଲେହେଙ୍ଗା କାହିଁକି ପାର୍ଟି ଫଙ୍କଶନ୍‌ରେ ଯୁବତୀମାନେ ଚାହିଁଲେ ଅନାରକଲି ଡ୍ରେସ୍‌ ହେଉ ଅବା ସାଲଓ୍ବାର୍‌ ସୁଟ୍‌ ସହ ମଧ୍ୟ ମ୍ୟାଚିଂ ପୋଟ୍‌ଲି ବ୍ୟାଗ୍‌ କ୍ୟାରି କରିପାରିବେ।

* ଫର୍‌ ଡିଜାଇନ୍‌ ପୋଟ୍‌ଲି ବ୍ୟାଗ୍‌: ଆଜିକାଲି ଫର୍‌ ଡିଜାଇନ୍‌ ପୋଟ୍‌ଲି ବ୍ୟାଗ୍‌ ବି ମିଳିଲାଣି। ଖାସ୍‌କରି ଧଳା ରଙ୍ଗର ଫର୍‌ ଡିଜାଇନ୍‌ ହୋଇଥିବା ପୋଟ୍‌ଲି ବ୍ୟାଗ୍‌କୁ ଆପଣ ନେଟ୍‌ ଡିଜାଇନ୍‌ ଶାଢି ସହ କ୍ୟାରି କଲେ ଲୁକ୍‌ ବେଶ୍‌ ଆଟ୍ରାକ୍ଟିଭ୍‌ ଲାଗିଥାଏ।

* ଇଣ୍ଡୋ-ଓ୍ବେଷ୍ଟର୍ନ ଡ୍ରେସ୍‌ ସହ ପୋଟ୍‌ଲି ବ୍ୟାଗ୍‌: କେବଳ ଟ୍ରାଡିସ୍‌ନାଲ୍‌ କି ଏଥେନିକ୍‌ ଆଉଟ୍‌ଫିଟ୍‌ କାହିଁକି ଆପଣ ଚାହିଁଲେ ଇଣ୍ଡୋ-ଓ୍ବେଷ୍ଟର୍ନ ଡ୍ରେସ୍‌ ସହ ମଧ୍ୟ ପୋଟ୍‌ଲି ବ୍ୟାଗ୍‌କୁ କ୍ୟାରି କରିପାରିବେ। ଖାସ୍‌ କରି ଏହି ଆଉଟ୍‌ଫିଟ୍‌ ସହିତ ମ୍ୟାଚିଂ କରି ଗୋଲ୍ଡେନ୍‌ ହେଉ କିମ୍ବା ସିଲ୍‌ଭର୍‌ କଲର୍‌ର ପୋଟ୍‌ଲି ବ୍ୟାଗ୍‌ ଟ୍ରାଏ କଲେ ଲୁକ୍‌ ବେଶ୍‌ ଷ୍ଟାଇଲିଶ୍‌ ଲାଗିଥାଏ।
ଜାଣିବା କଥା

– ଶାଢି ସାଙ୍ଗରେ ପୋଟ୍‌ଲି ବ୍ୟାଗ୍‌ ଟ୍ରାଏ କରିବା ସମୟରେ ଧ୍ୟାନ ଦେବେ, ଯେମିତି ଏହା ଶାଢି ସାଙ୍ଗକୁ ଠିକ୍‌ ଭାବରେ ହାଇଲାଇଟ୍‌ ହୋଇପାରୁଥିବ।

– ଷ୍ଟୋନ କିମ୍ବା ଜୁଏଲେରୀ ଖଚିତ ପୋଟ୍‌ଲି ବ୍ୟାଗ୍‌କୁ କେବେ ବି ହେଭି ଓ୍ବାର୍କ ବାଲା ଆଉଟ୍‌ଫିଟ୍‌ ସହ କ୍ୟାରି କରିବା ଠିକ୍‌ ନୁହେଁ। କାରଣ ଏହାଦ୍ୱାରା ପୋଟ୍‌ଲି ବ୍ୟାଗ୍‌ର ଆକର୍ଷଣ ଫିକା ପଡିଗଲା ଭଳି ଜଣାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri