ପୁଣି ୫୦ ଟପିଲା ଆଳୁ

କଟକ,(କାର୍ତ୍ତିକ ସାହୁ)/ ଭୁବନେଶ୍ୱର,(ଅନିଲ ଦାସ), ୭ା୮: ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଛି। ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଓଡ଼ିଶାକୁ ଆସିବା ବନ୍ଦ ହେବା ପରେ ସ୍ଥିତି ଆହୁରି ଗମ୍ଭୀର ହୋଇଯାଇଛି। ଭୁବନେଶ୍ୱର ଉପକଣ୍ଠ ଆଇଗିଣିଆର ଆଳୁ ଗଦି ଖାଁ ଖାଁ ପଡ଼ିଛି। ଏଠାକୁ ଦୈନିକ ୨୫ରୁ ୩୦ ଟ୍ରକ୍‌ ଆଳୁ ଆସିଥାଏ। ୩ ଦିନ ହେଲା ପଶ୍ଚିମବଙ୍ଗ କିମ୍ବା ଉତ୍ତରପ୍ରଦେଶରୁ କୌଣସି ଆଳୁ ଗାଡ଼ି ନ ଆସିବାରୁ ଆଳୁ ଗଦି ଖାଲି ପଡ଼ିଛି। ମଙ୍ଗଳବାର ଆଇଗିଣିଆ ଆଳୁ ଗୋଦାମକୁ ମାତ୍ର ୪ ଟ୍ରକ୍‌ ଆଳୁ ଆସିଛି। ୩ ଟ୍ରକ୍‌ ପଶ୍ଚିମବଙ୍ଗରୁ ଆସିଥିବାବେଳେ ଗୋଟିଏ ଟ୍ରକ୍‌ ୟୁପିରୁ ଆସିଛି।
ଅନ୍ୟ ରାଜ୍ୟରୁ ଆଳୁ ପରିବହନ ହ୍ରାସ ପାଇବା ଯୋଗୁ ପୁଣି ଦର ଆକାଶଛୁଆଁ ହୋଇଛି। ବଜାରରେ ଆଳୁ ନ ଥିବା ବେଳେ ଯେଉଁ କେତେକ ଦୋକାନରେ ରହିଛି ସେଠାରେ କେ.ଜି. ପିଛା ୫୦ ରୁ ୬୦ ଟଙ୍କାରେ ବ୍ୟବସାୟୀ ବିକ୍ରି କରୁଛନ୍ତି। କେଉଁଠି ଆଳୁ କେ.ଜି. ୪୦ ଟଙ୍କା ତ କେଉଁଠି ୫୦ରୁ ୬୦ ଟଙ୍କାକୁ ଛୁଇଁଲାଣି। କିଛି ଦିନ ମଧ୍ୟରେ ୟୁପିରୁ ୧୪୦ ଟ୍ରକ୍‌ ଆଳୁ ଆସିଥିଲେ ମଧ୍ୟ ତାହା ଗ୍ରାହକଙ୍କ ପସନ୍ଦକୁ ଆସୁନାହିଁ। ବ୍ୟବସାୟୀ କ୍ଷତି ସହିି ୟୁପି ଆଳୁ ଆଣିବାକୁ ଚାହୁଁ ନ ଥିବାବେଳେ ପଞ୍ଜାବ ଆଳୁ ହିଁ ଏକମାତ୍ର ଭରସା। ସେହିପରି କଟକରେ ଖୁଚୁରା ବଜାରରେ ଦର ମଙ୍ଗଳବାର ୫୦ ଟପିଛି। ଛତ୍ରବଜାର ହୋଲ୍‌ସେଲ୍‌ ବଜାରରେ ଦୈନିକ ଆବଶ୍ୟକତାଠାରୁ କମ୍‌ ପରିମାଣର ଆଳୁ ପହଞ୍ଚତ୍ଥିବାରୁ ଏହାର ସିଧାସଳଖ ପ୍ରଭାବ ଖୁଚୁରା ଦର ଉପରେ ପଡ଼ିଛି। ମଙ୍ଗଳବାର ଛତ୍ରବଜାର ସମେତ କଟକ ସହରର ବିଭିନ୍ନ ବଜାରରେ ଆଳୁର ପ୍ରକାରକୁ ନେଇ କେଜି ପିଛା ୫୦ ଟଙ୍କାରୁ ୬୦ ଟଙ୍କା ଯାଏ ବିକ୍ରି ହୋଇଥିବା ଜଣାଯାଇଛି। କଟକରେ ପ୍ରାୟ ୧୫ ଦିନ ତଳୁ ଆଳୁ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଦୈନିକ ପ୍ରାୟ ୧୪୦ ଟନ୍‌ ଆଳୁ ଛତ୍ରବଜାରକୁ ଆସୁଥିବାବେଳେ ଏବେ ଏହା ବହୁ ଭାବେ ହ୍ରାସ ପାଇଛି। ହୋଲ୍‌ସେଲର ନିକଟରେ ୪୦ କେ.ଜି., ୪୫ କେ.ଜି ଓ ୫୦ କେ.ଜି. ଆଳୁ ପ୍ୟାକେଟ ରହୁଥିବାବେଳେ ଦରରେ କୌଣସି ତାଳମେଳ ରହୁନାହିଁ। ଦର ବସ୍ତା ପ୍ରତି ୧୭୦୦ ଟଙ୍କାରୁ ନେଇ ୧୮୫୦ ଟଙ୍କା ଯାଏ ରହୁଛି। ସେଥିରେ ପୁଣି ବସ୍ତା ଖୋଲିଦେଲା ପରେ ଭଲ ଆଳୁ କେତେ ବାହାରିବ ତାହାର କୌଣସି ନିଶ୍ଚିତତା ନାହିଁ। ହୋଲ୍‌ସେଲ୍‌ ଦର ଉଚ୍ଚା ରହୁଥିବାରୁ ଖୁଚୁରା ବଜାରରେ ଆଳୁ କଁା ଭଁା ଦେଖିବାକୁ ମିଳୁଛି। ଉଚ୍ଚା ଦର ହେତୁ ଖାଉଟି ଆଳୁ କିଣିବାକୁ ଆଗ୍ରହ ଦେଖାଉ ନ ଥିବା ପରିଲକ୍ଷିତ ହୋଇଛି। ଖୁଚୁରା ବ୍ୟବସାୟୀ ମନୋଜ ବାରିକଙ୍କ କହିବାନୁସାରେ ଆଳୁ ବିକ୍ରି ବହୁ ଭାବେ କମି ଯାଇଛି। ହୋଲ୍‌ସେଲ୍‌ ଦର ଅଧିକ ହେତୁ ବେଶି ଆଳୁ କିଣୁ ନାହୁଁ। ବସ୍ତା ଭିତରୁ ଅନେକ ଖରାପ ଆଳୁ ବାହାରୁଛି। ଦି ପଇସା ଲାଭ ବାହାରିବା ବଦଳରେ କ୍ଷତି ହେବାର ଆଶଙ୍କା ରହିଛି। ଗୃହିଣୀ ପୁଷ୍ପଲତା ସାହୁ କହିଛନ୍ତି, ଏବେ ରୋଷେଇର ତରିକା ବଦଳାଇବାକୁ ବାଧ୍ୟ ହେଉଛୁ। ବିନା ଆଳୁରେ ତରକାରୀ କରିବାକୁ ଚେଷ୍ଟା କରୁଛୁ। ସରକାର ଏଭଳି ସଙ୍କଟଜନକ ସ୍ଥିତି ପ୍ରତି ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ। ମାଲଗୋଦାମ ଖୁଚୁରା ବ୍ୟବସାୟୀ ସଂଘ ସଭାପତି ବିନୋଦ ଚନ୍ଦ୍ର ସାହୁ କହିଛନ୍ତି, ଆଳୁ ଉତ୍ପାଦନରେ ଓଡ଼ିଶା ସରକାର ଯେପରି ସ୍ବାବଲମ୍ବୀ ହୋଇପାରିବେ ତାହାକୁ ପ୍ରାଥମିକତା ଦିଅନ୍ତୁ। ବର୍ତ୍ତମାନ କଠିନ ସମୟରେ ରାଜ୍ୟ ସରକାର ପଡ଼ୋଶୀ ରାଜ୍ୟରୁ ଆଳୁ ଆଣି ପର୍ଯ୍ୟାପ୍ତ ପରିମାଣରେ ଖାଉଟିଙ୍କୁ ଉପଲବ୍ଧ କରାନ୍ତୁ। ଏହାବାଦ ଆଳୁ ସୁଲଭ ମୂଲ୍ୟରେ ପ୍ରତି ପରିବାରକୁ ଯୋଗାଇ ଦିଅନ୍ତୁ। ପଶ୍ଚିମବଙ୍ଗରୁ ଆଳୁ ଆଣିବାର ବ୍ୟବସ୍ଥା କରନ୍ତୁ। ପରିବହନବେଳେ ରାସ୍ତାରେ ଅଧିକ ଦିନ ରହିଲେ ଶଢ଼ି ନଷ୍ଟ ହୋଇଯାଉଛି। ତେଣୁ ତ୍ୱରିତ ଆଳୁ ପରିବହନ ଦିଗରେ ସରକାର ଧ୍ୟାନ ଦିଅନ୍ତୁ। ବିଶେଷକରି ଆଳୁ ସଙ୍କଟ ଦୂର କରିବା ପାଇଁ ସରକାର ଅଗ୍ରାଧିକାର ଦିଅନ୍ତୁ।
ଓଡ଼ିଶା ରାଜ୍ୟ ବ୍ୟବସାୟୀ ସଂଘ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ରାଜ୍ୟରେ ଥିବା ସମସ୍ତ ଶୀତଳଭଣ୍ଡାରରେ ପାଖାପାଖି ୧୭ ଟନ୍‌ ଆଳୁ ଏବେ ମହଜୁଦ ରହିଛି, ଯାହାକି ଆଗାମୀ ୩ ଦିନ ପର୍ଯ୍ୟନ୍ତ ଆଳୁ ଆବଶ୍ୟକତାକୁ ପୂରଣ କରିବାରେ ସମର୍ଥ ହେବ। ଏହାପରେ ଯଦି ପଶ୍ଚିମବଙ୍ଗ କି ଉତ୍ତରପ୍ରଦେଶରୁ ଆଉ ଆଳୁ ଗାଡ଼ି ନ ଆସେ ତେବେ ସଙ୍କଟ ଆହୁରି ବଢ଼ିଯିବ। ଏ ସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଚଢ଼ା ଦରରେ ଆଳୁ ବିକ୍ରିକଲେ କାର୍ଯ୍ୟାନୁଷ୍ଠାନ ହେବ। ପଶ୍ଚିମବଙ୍ଗ ସହ ଆଲୋଚନା ଜାରି ରହିଥିବାବେଳେ ଆଗକୁ ପଞ୍ଜାବରୁ ମଧ୍ୟ ଆଳୁ ଆଣିବା ପାଇଁ ଯୋଜନା କରାଯାଉଛି। ରାଜ୍ୟରେ ଆବଶ୍ୟକ ମୁତାବକ ଆଳୁ ମହଜୁଦ ରହିଛି। ଆଗକୁ କିଛିଦିନ ପର୍ଯ୍ୟନ୍ତ ଦର ସାମାନ୍ୟ ଉଚ୍ଚା ରହିବ । ଏହା ପରେ ଧୀରେ ଧୀରେ କମିବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri