ଅମଳ ସମୟରେ ଆଳୁ କେଜି ୨୦ ଟଙ୍କା

କେନ୍ଦ୍ରାପଡ଼ା ଅଫିସ,୨୨।୪: ଆଳୁ ଦରରେ ପକ୍ଷୀ ଲାଗିଛି। ଗତ ସପ୍ତାହରେ କେଜି ପ୍ରତି ଦର ୧୬ ଟଙ୍କା ଥିଲା। ଏବେ ବଜାର ଦର ୨୦ ଟଙ୍କାକୁ ଛୁଇଁଛି। ଆସନ୍ତା ନଭେମ୍ବର ଡିସେମ୍ବର ବେଳକୁ କେଜି ପ୍ରତି ୭୦ରୁ ୯୦ ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି। ପୂର୍ବରୁ ଏହି ସମୟରେ ଜିଲାର ବିଭିନ୍ନ ସ୍ଥାନରେ ଅମଳ ଆଳୁ କେଜି ପ୍ରତି ୨ରୁ ୭ଟଙ୍କାରେ ବିକ୍ରି ହେଉଥିଲା ବୋଲି କଂସାର ଗ୍ରାମର ଆଳୁ ଚାଷୀ ନିରଞ୍ଜନ ପରିଡ଼ା କହିଛନ୍ତି। ଚାଷ ଆରମ୍ଭରୁ ସରକାରୀ ବିହନ ମିଳିଲା ନାହିଁ। ସରକାରୀ ଦର କେଜି ପ୍ରତି ୧୧ଟଙ୍କା ୨୫ ପଇସା ବଦଳରେ ୪୫ ଟଙ୍କାରେ ଖୋଲା ବଜାରରୁ ବିହନ କିଣା ଯାଇଥିଲା। ଏହି ବିହନ ମଧ୍ୟ ଉପତ୍ାଦନ ଠିକ୍‌ ଦେଲା ନାହିଁ ବୋଲି ସେ କହିଛନ୍ତି। କେବଳ ନିରଞ୍ଜନ ନୁହନ୍ତି, ଚାଷୀ, କୃଷକ ନେତା, ବୁଦ୍ଧିଜୀବୀମାନେ ଆଳୁ ମିଶନ ପ୍ରତି ବିଦ୍ରୂପ କରିବା ସହିତ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ଦୂରଦୃଷ୍ଟିକୁ ସମାଲୋଚନା କରିଛନ୍ତି।
ଏ ସମ୍ପର୍କରେ କୃଷକ ନେତା ଗୟାଧର ଧଳ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ପ୍ରତିଦିନ ୬୦୦ କୁଇଣ୍ଟାଲ ଆଳୁ ବ୍ୟବହାର ହେଉଛି। ଏଠାରେ ପ୍ରାୟ ୭୦୦ ହେକ୍ଟର ଜମିରେ ପ୍ରତିବର୍ଷ ଆଳୁଚାଷ ହୋଇଥାଏ। ଏହାବାଦ୍‌ ଆଳୁର ଚାହିଦା ପୂରଣ ପାଇଁ ପଶ୍ଚିମବଙ୍ଗରୁ ଆଳୁ ଆସିଥାଏ। ଚଳିତ ଆଳୁ ଅମଳ ବର୍ଷରେ ୧ ହଜାର ହେକ୍ଟର ଜମିରେ ଆଳୁଚାଷ ହେବ ବୋଲି ଉଦ୍ୟାନ କୃଷି ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ହେକ୍ଟର ପିଛା ୧୫ କୁଇଣ୍ଟାଲ ହିସାବରେ ଚାଷୀଙ୍କୁ ୧୫,୦୦୦ କୁଇଣ୍ଟାଲ ବିହନ ଆବଶ୍ୟକ ଥିବା ବେଳେ ଉପଯୁକ୍ତ ସମୟରେ ଦେଢ଼ କେଜି ଆଳୁ ବିହନ ଜିଲାରେ ପହଞ୍ଚତ୍ ପାରିଲା ନାହିଁ। କେନ୍ଦ୍ରାପଡ଼ା ବ୍ଲକ ଜଜାଙ୍ଗ ଗ୍ରାମର ହରେକୃଷ୍ଣ ବେହେରା କହିଛନ୍ତି, ଆମିଷ ହେଉ ଅଥବା ନିରାମିଷ, ସବୁଥିରେ ଆଳୁ ଲୋଡ଼ା। ଧନୀ କିମ୍ବା ଗରିବ ଘରେ ଆଳୁ ଏକ ଅତ୍ୟାବଶ୍ୟକ ପରିବା ହୋଇଛି। ଏହା ସତ୍ତ୍ୱେ ବଜାର ଦର ହୁ ହୁ ହୋଇ ବଢ଼ୁଛି। ଲେମ୍ବୁ ପରେ ଆଳୁର ଦର ଖାଉଟି ବଜାରରେ ଭୟ ସୃଷ୍ଟି କରିଛି। ପଟ୍ଟାମୁଣ୍ଡାଇର ବୁଦ୍ଧିଜୀବୀ କଳ୍ପତରୁ ନାୟକ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ କିମ୍ବା ଖଣି ନାହିଁ। ତେବେ ଏହି ଜିଲାର ଉର୍ବର ଭୂମି ଓ ନଦୀନାଳ କୃଷିଭିତ୍ତିକ ଅର୍ଥନୀତିକୁ ସୁଦୃଢ଼ କରୁଛି। ଏହାସତ୍ତ୍ୱେ ଜିଲା ପ୍ରଶାସକ ଓ ରାଜନେତାଙ୍କ ଦୂରଦୃଷ୍ଟି ନ ଥିବାରୁ ଯୁବବର୍ଗ କୃଷି ଉପତ୍ାଦନକୁ ଭରସା କରିପାରୁନାହାନ୍ତି। ଜଳ ପରିଚାଳନା ଏଠାରେ ଏକ ମୁଖ୍ୟ ସମସ୍ୟା ହୋଇଛି। ଜଳ ନିଷ୍କାସନ ହେଉ ଅଥବା ସେଚନ ପାଇଁ କୌଣସି ସୁଚିନ୍ତିତ ଯୋଜନା ନାହିଁ। ଆଳୁ, ନଳିତା, ଆଖୁ, ଚିନାବାଦାମ, ସୋରିଷ, ରାଶି, ବାଇଗଣ ଆଦି ଉପତ୍ାଦନରେ ଏହି ଜିଲାର ପୂର୍ବରୁ ନଁା ଥିଲା। ଏବେ ଯୋଜନାବଦ୍ଧ ଭାବେ ଏହି ଚାଷକୁ ପ୍ରୋତ୍ସାହନ ମିଳୁନାହିଁ। ଶୀତଳ ଭଣ୍ଡାର, ବଜାର ମଣ୍ଡି, ଉନ୍ନତ ବିହନ, ତାଲିମ ଆଦି କ୍ଷେତ୍ରରେ ଅଭାବ ରହିଛି। ରାଜ୍ୟ ସରକାରଙ୍କ ୨୦୧୫ର ଆଳୁ ମିଶନ ଏଠାରେ ଦେଖିବାକୁ ମିଳୁନାହିଁ। ଫଳରେ ବଜାର ଦରବୃଦ୍ଧିକୁ ଜିଲାବାସୀ ବାଧ୍ୟହୋଇ ସହୁଛନ୍ତି।
ସହରର ଆଳୁ ବ୍ୟବସାୟୀ ପ୍ରଦୀପ କୁମାର ସାହୁ କହିଛନ୍ତି, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଆମଦାନୀ ହେଉଥିବା ଆଳୁର ପରିବହନ ଖର୍ଚ୍ଚ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଯୋଗୁ ବଢ଼ୁଛି। ପରିବହନ ଖର୍ଚ୍ଚ ଏବେ କୁଇଣ୍ଟାଲ ପିଛା ୬୦ରୁ ୭୦ ଟଙ୍କା ବଢ଼ିଛି। ଖରାଦିନ ପାଇଁ ବସ୍ତାରୁ ପଚା ଆଳୁ ବାହାରୁ ଥିବା ବେଳେ ଗୁଣ୍ଡ ଆଳୁ ପ୍ରତି ଗରାଖଙ୍କ ଆଗ୍ରହ ନାହିଁ। ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ କୁଇଣ୍ଟାଲ ପିଛା ୧୬୫୦ ଟଙ୍କା ହୋଲସେଲର କିଣୁଥିଲା ବେଳେ ରିଟେଲରମାନେ ଅଧିକ ୧୦୦ ଟଙ୍କା ଦେଉଛନ୍ତି। ସେହିପରି ଉତ୍ତରପ୍ରଦେଶରୁ ଆସୁଥିବା ଆଳୁ ଏଠାରେ ପହଞ୍ଚତ୍ବାକୁ ପ୍ରାୟ ୪ ଦିନ ଲାଗୁଛି। ଶୀତଳଭଣ୍ଡାରରୁ ଆଳୁ ଆଣିଲେ ଅଧିକ ୫୦ ଟଙ୍କା ଦେବାକୁ ପଡୁଛି। ଏସବୁ ହିସାବ କଲେ ଆଳୁ ବ୍ୟବସାୟ ଏବେ ବିପଦପୂର୍ଣ୍ଣ ହୋଇଛି। ବର୍ଦ୍ଧିତ ଦର ଏପରି ରହିଲେ ଆଗାମୀ ୬ ମାସ ମଧ୍ୟରେ କେଜି ପ୍ରତି ୯୦ରୁ ୧୦୦ ଟଙ୍କା ରହିବା ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବ୍ୟବସାୟୀ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?