ପୁଣି ଆଳୁ ଦେଲା ଟେନଶନ୍‌, କିଲୋ ପିଛା ୧୦ଟଙ୍କା ବଢିଲା

ଭୁବନେଶ୍ୱର, ୬।୧: ବଜାରରେ ପୁଣି ବଢିଛି ଆଳୁ ଦର। ମଝିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ଆଳୁ ଅଟକାଇ ଦେଇଥିବାରୁ ଆଳୁ ଦର ୫୦ ଟଙ୍କା ଯାଏ ବଢିଥିଲା। ହେଲେ ଗତକାଲି ଠାରୁ ହଠାତ ଅତି ଦରକାରୀ ପରିବା ଆଳୁ କିଲୋ ପିଛା ୧୦ ଟଙ୍କା ଉଚ୍ଚା ହୋଇଛି। ତେଣୁ ଖୁଚୁରା ବଜାରରେ କେଉଁଠି ୪୦ ତ କେଉଁଠି ୪୫ରେ ବିକ୍ରି ହେଲାଣି ଆଳୁ। ଆଳୁ ଦର ବୃଦ୍ଧି ପାଇବାରୁ ସିଧାସଳଖ ଖାଉଟିଙ୍କ ରୋଷେଇ ଘରେ ପ୍ରଭାବ ଦେଖିବାକୁ ମିଳିଛି। କିଛିଦିନ ପୂର୍ବରୁ ଆଳୁ ସମସ୍ୟା ଭିତରେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ରୋକଠୋକ ଜବାବ ଦେଇଥିଲେ ଯେ, ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନି। ସେ ରାଜ୍ୟ ଯଦି ନିଜ ଆଡୁ ଆଳୁ ପଠାଏ ତାହାଲେ ରଖିବୁ। ଆମେ ୟୁପିରୁ ଆଳୁ ଆମଦାନୀ କରିବୁ। ତେବେ ଓଡ଼ିଶାରେ ଏବେ ଆଳୁ ସଙ୍କଟ ନାହିଁ, ସେ ୩୦ ଟଙ୍କାରେ ଆଳୁ କିଣିଥିବା କହିଥିଲେ।

ଆହୁରି ୧୦ଟଙ୍କା ବଢିଛି ଆଳୁଦର। ଗୋଟିଏ ପ୍ୟାକେଟ ପିଛା ୪ଶହ ଟଙ୍କା ଦର ବଢ଼ିଛି । ୪ଦିନ ପୂର୍ବରୁ ଯେଉଁ ୪୦କେଜି ଆଳୁ ପ୍ୟାକେଟ ଦର ୮ଶହ ଟଙ୍କା ଥିଲା ବର୍ତ୍ତମାନ ସେହି ଆଳୁ ପ୍ୟାକେଟ ଦର ୧୨ଶହ ଟଙ୍କାରେ ପହଞ୍ଚିଛି। ଏହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ଉପରେ ପଡ଼ିଛି। ପରିବା ଏବଂ ଖୁଚୁରା ବେପାରୀ ଆଳୁ କେଜି ୩୦ଟଙ୍କାରେ ବିକ୍ରି କରୁଥିଲେ; କିନ୍ତୁ ପ୍ୟାକେଟ ପିଛା ୪ଶହ ଟଙ୍କା ବଢ଼ିବା ଦ୍ବାରା ବର୍ତ୍ତମାନ ପରିବା ବ୍ୟବସାୟୀ ଏବଂ ଖୁଚୁରା ବେପାରୀ ଆଳୁ କେଜି ୪୦ ଟଙ୍କା ଏବଂ ଗଳିକନ୍ଦିରେ କେହି କେହି ୪୫ଟଙ୍କାରେ ବିକ୍ରି କରୁଥିବା ଜଣାପଡ଼ିଛି।

ବର୍ତ୍ତମାନ ଓଡ଼ିଶାକୁ ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଆଳୁ ଆସୁଛି। ରବିବାର ଭୁବନେଶ୍ୱରକୁ ଉତ୍ତର ପ୍ରଦେଶରୁ ୭ଟି ଟ୍ରକ ଆଳୁ ଆସିଥିବାବେଳେ ପଶ୍ଚିମବଙ୍ଗରୁ ୧୮ ୧୮ ଟ୍ରକ ଆଳୁ ଆସିଛି। ଉତ୍ତର ପ୍ରଦେଶରୁ ଆସୁଥିବା ଆଳୁ କେଜି ପ୍ରତି ପରିବହନ ଖର୍ଚ୍ଚ ୪ ଟଙ୍କା ପଡୁଛି; କିନ୍ତୁ ଉତ୍ତର ପ୍ରଦେଶରୁ ଆଳୁ ପର୍ଯ୍ୟାପ୍ତ ମାତ୍ରାରେ ନ ଆସିବା ଏବଂ ଲୋକ ଉତ୍ତର ପ୍ରଦେଶ ଆଳୁ ଖାଇବାକୁ ପସନ୍ଦ କରୁନଥିବାରୁ ବିକ୍ରି କମ ରହୁଛି। ଅନ୍ୟପଟେ ପଶ୍ଚିମବଙ୍ଗରେ ଆଳୁ କେଜି ୧୮ରୁ ୧୯ ଟଙ୍କା ରହିଛି। ଓଡ଼ିଆ ବ୍ୟବସାୟୀ ଅଧିକ ଆଳୁ ଆଣୁଥିବାରୁ ସେମାନଙ୍କୁ ଆହୁରି କମ ଦାମ ପଡୁଛି । ପୂର୍ବରୁ ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ କେଜି ପ୍ରତି ୧ଟଙ୍କା ୫୦ପଇସା ପରିବହନ ଖର୍ଚ୍ଚ ପଡୁଥିଲା। ହେଲେ ବର୍ତ୍ତମାନ ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ କେଜି ପ୍ରତି ପରିବହନ ଖର୍ଚ୍ଚ ୫ଟଙ୍କା ଖର୍ଚ ପଡୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?