ବ୍ରହ୍ମପୁର ବଜାରରେ ଆଳୁ ଦର ଆକାଶଛୁଆଁ

ବ୍ରହ୍ମପୁର ଅଫିସ,୫।୫: ଗରିବଠାରୁ ଧନୀ ପ୍ରତ୍ୟେକ ଶ୍ରେଣୀର ପ୍ରତି ବୟସର ଲୋକଙ୍କ ଖାଦ୍ୟରେ ନିୟମିତ ବ୍ୟବହୃତ ହେଉଥିବା ପରିବା ହେଉଛି ଆଳୁ। କିନ୍ତୁ ବ୍ରହ୍ମପୁର ବଜାରରେ ବର୍ତ୍ତମାନ ଆଳୁର ଚଢ଼ା ଦର ଶୁଣି ଗ୍ରାହକଙ୍କୁ ଝଟକା ଲାଗୁଛି। କିଛି ଜାଗାରେ ପାଇକାରୀ ଦୋକାନୀ ମାଲିକମାନେ ଓ ଗ୍ରାହକ ଉଭୟ କଳାବଜାରର ଶିକାର ହୋଇଥିବା ଅଭିଯୋଗ ହୋଇଛି। ନିୟମିତ ଭାବେ ବ୍ରହ୍ମପୁର ବଜାରରେ ଯେତିକି ପରିମାଣର ଆଳୁ ଆବଶ୍ୟକ ତାହା ମଧ୍ୟ ଆମଦାନୀ ହେଉଛି । କିନ୍ତୁ ଏହା ସତ୍ତ୍ୱେ ନିୟମିତ ଭାବେ ପାଇକାରୀ ଓ ଖୁଚୁରା ଦର ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ରେଶମ ସହରରେ ଆଳୁ ୫୦ କେଜି ବସ୍ତା ୧୧୦୦ ଟଙ୍କାରେ ହୋଲସେଲରେ ବିକ୍ରି ହେଉଥିବା ବେଳେ କିଛି ଲୋକ ୧୨୮୦ରେ ମଧ୍ୟ ବିକ୍ରି କରୁଥିବା ଜଣାପଡ଼ିଛି। ଗୋଟିଏ ସପ୍ତାହ ପୂର୍ବରୁ ଆଳୁ ପାଇକାରୀ ଦର ବସ୍ତା ପିଛା ୮୫୦ଟଙ୍କା ରହିଥିଲା। ଖୁଚୁରାରେ ଦର ସପ୍ତାହକରେ ୨୦ ଟଙ୍କାରୁ ବୃଦ୍ଧି ପାଇ ୨୫ ଟଙ୍କାରେ ପହଞ୍ଚିଛି। ଆଳୁଦର ବୃଦ୍ଧି ପାଇବା ଦ୍ୱାରା ଗରିବ, ମଧ୍ୟବିତ୍‌ ବର୍ଗର ଲୋକ ଏଥିରେ ଅଧିକା ପ୍ରଭାବିତ ହେଉଛନ୍ତି। ବ୍ରହ୍ମପୁର ସହରରେ ଆଳୁ ଦର ବୃଦ୍ଧି ସମ୍ପର୍କରେ ବଡ଼ ବଜାର ହୋଲସେଲ ବ୍ୟବସାୟୀ ରାମକୃଷ୍ଣ ସାହୁଙ୍କ ସହ କଥା ହେବା ବେଳେ ସେ କହିଛନ୍ତି, ପାଇକାରୀ ଭାବେ ହୋଲସେଲରେ ଆଳୁଦର କେଜି ପିଛା ୨୧ ଟଙ୍କା ରହିଛି। ନିୟମିତ ଭାବେ ବ୍ରହ୍ମପୁର ସହରକୁ ଆବଶ୍ୟକ ହେଉଥିବା ୨୦୦ରୁ ୨୫୦ ଟନ ଆଳୁ ମଧ୍ୟ ଆମଦାନୀ ହେଉଛି। କିନ୍ତୁ ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶ ଉଭୟ ଜାଗାରୁ ଆଳୁ ଆମଦାନୀ ହେଉଥିଲେ ମଧ୍ୟ ଚଳିତ ବର୍ଷ ଉପତ୍ାଦନ କମ ଥିବାରୁ ଦର ବୃଦ୍ଧି ହୋଇଥିବା ଜଣାପଡ଼ିଛି। ସେହିପରି ୟୁପିରେ ୩ ଦିନ ହେବ ରମଜାନ କାରଣରୁ ଆମଦାନୀ ବନ୍ଦ ରହିଥିଲା। ଫଳରେ ଏହାର ପ୍ରଭାବରେ ଦର ହଠାତ ୪ ଟଙ୍କା ବୃଦ୍ଧି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶଗଡରେ ବିବାହ ପାଇଁ ଶାଶୁଘରକୁ ଆସିଲେ କନ୍ୟା: ରାତି ଅନିଦ୍ରା ହୋଇ ଶଗଡକୁ ସଜାଇଥିଲେ ବର

କବିସୂର୍ଯ୍ୟନଗର, ୨୮।୨(କୃପାସିନ୍ଧୁ ସ୍ବାଇଁ): ସମୟ ଥିଲା ବାହାଘର ପାଇଁ ଶଗଡ ବ୍ୟବହାର ହେଉଥିଲା। ଶଗଡରେ କନ୍ୟା ଆସୁଥିଲେ ବରଘରକୁ ଏବଂ ବାହାଘର ହେଉଥିଲା। ବାଲ୍ୟ ବିବାହ ସମୟରେ…

Sahara Refund: ଆଉ ୫୦ ହଜାର ନୁହେଁ, ଏବେ ୧୦ ଲକ୍ଷ ଟଙ୍କା ଯାଏ ଫେରସ୍ତ ପାଇଁ କରନ୍ତୁ ଆବେଦନ,୪୫ ଦିନରେ ଆସିବ ଟଙ୍କା; ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୨: ସାହାରା ଇଣ୍ଡିଆରେ ଟଙ୍କା ରଖିଥିବା ନିବେଶକମାନଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଏବେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ନିବେଶକମାନେ ନିଜ…

ପୂର୍ବଶତ୍ରୁତାରୁ ଛୁରା ମାଡ଼ ଘଟଣା: ଛୁରି ଜବତ, ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୨୭।୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଘଟିଥିବା ଛୁରାମାଡ଼ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତଦନ୍ତକାରୀ ଅଧିକାରୀ ପାଟପୁର ଥାନା ଆଇଆଇସି…

ମହିଳା ଆଥଲେଟ୍‌ଙ୍କ ହେବ ଏସ୍‌ଆରଓ୍ବାଇ ଜେନେ ଟେଷ୍ଟ, ଜାଣନ୍ତୁ…

ନୂଆଦିଲ୍ଲୀ,୨୭ା୨: ଜାତୀୟସ୍ତର ମହିଳା ପ୍ରତିଯୋଗିତାଗୁଡ଼ିକରେ ଯେପରି କେବଳ ବାୟୋଲଜିକାଲ ମହିଳାମାନେ ଅଂଶଗ୍ରହଣ କରିପାରିବେ ତାହାକୁ ନଜରରେ ରଖି ଆଥଲେଟିକ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ପକ୍ଷରୁ ଚଳିତବର୍ଷ…

ରାଜ୍ୟରେ ଖୋଲିବ ଆଉ ୩ନୂତନ ମହାବିଦ୍ୟାଳୟ, ଜାଣନ୍ତୁ କେଉଁଠି…

ଭୁବନେଶ୍ୱର,୨୭।୨: ରାଜ୍ୟରେ ଖୋଲିବ ଆଉ ୩ଟି ନୂତନ ମହାବିଦ୍ୟାଳୟ। ବ୍ରହ୍ମପୁରର ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ଗୋଟିଏ ମତ୍ସ୍ୟ ବିଜ୍ଞାନ, ଗୋଟିଏ…

ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ହଠାତ୍‌ ରାସ୍ତା ମଝିରେ ଅଟକିଲା ଲକ୍ଷ୍ମୀ ବସ୍‌, ତା’ପରେ…

ଗଞ୍ଜାମ,୨୭।୨ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଞ୍ଚଳରେ ଚଳାଚଳ କରୁଥିବା ଲକ୍ଷ୍ମୀ ବସ୍‌ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ବିଭାଗୀୟ…

‘ଭାରତୀୟ ଜ୍ଞାନ ପ୍ରଣାଳୀ: ବର୍ତ୍ତମାନର ଶାସନ ପାଇଁ ପ୍ରାସଙ୍ଗିକତା’ ଶୀର୍ଷକ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର,୨୭।୨: ଉତ୍କଳ ବିଶ୍ୱବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗ ଦ୍ୱାରା ‘ଭାରତୀୟ ଜ୍ଞାନ ପ୍ରଣାଳୀ: ଆଧୁନିକ ଶାସନ ବ୍ୟବସ୍ଥାରେ ପ୍ରାସଙ୍ଗିକତା’ ଶୀର୍ଷକ ଦୁଇଦିନିଆ ଜାତୀୟ ସମ୍ମିଳନୀର ଉଦଘାଟନ ଅନୁଷ୍ଠାନ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ  ସ୍କୁଲରେ ଶିକ୍ଷକଙ୍କୁ ତାଲା ପକାଇଲେ ଗ୍ରାମବାସୀ 

ବାଲେଶ୍ୱର, ୨୭।୨( ବାଞ୍ଛାନିଧି ଦେ ): ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବିଦ୍ୟାଳୟରେରେ ଶିକ୍ଷକଙ୍କୁ ତାଲା ପକାଇଲେ ଗ୍ରମବାସୀ ।  ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।  ବାଲେଶ୍ବର ଜିଲା ସିଂଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri