ଶଗଡରେ ବିବାହ ପାଇଁ ଶାଶୁଘରକୁ ଆସିଲେ କନ୍ୟା: ରାତି ଅନିଦ୍ରା ହୋଇ ଶଗଡକୁ ସଜାଇଥିଲେ ବର

କବିସୂର୍ଯ୍ୟନଗର, ୨୮।୨(କୃପାସିନ୍ଧୁ ସ୍ବାଇଁ): ସମୟ ଥିଲା ବାହାଘର ପାଇଁ ଶଗଡ ବ୍ୟବହାର ହେଉଥିଲା। ଶଗଡରେ କନ୍ୟା ଆସୁଥିଲେ ବରଘରକୁ ଏବଂ ବାହାଘର ହେଉଥିଲା। ବାଲ୍ୟ ବିବାହ ସମୟରେ ପ୍ରଚଳିତ ଥିଲା ଏହି ପ୍ରଥା। ପରେ ଆସିଲା ପାଲିଙ୍କି ସମୟ। ପାଲିଙ୍କିରେ ବର ଯାଉଥିଲେ କନ୍ୟା ଘରକୁ। ସାଙ୍ଗରେ ଚାଲିଚାଲି ଯାଉଥିଲେ ବରଯାତ୍ରୀ। ବିବାହ କରି ଫେରିବା ବେଳେ ବର ଯାଇଥିବା ପାଲିଙ୍କିରେ ଫେରୁଥିବା ବେଳେ କନ୍ୟା ମଧ୍ୟ ପଛରେ ଆଉ ଗୋଟିଏ ପାଲିଙ୍କିରେ ଆସୁଥିଲେ। ଯୁଗରୁଚି ବଦଳି ଅନୁସାରେ ବିବାହ କାର୍ଯ୍ୟରେ ବ୍ୟବହୃତ ଶଗଡ ପରମ୍ପରା ବନ୍ଦ ହୋଇ ଯାଇଥିଲା। ବାହାଘର ସମୟରେ ବହୁ ଗାଡିମୋଟର ବ୍ୟବହାର ଏବେ ହୋଇ ଆସୁଛି। ଏପରିକି ହେଲିକପ୍ଟରରେ ମଧ୍ୟ ବିବାହ ପାଇଁ ବର ଯାଉଛନ୍ତି କନ୍ୟା ଘରକୁ। ତେବେ ଆଜିର କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଯୁଗରେ ଶଗଡରେ ବୋହୁ ଶାଶୁଘରକୁ ଆସି ବିବାହ କରିବା ପ୍ରାଚୀନ ପରମ୍ପରା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ସାମନ୍ତରାପଲି ଗାଁରେ। ପୋଲସରା ବ୍ଲକ କଳମ୍ବ ଗ୍ରାମ ସ୍କୁଲ ସାହିର ଦେବରାଜ ପ୍ରଧାନଙ୍କ ଝିଅ ବର୍ଷା ପ୍ରଧାନ ଆସିଥିଲେ ଶାଶୁଘର ସାମନ୍ତରାପଲି ଗ୍ରାମକୁ। ସବୁଠାରୁ ମଜାର କଥା ଯେ, ଏଥିପାଇଁ ବର ପ୍ରମୋଦ ପ୍ରଧାନଙ୍କ ପୁଅ ଶନିଶ୍ଚର ପ୍ରଧାନ ଓଡ଼ିଆ ସାହିର ଶଗଡିଆ ସୁରେନ୍ଦ୍ର ସ୍ବାଇଁ ଓ ଯୁଧିଷ୍ଠିର ପରିଡାଙ୍କଠାରୁ ଶଗଡ଼ ମାଗି ଆଣି ରାତି ଅନିଦ୍ରା ହୋଇ ସୁନ୍ଦର ଭାବରେ ଶଗଡକୁ ଫୁଲରେ ସଜାଇଥିଲେ।
ନିଜ ବିବାହ କାର୍ଯ୍ୟକୁ ସବୁଦିନ ପାଇଁ ସ୍ମୃତିମଧୁର କରି ରଖିବା ଉଦ୍ଦେଶ୍ୟରେ ଏପରି ଶନିଶ୍ଚର କରିଥିବା କହିଛନ୍ତି ଶନିଶ୍ଚର। ସେ ନିଜ ଧର୍ମପତ୍ନୀଙ୍କୁ ଆଣିବା ପାଇଁ ଶଗଡକୁ ବ୍ୟବାହର କରିଥିଲେ। ତାହା ସହ ଡିଜେ ସାଉଣ୍ଡ ବଦଳରେ ବାଘ, ଷଣ୍ଢ ନୃତ୍ୟ ପରିବେଷଣ ବ୍ୟବସ୍ଥା ମଧ୍ୟ କରିଥିଲେ। ଶଗଡ଼ରେ କନ୍ୟା ଆସିବା ବେଳେ ରାସ୍ତାରେ ବହୁ ଯୁବକ ସେଲ୍‌ଫି ନେବାକୁ ଶଗଡ ଅଟକାଉଥିଲେ। ପୁରାତନ ପରମ୍ପରାକୁ ଆପଣାଇବାକୁ ଯୁବ ସମାଜ ପାଇଁ ସେ ଦେଇଛନ୍ତି ବାର୍ତ୍ତା। ଶନ୍ନିଶ୍ଚରଙ୍କ ମା, ଖୁଡୀ ମଧ୍ୟ ତାଙ୍କ ସମୟରେ ଶଗଡରେ ଆସିଥିଲେ ବୋଲି କହନ୍ତି ସେ। ୨୫ ତାରିଖରେ ବର୍ଷାଙ୍କୁ ବିବାହ କରିଥିବା ଶନିଶ୍ଚରଙ୍କ ଏଭଳି ବିବାହ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଧରଣର ଚଢ଼ାଉ: ୧୦ ଲକ୍ଷରୁ ଅଧିକ ମହୁଲ ପୋଚ ନଷ୍ଟ ; ପୋଲିସ, ଅବକାରୀ ଟିମ୍‌କୁ ଦେଖି ମାଫିଆ…

ପାଟଣା ,୨୦।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଅବକାରୀ ସୁପରିଟେଣ୍ଡେଟ୍‌ ତେଜରାତ ଯାନିଙ୍କ ନିର୍ଦ୍ଦେଶରେ ସୋମବାର ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ପଞ୍ଚାୟତ ହୀରାପଶି ଗ୍ରାମରେ ବେଆଇନ…

ପେଟ୍ରୋଲ ପମ୍ପ ନିକଟରୁ ନବଜାତ ଶିଶୁ ଉଦ୍ଧାର, କୁକୁର ପଲ ଦେଲେ ସୁରକ୍ଷା

ଭଞ୍ଜନଗର,୨୦।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ ପେଟ୍ରୋଲ ପମ୍ପ ନିକଟରେ ସୋମବାର ଅପରାହ୍ନ ୪ଟା ସମୟରେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି…

ଅଧ୍ୟକ୍ଷ ଦାୟିତ୍ୱ ନେଲେ ଦିଲ୍ଲୀପ: କଲେଜର ଉନ୍ନତି ପ୍ରତି ଦିଆଯିବ ଧ୍ୟାନ

ଭଞ୍ଜନଗର,୨୦।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଡଃ ଦିଲ୍ଲୀପ କୁମାର ପ୍ରଧାନ ସୋମବାର ଦାୟିତ୍ୱ ନେଇଛନ୍ତି। ସେ ବାଲିପଦର…

ରାୟଗଡ଼ାରେ ବଡ଼ ଧରଣର ଡକାୟତି, ଗ୍ରିଲ୍‌ ଭାଙ୍ଗି ନେଇଗଲେ ୧୫ ଭରି ସୁନା ଅଳଙ୍କାର

ରାୟଗଡ଼ା,୨୦।୭(କୈଳାଶ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଏବେ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି l ଅଞ୍ଚଳରେ ଚୋରି, ଡକାୟତି, ରାହାଜନୀ, ଲୁଯ୍‌ ଭଳି ଘଟଣା ଦିନକୁ ଦିନ ବଢ଼ିବାରେ…

ରଥକାଠ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ: ସାନ୍ତ୍ୱନା ଦେଲେ ମହାପ୍ରଭୁ

କେସିଙ୍ଗା,୨୦।୭(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକ ଅଧିନସ୍ଥ ସିର୍ଜାପାଲି ଗ୍ରାମରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାଆଡମ୍ବରରେ ହେରାପଞ୍ଚମୀ ସୋମବାର ପାଳିତ ହୋଇଯାଇଛି। ଉକ୍ତ ଗ୍ରାମର ଶ୍ରୀପଦ୍ମନାଭ(ବଳଭଦ୍ର) ପ୍ରମୋଦ କୁମାର…

ଅନଶନରୁ ଓହରିଲେ ସୋନମ ୱାଙ୍ଗଚୁକ: ଜେପି ନଡ୍ଡାଙ୍କୁ ୩ ଦାବି କଲେ CJP ନେତା, ଆଶ୍ଚର୍ଯ୍ୟ ହୋଇଗଲେ…

ନୂଆଦିଲ୍ଲୀ, ୨୦।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସୋମବାର ତାଙ୍କର ୨୩ ଦିନିଆ ଭୋକ ହରତାଳ ଶେଷ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ‘କକରୋଚ ଜନତା ପାର୍ଟି’…

ଏହି ସ୍ଥାନରେ ୩୦୦ ବର୍ଷ ଧରି ଟଣା ହୋଇନାହିଁ ରଥ

କେନ୍ଦ୍ରାପଡ଼ା, ୨୦ା୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରଠାରୁ ୧୨ କି.ମି. ଦୂର ଇନ୍ଦୁପୁର ବଜାର। ଏଠାରୁ ଦେଢ଼ କି.ମି. ଦୂର ହାବେଳି (ପତିସାହି) ଠାରେ ଥିବା ପ୍ରାୟ ୩୦୦ବର୍ଷ…

ସୋନମ ୱାଙ୍ଗଚୁକଙ୍କୁ ଚାରିଆଡ଼ୁ ସମର୍ଥନ: ଯୁବପିଢ଼ିର ଭବିଷ୍ୟତକୁ ସୁରକ୍ଷିତ କରିବା ଦାବିରେ…

କେନ୍ଦୁଝର,୨୦।୭(ନରେଶ ଚନ୍ଦ୍ର ପଟ୍ଟନାୟକ):ଦେଶର ଶିକ୍ଷା ବ୍ୟବସ୍ଥାକୁ ବଞ୍ଚାଇବା ଏବଂ ଯୁବପିଢ଼ିର ଭବିଷ୍ୟତକୁ ସୁରକ୍ଷିତ କରିବା ଦାବିରେ ସଂଘର୍ଷ କରୁଥିବା ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ଆଜି କେନ୍ଦୁଝରରେ ଆମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri