Posted inଗଜପତି

ଅଧାପନ୍ତରିଆ ପଡ଼ିଛି ସହରର ରାସ୍ତା ନିର୍ମାଣ

ପାରଳାଖେମୁଣ୍ଡି,୫।୫(ଡି.ଏନ୍‌.ଏ): ଗଜପତି ଜିଲା ସଦର ମହକୁମାଠାରେ ବର୍ଷ ବର୍ଷ ଧରି ସହରର ରାସ୍ତା ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବରେ ପଡ଼ିରହିଛି। ସମ୍ପୂର୍ଣ୍ଣ ନ ହେଉଣୁ କେଉଁଠି ଭାଙ୍ଗି ଭୁଶୁଡ଼ି ଯାଉଛି ତ କେଉଁଠି ଆବର୍ଜନାରେ ପୋତି ହେଲାଣି ଉଭୟ ପାଶର୍‌ବରେ ନିର୍ମାଣାଧୀନ ଡ୍ରେନ୍‌। ଅନେକ ସ୍ଥାନରେ ଯାତ୍ରୀଙ୍କ ମରଣଯନ୍ତା ପାଲଟିଛି ମୁକୁଳା ଡ୍ରେନ। ଖୋଦ ଜିଲା ପ୍ରଶାସନର ନାକ ତଳେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟର ମଧ୍ୟ ସମାନ ସ୍ଥିତି। ପାରଳାଖେମୁଣ୍ଡି ସହରର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୧୮ ଆର୍ଥିକ ବର୍ଷରେ ସହରର ଦୁଇ ପ୍ରମୁଖ ରାସ୍ତା, ଫରେଷ୍ଟ ଛକଠାରୁ ଗୁମାଗଡା ପର୍ଯ୍ୟନ୍ତ ୪.୭୫ କିମି ଓ ମେଡିକାଲ ଛକଠାରୁ ପୁରୁଣା କୋର୍ଟ ଛକ ପର୍ଯ୍ୟନ୍ତ ୩.୭୫ କିମି, ରାସ୍ତା ପ୍ରଶସ୍ତୀକରଣ ସହ ଡ୍ରେନ ନିର୍ମାଣ ନିମନ୍ତେ ୧୪ କୋଟି ୬୫ ଲକ୍ଷ ଓ ୧୧ କୋଟି ୬ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ବି ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ରାସ୍ତା ଅସନ୍ତୁଳିତ ଥିବା ବେଳେ ହୋଇପାରିନାହିଁ ପ୍ରଶସ୍ତୀକରଣ। ନିମ୍ନମାନର କାମ ଯୋଗୁ ବିଭିନ୍ନ ସ୍ଥାନରେ ଡ୍ରେନ୍‌ର ଉପର ପ୍ଲେଟ ଭାଙ୍ଗିଯିବା ସହ ମୁକୁଳା ଡ୍ରେନ୍‌ ଯାତାୟାତରେ ବିପଦ ସୃଷ୍ଟି କରିଛି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏସବୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଦେଖି ସହରର କିଛି ପରିବର୍ତ୍ତନ ହେବା ଆଶା ବାନ୍ଧିଥିଲେ ସହରବାସୀ। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅହେତୁକ ଅବହେଳା ଯୋଗୁ ବର୍ଷ ବର୍ଷ ଧରି ନିର୍ମାଣ କାର୍ଯ୍ୟ ସରୁନାହିଁ । ଏ ନେଇ ପୌର ପରିଷଦ ଚିନ୍ତାବ୍ୟକ୍ତ କରିଥିବା ବେଳେ ଠିକା ସଂସ୍ଥାଠାରୁ କ୍ଷତି ଭରଣା କରିବା ସହ ପୁନର୍ବାର ଟେଣ୍ଡର କରି ଶୀଘ୍ର ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରାଯିବ ଏବଂ କିଛି ସ୍ଥାନରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟାଇବା ନେଇ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରି ଆସନ୍ତା ମାର୍ଚ୍ଚ ୨୦୨୩ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରେ ଶିକ୍ଷା ବିଭାଗର ବିକଳ ଚିତ୍ର: ୬ ମାସ ହେଲା ନାହାନ୍ତି ସ୍ଥାୟୀ BEO, ଦୁଇ ବ୍ଲକ ଦାୟିତ୍ୱରେ…

ମୋହନା,୧୧।୧୧(ମନ୍ମଥ ମିଶ୍ର): ଶିକ୍ଷା ବ୍ୟବସ୍ଥାର ସୁଧାର ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଗଜପତି ଜିଲାର ଦ୍ୱିତୀୟ…

ଗଜପତିରେ ଚାଞ୍ଚଲ୍ୟ: ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା

ମୋହନା,୧୦।୧(ମନ୍ମଥ ମିଶ୍ର) ମଦ ପିଇବା ପରେ ବଚସା ହୋଇ ଏକ ହତ୍ୟାକାଣ୍ଡ ଘଟିଥିବା ଘଟଣା ସାମ୍ନାକୁ ଆସିଛି। ଏକ ନିଛାଟିଆ ରାସ୍ତାରେ ଘରକୁ ଫେରୁଥିବା ବେଳେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?