ଚାଷକରି ଫସିଗଲେ ଆଳୁଚାଷୀ

କେନ୍ଦ୍ରାପଡ଼ା ଅଫିସ,୨୬।୨: କେନ୍ଦ୍ରାପଡ଼ା ଜିଲାରେ ଦୁଇମାସ ପୂର୍ବେ ଆଳୁ କିଗ୍ରା ପ୍ରତି ୪୦ ଟଙ୍କାରେ ବିକ୍ରି ହେଉଥିଲା। ଏବେ କିଗ୍ରା ପ୍ରତି ମାତ୍ର ୩ ଟଙ୍କାରେ କ୍ଷେତରୁ ଚାଷୀ ବେପାରୀଙ୍କୁ ବିକୁଛନ୍ତି। ଜିଲାରେ ସଂରକ୍ଷଣ ବ୍ୟବସ୍ଥା ଓ ସରକାରୀ ମଣ୍ଡି ନ ଥିବାରୁ ଆଳୁ ଚାଷ କରି ଫସି ଯାଇଛନ୍ତି ବୋଲି ସ୍ଥାନୀୟ ଚାଷୀ ମତ ଦେଇଛନ୍ତି। ସେହିପରି ଟମାଟୋ ସସ୍‌ ଓ ଆଳୁ ଚିପ୍‌ସ କ୍ଷୁଦ୍ରଶିଳ୍ପ ପାଇଁ ଆଶାୟୀ ଯୁବ ଶିଳ୍ପୋଦ୍ୟୋଗୀ ଋଣ ପାଇବାକୁ ସକ୍ଷମ ହେଉ ନ ଥିବା ମତବ୍ୟକ୍ତ କରିଛନ୍ତି।
ଡେରାବିଶ ବ୍ଲକ ପଲେଇ ଗାଁର ଆଳୁ ଚାଷୀ ବିଧୁଭୂଷଣ ମହାପାତ୍ର କହିଛନ୍ତି, ଚଳିତବର୍ଷ ୪ ଏକର ଆଳୁ ଚାଷ ପାଇଁ ପ୍ରାୟ ଲକ୍ଷେ ଟଙ୍କା ଖର୍ଚ୍ଚ ହୋଇଛି। ଫସଲ ମଧ୍ୟ ଭଲ ହୋଇଛି। ତେବେ ବିକ୍ରିକୁ ନେଇ ସମସ୍ତ ଆଳୁ ଚାଷୀ ଅଡୁଆରେ ପଡିଛନ୍ତି। ବଜାରରେ କିଗ୍ରା ପ୍ରତି ୬ ଟଙ୍କା ବିକ୍ରି ହେଉଥିବା ବେଳେ ବେପାରୀ ଆଳୁ କୁଇଣ୍ଟାଲ ପ୍ରତି ମାତ୍ର ୩୦୦ ଟଙ୍କା ଦେଉଛନ୍ତି। ଅଧିକ ପରିମାଣର ଅମଳକୁ ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ବିକ୍ରି ପାଇଁ ବାଧ୍ୟ ହେଉଛୁ। ଏହି ଚାଷରେ ପ୍ରାୟ ୪୦ ହଜାର ଟଙ୍କା କ୍ଷତି ହେବ ବୋଲି ସେ ଆକଳନ କରିଛନ୍ତି। ପଟ୍ଟାମୁଣ୍ଡାଇର କଳ୍ପତରୁ ସାମନ୍ତରାୟ କହିଛନ୍ତି, କରୋନା ସଂକ୍ରମଣ ପାଇଁ ଜିଲାକୁ ବହୁ ପ୍ରବାସୀ ଆସିଥିଲେ। ସେତେବେଳେ ଆଳୁର ଚାହିଦା ବଢୁଥିବାରୁ ଜିଲାରେ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଜମିରେ ପ୍ରବାସୀ ଓ ସ୍ଥାନୀୟ ଚାଷୀ ଆଳୁ ଚାଷ କରିଥିଲେ। ଏତେ ପରିମାଣରେ ଆଳୁ ଉତ୍ପାଦନ ପରେ ଜିଲାରେ ଶୀତଳଭଣ୍ଡାର ନ ଥିବାରୁ ସଂରକ୍ଷିତ କରି ରଖାଯାଇ ପାରୁନାହିଁ। ସେହିପରି ସରକାରୀ ମଣ୍ଡି ନ ଥିବାରୁ ଆଳୁ କିଣିବାକୁ କେବଳ ସ୍ଥାନୀୟ ବେପାରୀ ଆସୁଛନ୍ତି। ଏହାର ବ୍ୟବସ୍ଥା ହୋଇପାରିଲେ ରାଜ୍ୟ ସରକାରଙ୍କ ଆଳୁ ମିଶନ ସଫଳ ହୋଇପାରନ୍ତା। ଯୁବ ଶିଳ୍ପୋଦ୍ୟୋଗୀ ରତନ୍‌ଲାଲ ସାମଲ କହିଛନ୍ତି, ଜିଲାରେ ଟମାଟୋ ଓ ଆଳୁ ଉତ୍ପାଦନ ସମୟରେ ଅଭାବୀ ବିକ୍ରି ହେଉଛି। ଏହାକୁ ଲକ୍ଷ୍ୟ କରି ଟମାଟୋ ସସ୍‌, ଆଳୁ ଚିପ୍‌ସର କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା ପାଇଁ ଦୁଇବର୍ଷ ହେବ ବିଭିନ୍ନ ବ୍ୟାଙ୍କ ଓ ଜିଲା ଶିଳ୍ପକେନ୍ଦ୍ର ସହ ଯୋଗାଯୋଗ ରଖାଯାଇଛି। ଜିଲା ଶିଳ୍ପକେନ୍ଦ୍ର ଓ ବ୍ୟାଙ୍କ ସମୂହର ସମନ୍ବୟ ନ ଥିବାରୁ ଏହି କ୍ଷୁଦ୍ରଶିଳ୍ପ ଅଦ୍ୟାବଧି ପ୍ରତିଷ୍ଠା ହୋଇପାରିନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ କୃଷକ ନେତା ଗୟାଧର ଧଳ କହିଛନ୍ତି, ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବୟଂ ସମ୍ପୂର୍ଣ୍ଣ ପାଇଁ ଓଡ଼ିଶା ସରକାର ୨୦୧୫- ୧୬ରେ ରାଜ୍ୟ ଆଳୁ ମିଶନ ଆରମ୍ଭ କରିଥିଲେ। ଉଦ୍ୟାନ କୃଷି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ଏହି ମିଶନ ଦ୍ୱାରା ଚାଷୀ ଚାଷ କରି ଲାଭ ପାଇବା ସହ ଆଳୁ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର ନ କରିବାକୁ ଲକ୍ଷ୍ୟ ଥିଲା। ତେବେ ଏହି ମିଶନ ଫେଲ୍‌ ମାରିଛି। ଏପରି କି ୨୦୧୭- ୧୮ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୦ କୋଟି ଟଙ୍କା ମଞ୍ଜୁର କରିଥିଲେ ମଧ୍ୟ ଟଙ୍କାଟିଏ ଖର୍ଚ୍ଚ ହୋଇ ନ ଥିବା ୨୦୧୯ର ସିଏଜି ରିପୋର୍ଟରେ ଉଲ୍ଲେଖ ହୋଇଛି। ଶୀତଳଭଣ୍ଡାରର ନିର୍ମାଣ, ଫୁଡ ପ୍ରୋସେସିଂ ୟୁନିଟ୍‌ ସ୍ଥାପନ ଓ ସରକାରୀ ମଣ୍ଡି ସହାୟତାରେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଉଦ୍ୟାନ କୃଷି ବିଭାଗ ସହନିର୍ଦ୍ଦେଶକ କନ୍ଦ ଜେନାଙ୍କୁ ପଚାରିବାରେ ଶୀତଳଭଣ୍ଡାର ନିର୍ମାଣ ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇପାରିବ। ତେବେ କେନ୍ଦ୍ରାପଡ଼ା ଜିଲାରେ ଏହା ଗୋଟାଏ ହେଲେ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଣିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ: ସଂକ୍ଷିପ୍ତ ସଭାପତି, ରବୀନ୍ଦ୍ର ସମ୍ପାଦକ

ଲୋଇସିଂହା,୩୦ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଗାଈଖାଇ ଇକୋଟୁରିଜମ୍‌ ପ୍ରକଳ୍ପଠାରେ ଲୋଇସିଂହା ବଣିକ ସଂଘର ବାର୍ଷିକ ଅଧିବେଶନ ପୂର୍ବତନ ସଭାପତି ମୋହିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।...

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

ରାସ୍ତାକଡ଼ରେ ଛିଡା ହୋଇଥିବା ୧୪ ଜଣଙ୍କ ଉପରେ ମାଡ଼ିଗଲା ମୃତ୍ୟୁର ବସ୍, ଭାଇରାଲ ହେଉଛି ଛାତିଥରା…

ନୂଆଦିଲ୍ଲୀ,୩୦।୧୨: ସୋମବାର ରାତିରେ ମୁମ୍ବାଇର ଭାଣ୍ଡୁପ ଅଞ୍ଚଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯାହା ସମଗ୍ର ସହରକୁ ସ୍ତବ୍ଧ କରିଦେଇଛି। ରାତି ପ୍ରାୟ ୯ଟା ୩୫...

୧୩ ଦିନ ହେବ କୁଆଡ଼େ ପଳାଇଛନ୍ତି ଓଁକାର: ଚିନ୍ତାରେ ପରିବାର

ନୂଆପଡ଼ା/କୋମନା,୩୦।୧୨(ମକାରୁ ବେମାଲ/ ମହେଶ ବାଗ):ନୂଆପଡା ଜିଲା କୋମନା ଥାନା ଜେଠୁପାଲି ଗାଁର ଓଁକାର ତାଣ୍ଡି (୨୩) ଗତ ବୁଧବାର ୧୭ ତାରିଖ ରାତି ୮ରୁ ନିଖୋଜ...

ଗୌତମ ଗମ୍ଭୀରଙ୍କର ହେବ ନାହିଁ କୌଣସି କ୍ଷତି, ସମର୍ଥନରେ ବାହାରିଲେ ବିସିସିଆଇ ଅଧିକାରୀ

ନୂଆଦିଲ୍ଲୀ,୩୦।୧୨: ଘରୋଇ ଟେଷ୍ଟ ସିରିଜରେ ବିପର୍ଯ୍ୟୟଜନକ ପରାଜୟ ପରେ, ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ରିପୋର୍ଟରେ ଏହା ମଧ୍ୟ...

ସରକାରଙ୍କ ନିକଟରେ ନେହୁରା ହେଲେ ନିରଞ୍ଜନ: ମାଗିଲେ ସହାୟତା

ଦାରିଙ୍ଗବାଡି, ୩୦।୧୨ (ଅରୁଣ ସାହୁ ): କିଛି କରିବାର ଇଚ୍ଛା ଅନେକ ହେଲେ ବାଧକ ସାଜିଛି ଅର୍ଥ। ଗୋପାଳନ, ଛେଳି ଲାଳନପାଳନ କରି ପରିବାର ପ୍ରତିପୋଷଣ...

କିଏ ଥିଲେ ଖାଲେଦା ଜିଆଙ୍କ ସ୍ବାମୀ ଜିଆ ଉର ରେହମାନ? ପାକିସ୍ତାନୀ ସେନା ବିରୋଧରେ ବିଦ୍ରୋହ, ପରେ ବିଏନପି ଗଠନ, ଶେଷରେ…

ଡାକା,୩୦।୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଦେହାନ୍ତ ହୋଇଛି। ସେ ଅନେକ ରୋଗ ସହିତ ଲଢୁଥିଲେ। ଉଲ୍ଲେଖନୀୟ ଯେ ତାଙ୍କ ମୃତ୍ୟୁର କିଛି ଦିନ...

ଖୁବ ଷ୍ଟାଇଲିସ ଥିଲେ ଖାଲେଦା ଜିଆ, ହାଲ୍‌କା ଶାଢିକୁ ବଡ଼ ବଡ଼ ସନ୍‌ଗ୍ଲାସ, ପୂରା ସାଉଥ ଏସିଆର ଚର୍ଚ୍ଚିତ ଷ୍ଟାଇଲ ଥିଲା…

ଢାକା,୩୦।୧୨: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଏବଂ ବିଏନପି ମୁଖ୍ୟ ଖାଲେଦା ଜିଆଙ୍କୁ ପ୍ରାୟତଃ ରାଜନୀତି, ସଂଘର୍ଷ ଏବଂ ଶକ୍ତିର ପ୍ରତୀକ ଭାବରେ ଦେଖାଯାଏ। ତଥାପି, ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri