ଚାଷକରି ଫସିଗଲେ ଆଳୁଚାଷୀ

କେନ୍ଦ୍ରାପଡ଼ା ଅଫିସ,୨୬।୨: କେନ୍ଦ୍ରାପଡ଼ା ଜିଲାରେ ଦୁଇମାସ ପୂର୍ବେ ଆଳୁ କିଗ୍ରା ପ୍ରତି ୪୦ ଟଙ୍କାରେ ବିକ୍ରି ହେଉଥିଲା। ଏବେ କିଗ୍ରା ପ୍ରତି ମାତ୍ର ୩ ଟଙ୍କାରେ କ୍ଷେତରୁ ଚାଷୀ ବେପାରୀଙ୍କୁ ବିକୁଛନ୍ତି। ଜିଲାରେ ସଂରକ୍ଷଣ ବ୍ୟବସ୍ଥା ଓ ସରକାରୀ ମଣ୍ଡି ନ ଥିବାରୁ ଆଳୁ ଚାଷ କରି ଫସି ଯାଇଛନ୍ତି ବୋଲି ସ୍ଥାନୀୟ ଚାଷୀ ମତ ଦେଇଛନ୍ତି। ସେହିପରି ଟମାଟୋ ସସ୍‌ ଓ ଆଳୁ ଚିପ୍‌ସ କ୍ଷୁଦ୍ରଶିଳ୍ପ ପାଇଁ ଆଶାୟୀ ଯୁବ ଶିଳ୍ପୋଦ୍ୟୋଗୀ ଋଣ ପାଇବାକୁ ସକ୍ଷମ ହେଉ ନ ଥିବା ମତବ୍ୟକ୍ତ କରିଛନ୍ତି।
ଡେରାବିଶ ବ୍ଲକ ପଲେଇ ଗାଁର ଆଳୁ ଚାଷୀ ବିଧୁଭୂଷଣ ମହାପାତ୍ର କହିଛନ୍ତି, ଚଳିତବର୍ଷ ୪ ଏକର ଆଳୁ ଚାଷ ପାଇଁ ପ୍ରାୟ ଲକ୍ଷେ ଟଙ୍କା ଖର୍ଚ୍ଚ ହୋଇଛି। ଫସଲ ମଧ୍ୟ ଭଲ ହୋଇଛି। ତେବେ ବିକ୍ରିକୁ ନେଇ ସମସ୍ତ ଆଳୁ ଚାଷୀ ଅଡୁଆରେ ପଡିଛନ୍ତି। ବଜାରରେ କିଗ୍ରା ପ୍ରତି ୬ ଟଙ୍କା ବିକ୍ରି ହେଉଥିବା ବେଳେ ବେପାରୀ ଆଳୁ କୁଇଣ୍ଟାଲ ପ୍ରତି ମାତ୍ର ୩୦୦ ଟଙ୍କା ଦେଉଛନ୍ତି। ଅଧିକ ପରିମାଣର ଅମଳକୁ ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ବିକ୍ରି ପାଇଁ ବାଧ୍ୟ ହେଉଛୁ। ଏହି ଚାଷରେ ପ୍ରାୟ ୪୦ ହଜାର ଟଙ୍କା କ୍ଷତି ହେବ ବୋଲି ସେ ଆକଳନ କରିଛନ୍ତି। ପଟ୍ଟାମୁଣ୍ଡାଇର କଳ୍ପତରୁ ସାମନ୍ତରାୟ କହିଛନ୍ତି, କରୋନା ସଂକ୍ରମଣ ପାଇଁ ଜିଲାକୁ ବହୁ ପ୍ରବାସୀ ଆସିଥିଲେ। ସେତେବେଳେ ଆଳୁର ଚାହିଦା ବଢୁଥିବାରୁ ଜିଲାରେ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଜମିରେ ପ୍ରବାସୀ ଓ ସ୍ଥାନୀୟ ଚାଷୀ ଆଳୁ ଚାଷ କରିଥିଲେ। ଏତେ ପରିମାଣରେ ଆଳୁ ଉତ୍ପାଦନ ପରେ ଜିଲାରେ ଶୀତଳଭଣ୍ଡାର ନ ଥିବାରୁ ସଂରକ୍ଷିତ କରି ରଖାଯାଇ ପାରୁନାହିଁ। ସେହିପରି ସରକାରୀ ମଣ୍ଡି ନ ଥିବାରୁ ଆଳୁ କିଣିବାକୁ କେବଳ ସ୍ଥାନୀୟ ବେପାରୀ ଆସୁଛନ୍ତି। ଏହାର ବ୍ୟବସ୍ଥା ହୋଇପାରିଲେ ରାଜ୍ୟ ସରକାରଙ୍କ ଆଳୁ ମିଶନ ସଫଳ ହୋଇପାରନ୍ତା। ଯୁବ ଶିଳ୍ପୋଦ୍ୟୋଗୀ ରତନ୍‌ଲାଲ ସାମଲ କହିଛନ୍ତି, ଜିଲାରେ ଟମାଟୋ ଓ ଆଳୁ ଉତ୍ପାଦନ ସମୟରେ ଅଭାବୀ ବିକ୍ରି ହେଉଛି। ଏହାକୁ ଲକ୍ଷ୍ୟ କରି ଟମାଟୋ ସସ୍‌, ଆଳୁ ଚିପ୍‌ସର କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା ପାଇଁ ଦୁଇବର୍ଷ ହେବ ବିଭିନ୍ନ ବ୍ୟାଙ୍କ ଓ ଜିଲା ଶିଳ୍ପକେନ୍ଦ୍ର ସହ ଯୋଗାଯୋଗ ରଖାଯାଇଛି। ଜିଲା ଶିଳ୍ପକେନ୍ଦ୍ର ଓ ବ୍ୟାଙ୍କ ସମୂହର ସମନ୍ବୟ ନ ଥିବାରୁ ଏହି କ୍ଷୁଦ୍ରଶିଳ୍ପ ଅଦ୍ୟାବଧି ପ୍ରତିଷ୍ଠା ହୋଇପାରିନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ କୃଷକ ନେତା ଗୟାଧର ଧଳ କହିଛନ୍ତି, ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବୟଂ ସମ୍ପୂର୍ଣ୍ଣ ପାଇଁ ଓଡ଼ିଶା ସରକାର ୨୦୧୫- ୧୬ରେ ରାଜ୍ୟ ଆଳୁ ମିଶନ ଆରମ୍ଭ କରିଥିଲେ। ଉଦ୍ୟାନ କୃଷି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ଏହି ମିଶନ ଦ୍ୱାରା ଚାଷୀ ଚାଷ କରି ଲାଭ ପାଇବା ସହ ଆଳୁ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର ନ କରିବାକୁ ଲକ୍ଷ୍ୟ ଥିଲା। ତେବେ ଏହି ମିଶନ ଫେଲ୍‌ ମାରିଛି। ଏପରି କି ୨୦୧୭- ୧୮ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୦ କୋଟି ଟଙ୍କା ମଞ୍ଜୁର କରିଥିଲେ ମଧ୍ୟ ଟଙ୍କାଟିଏ ଖର୍ଚ୍ଚ ହୋଇ ନ ଥିବା ୨୦୧୯ର ସିଏଜି ରିପୋର୍ଟରେ ଉଲ୍ଲେଖ ହୋଇଛି। ଶୀତଳଭଣ୍ଡାରର ନିର୍ମାଣ, ଫୁଡ ପ୍ରୋସେସିଂ ୟୁନିଟ୍‌ ସ୍ଥାପନ ଓ ସରକାରୀ ମଣ୍ଡି ସହାୟତାରେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଉଦ୍ୟାନ କୃଷି ବିଭାଗ ସହନିର୍ଦ୍ଦେଶକ କନ୍ଦ ଜେନାଙ୍କୁ ପଚାରିବାରେ ଶୀତଳଭଣ୍ଡାର ନିର୍ମାଣ ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇପାରିବ। ତେବେ କେନ୍ଦ୍ରାପଡ଼ା ଜିଲାରେ ଏହା ଗୋଟାଏ ହେଲେ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri